ଓଡ଼ିଶାଲାଇଭ୍‌ ବ୍ୟୁରୋ

ଉତ୍ତରପ୍ରଦେଶର ବାରାବଙ୍କୀରେ ଜଣେ ଛାତ୍ରଙ୍କ ଖାତାକୁ ଅଚାନକ ଆସିଛି ୫କୋଟି ୫୫ଲକ୍ଷ ୫୫ହଜାର ୫୫୫ଟଙ୍କା। ମାତ୍ର ଏକ ଘଣ୍ଟା ମଧ୍ୟରେ ସବୁକିଛି ଓଲଟପାଲଟ ହୋଇଯାଇଛି। ଆସନ୍ତୁ ଜାଣିବା କ’ଣ ରହିଛି ପୁରା ମାମଲା..

ଉତ୍ତରପ୍ରଦେଶର ସେଣ୍ଟ୍ରାଲ୍ ଏକାଡେମୀରେ ପଢ଼ୁଥିବା ଦ୍ଵାଦଶ ଶ୍ରେଣୀର ଛାତ୍ର କେଶବ ଶର୍ମାଙ୍କ ଆକାଉଣ୍ଟକୁ ହଠାତ ଆସିଛି ୫କୋଟି ୫୫ଲକ୍ଷ ୫୫ହଜାର ୫୫୫ଟଙ୍କା। ୟୁପିର ବାରାବଙ୍କୀରେ ଥିବା ଷ୍ଟେଟ୍ ବ୍ୟାଙ୍କରେ ଛାତ୍ରଙ୍କ ଅକାଉଣ୍ଟ୍ ରହିଛି। ଏହାର କିଛି ସମୟ ପରେ ତାଙ୍କ ଆକାଉଣ୍ଟ୍ ଜିରୋ ଦେଖାଇବା ସହ ଜମା ଥିବା ଟଙ୍କା ମଧ୍ୟ କୁଆଡ଼େ ଗାଏବ୍ ହୋଇଯାଇଛି।

କେଶବଙ୍କ ପିତା ନରେନ୍ଦ୍ର ଶର୍ମାଙ୍କ ମୋବାଇଲକୁ ୧୬ମାର୍ଚ୍ଚ ଦିନ ବ୍ୟାଙ୍କ୍ ପକ୍ଷରୁ ଏକ ମେସେଜ୍ ଆସିଥିଲା। ଏଥିରେ ତାଙ୍କ ପୁଅ କେଶବର ଆକାଉଣ୍ଟରେ ଅଚାନକ ୫କୋଟି ୫୫ଲକ୍ଷ ୫୫ହଜାର ୫୫୫ଟଙ୍କା କ୍ରେଡ଼ିଟ୍ ହୋଇଛି ବୋଲି ଲେଖାଯାଇଥିଲା। ଏତେ ବଡ଼ ବ୍ୟାଙ୍କ୍ ବାଲାନ୍ସ ଦେଖି ଛାତ୍ର ଓ ଓ ତାଙ୍କ ପରିବାର ବର୍ଗ କିଛି ସମୟ ପାଇଁ ହତବାକ୍ ହୋଇଯାଇଥିଲେ।

ଏହାପରେ ନରେନ୍ଦ୍ର ଶର୍ମା ଟଙ୍କା ଆସିବାର କିଛି ସମୟ ପରେ ଯାଇଁ ବ୍ୟାଙ୍କ୍ ଆକାଉଣ୍ଟ୍ ଚେକ୍ କରିଥିଲେ । କିନ୍ତୁ ବ୍ୟାଙ୍କ୍ ଆକାଉଣ୍ଟରେ ଟଙ୍କା ନଥିଲା। ଏହା ସହ ଛାତ୍ରଙ୍କ ଆକାଉଣ୍ଟରେ ପୂର୍ବରୁ ଜମା ଥିବା ୧ଲକ୍ଷ ୨୭ହଜାର ଟଙ୍କା ମଧ୍ୟ କୁଆଡ଼େ ଗାଏବ୍ ହୋଇଯାଇଥିଲା।

ଏବାବଦରେ କେଶବ ଶର୍ମା କହିଛନ୍ତି, ୫,୫୫,୫୫,୫୫୫କୋଟି ଟଙ୍କା ଆସିବାର ମେସେଜ ପଢ଼ିବା ପରେ ନେଟ୍ ବ୍ୟାଙ୍କିଙ୍ଗ୍ ଲଗ୍ ଇନ୍‌କରି ଆକାଉଣ୍ଟ୍ ଷ୍ଟେଟମେଣ୍ଟ୍ ଚେକ୍ କରିବାପରେ ଆକାଉଣ୍ଟ୍ ଜିରୋ ଦେଖାଉଥିଲା।

ବ୍ୟାଙ୍କର ଅବବ୍ୟସ୍ଥା କାରଣରୁ ଏଭଳି ଘଟଣା ଘଟିଥିବା କୁହାଯାଉଛି। ଯଥାଶିଘ୍ର ଜମା ଥିବା ରାଶି ଫେରାଯାଉ ବୋଲି କେଶବଙ୍କ ପରିବାର ବ୍ୟାଙ୍କ ନିକଟରେ ଅଭିଯୋଗ କରିଛନ୍ତି।

Comment