ଓଡ଼ିଶାଲାଇଭ୍‌ ବ୍ୟୁରୋ

ବ୍ରିଟେନର ପ୍ରସିଦ୍ଧ ପଦାର୍ଥ ବିଜ୍ଞାନୀ ପ୍ରଫେସର ଷ୍ଟିଫେନ୍ ହକିଙ୍ଗଙ୍କ ପରଲୋକ ଘଟିଛି। ୧୯୭୪ରେ ‘ବ୍ଲାକ୍ ହୋଲ୍ସ’ ଉପରେ ଅସାଧାରଣ ରିସର୍ଚ୍ଚ କରି ବିଜ୍ଞାନ ଜଗତରେ ବିରାଟ ନାମ କମାଇଥିଲେ ଷ୍ଟିଫେନ୍।

ଷ୍ଟିଫେନ୍ ହକିଙ୍ଗ ଥିଲେ ଜଣେ ବଡ଼ ବୈଜ୍ଞାନିକ ଏବଂ ଅସାଧାରଣ ମଣିଷ ଯାହାଙ୍କର କାର୍ଯ୍ୟ ଏବଂ ପଦାଙ୍କ ଅନେକ ବର୍ଷ ଧରି ଜୀବିତ ରହିବ। ତାଙ୍କର ସାହସ ଏବଂ ଦୃଢ଼ତା ସହ ତାଙ୍କର ମେଧା ଏବଂ ରହସ୍ୟ ବିଶ୍ୱବ୍ୟାପୀ ଲୋକଙ୍କୁ ପ୍ରେରିତ କରିଛି।

ଷ୍ଟିଫେନ୍ ନିଜ ସଫଳତାର ରହସ୍ୟ ଉପରୁ ପରଦା ହଟାଇବାକୁ ଯାଇ ଥରେ କହିଥିଲେ, ତାଙ୍କ ଶରୀରରେ ଥିବା ରୋଗ ହିଁ ତାଙ୍କୁ ଜଣେ ବଡ଼ ବୈଜ୍ଞାନିକ ହେବାକୁ ପ୍ରେରିତ କରିଥିଲା। ନିଜ ପାଠପଢା ପ୍ରତି ସେତେଟା ଧ୍ୟାନ କେନ୍ଦ୍ରିତ କରୁନଥିଲେ। ଶରୀରକୁ ରୋଗ ଗ୍ରାସ କରିବା ପରେ ତାଙ୍କୁ ଲାଗିଥିଲା ସେ ଆଉ ବେଶୀ ଦିନ ବଞ୍ଚିବେ ନାହିଁ। ଏଥିପାଇଁ ସେ ନିଜର ସମ୍ପୂର୍ଣ୍ଣ ଧ୍ୟାନ ରିସର୍ଚ୍ଚ ଉପରେ ଲଗାଇଦେଲେ। ହକିଙ୍ଗ୍ ‘ବ୍ଲାକ୍ ହୋଲ୍ସ’ ଉପରେ ରିସର୍ଚ୍ଚ କରିଥିଲେ।

ବ୍ରହ୍ମାଣ୍ଡର ଆବିଷ୍କାର ସ୍ଵତଃସ୍ଫୁର୍ତ୍ତ ଭାବେ ହୋଇଥିଲା ବୋଲି କହିଥିଲେ ହକିଙ୍ଗ୍ । କିନ୍ତୁ ଅନ୍ୟତମ ପ୍ରସିଦ୍ଧ ବୈଜ୍ଞାନିକ ଆଇଜାକ୍ ନ୍ୟୁଟନ୍ କହିଥିଲେ ଏହି ସୃଷ୍ଟିର କିଏ ନା କିଏ ରଚୟତା ଥିବ ନହେଲେ ଏତେ ବଡ଼ ସୃଷ୍ଟି ରଚନା କରିବା ନିହାତି ଜଟିଳ ବ୍ୟାପାର। ଇଶ୍ଵର ବ୍ରାହ୍ମାଣ୍ଡ ନିର୍ମାଣ କରିନାହାନ୍ତି ଏହା ବ୍ରହ୍ମାଣ୍ଡ ସଂରଚନା ଆପେ ଛାଏଁ ହୋଇଛି ବୋଲି ଗ୍ରାଣ୍ଡ ଡିଜାଇନ୍ ପୁସ୍ତକରେ ଲେଖିଥିଲେ ଷ୍ଟିଫେନ୍।

ବିଶ୍ୱ ପ୍ରସିଦ୍ଧ ପଦାର୍ଥବିଜ୍ଞାନୀ ଏବଂ ଜ୍ୟୋତିର୍ବିଜ୍ଞାନୀ ଷ୍ଟିଫେନ୍ ‘ଏ ବ୍ରିଫ୍ ହିଷ୍ଟ୍ରି ଅଫ୍ ଟାଇମ୍’, କ୍ଷଦ ଗ୍ରାଣ୍ଡ ଡିଜାଇନ୍’, ‘ୟୁନିଭର୍ସ ଇନ୍ ନଟଶ୍ଲେ’, ‘ଦି ଥିଓରି ଅଫ୍‌ ଏଭ୍ରିଥିଙ୍ଗ୍‌’ ଆଦି ପୁସ୍ତକ ରଚନା କରିଥିଲେ। ସେ ମଧ୍ୟ ନୋବେଲ୍ ପୁରସ୍କାର ଜିଣିଥିଲେ। ଥରେ ସେ କହିଥିଲେ, ଆପଣମାନେ ସ୍ନେହ କରୁଥିବା ଲୋକମାନେ ରହୁ ନ ଥିଲେ ଦୁନିଆ ଅଧିକନ୍ତୁ ଦୁନିଆ ହୋଇ ରହିବ ନାହିଁ।
୧୯୬୩ରେ ୨୧ ବର୍ଷିୟ ହକିଙ୍ଗ୍‌ ମୋଟୋର୍‌ ନ୍ୟୁରୋନ୍‌ ରୋଗରେ ଆକ୍ରାନ୍ତ ହୋଇଥିଲେ। ସେ ଆଉ ମାତ୍ର ୨ ବର୍ଷ ବଞ୍ଚିବେ ବୋଲି ଡାକ୍ତରମାନେ କହିଥିଲେ। କିନ୍ତୁ, ସେ କେମ୍ବ୍ରିଜ୍‌ରେ ଅଧ୍ୟୟନ କରିବାକୁ ଗଲେ ଏବଂ ଆଲବର୍ଟ ଆଇନ୍‌ଷ୍ଟାଇନ୍‌ଙ୍କ ପରେ ଜଣେ ସବୁଠୁ ମେଧାବୀ ଥିଓରେକ୍ଟିକାଲ୍‌ ଫିଜିସିଷ୍ଟ୍‍ ହୋଇ ପାରିଥିଲେ।

LEAVE A REPLY

Please enter your comment!
Please enter your name here