ଓଡ଼ିଶାଲାଇଭ୍‌ ବ୍ୟୁରୋ

 ୧୦୦କୋଟି ବ୍ୟବସାୟ ସମ୍ଭାଳୁଥିବା ଯୁବକଙ୍କ ଅଜବ ନିଷ୍ପତ୍ତି। ବିଳାଶପୁର୍ଣ୍ଣ ଜୀବନଶୈଳୀ ଛାଡ଼ି ଜୈନ ଭିକ୍ଷୁ ଦିକ୍ଷା ନେବାକୁ ଯାଉଛନ୍ତି ୨୪ବର୍ଷୀୟ ମୋକ୍ଷେଷ ଶାହା।

ମହାରାଷ୍ଟର କୋହ୍ଲାପୁରର ୨୪ବର୍ଷୀୟ ଚାଟାର୍ଡ ଆକାଉଣ୍ଟାଣ୍ଟ୍ ମୋକ୍ଷେଷ ଶାହା ଜୈନ ଭିକ୍ଷୁ ଭାବେ ଜୀବନ ବିତାଇବାକୁ ଯାଉଛନ୍ତି।

ଆଲୁମିନିୟମ ବ୍ୟବସାୟ ଥିବା ପରିବାରରୁ ଆସିଛନ୍ତି ମୋକ୍ଷେଶ। ପାଖାପାଖି ଶହେ କୋଟି ଟଙ୍କାର ବ୍ୟବସାୟ ସମ୍ଭାଳୁଛନ୍ତି ସେ। କିନ୍ତୁ ହଠାତ୍ ବିଳାଶପୁର୍ଣ୍ଣ ଜୀବନଶୈଳୀ ଛାଡ଼ି ଜୈନ ଭିକ୍ଷୁ ହେବାର ନିଷ୍ପତି ତାଙ୍କ ପରିବାର ପାଇଁ ଥିଲା ବେଶ୍ ଆଶ୍ଚର୍ଯ୍ୟଜନକ। କେବଳ ଯେ ତାଙ୍କ ପରିବାର ନୁହେଁ, ମୋକ୍ଷେଷଙ୍କ ସାଙ୍ଗସାଥୀମାନେ ମଧ୍ୟ ଏହି ନିଷ୍ପତ୍ତିକୁ ସହଜରେ ଗ୍ରହଣ କରିପାରୁନଥିଲେ।

“ଚାଟାର୍ଡ ଆକାଉଣ୍ଟାଣ୍ଟ୍ ହେବାର ଦୁଇବର୍ଷ ପର୍ଯ୍ୟନ୍ତ ବ୍ୟବସାୟ ସମ୍ଭାଳିଲି। କିନ୍ତୁ ମୋତେ ବାଲାନ୍ସ ସିଟରେ ଟଙ୍କା ନୁହେଁ, ପୁଣ୍ୟର ବାଲାନ୍ସ ବଢ଼ାଇବାର ଅଛି। ଟଙ୍କା ଦ୍ଵାରା ସବୁକିଛି କ୍ରୟ କରାଯାଇ ପାରେ ନାହିଁ। ଧନୀକ ଶ୍ରେଣୀ ଲୋକଙ୍କ ପାଖରେ ଅଜସ୍ର ଟଙ୍କା ଥାଇ ମଧ୍ୟ ସେମାନଙ୍କ ଭିତରେ ଦୁଃଖ ରହିଛି। ତେଣୁ ଜୀବନରେ ଆନ୍ତରିକ ଖୁସି ପାଇବାକୁ ହେଲେ ମୋକ୍ଷ ଆବଶ୍ୟକ। ଏହି କାରଣରୁ ଜୈନ ଭିକ୍ଷୁ ହେବାକୁ ଯୋଜନା କଲି,” କହିଛନ୍ତି ମୋକ୍ଷେଷ।

ମୂଳତଃ ଗୁଜୁରାଟର ବାସିନ୍ଦା ହେଉଛନ୍ତି ମୋକ୍ଷେଷ। ଏତେ ଛୋଟ ବେଳୁ ପୁଅ ସନ୍ୟାସୀ ହେଉ ତାଙ୍କ ପରିବାର ଚାହୁଁନଥିଲେ। କିନ୍ତୁ ପୁଅର ନିଷ୍ପତ୍ତି ଆଗରେ ପରିବାର ଲୋକଙ୍କୁ ମୁଣ୍ଡ ନୁଆଁଇବାକୁ ପଡ଼ିଥିଲା। ଶେଷରେ ମଙ୍ଗଳବାରଦିନ ଅହମଦାବାଦରେ ଦିକ୍ଷା ଗ୍ରହଣ କରିଛନ୍ତି ମୋକ୍ଷେଷ।

ନିଜ ପରିବାରର ପ୍ରଥମ ବ୍ୟକ୍ତି ଭାବେ ମୋକ୍ଷେଷ ଜୈନ ଭିକ୍ଷୁ ଭାବେ ଦିକ୍ଷା  ନେବାକୁ ଯାଉଛନ୍ତି। ରତ୍ନ ମୁନିରାଜ ଜିନପ୍ରେମବିଜୟ ଜି ମହାରାଜଙ୍କ ଅହମଦାବାଦ ନିକଟବର୍ତ୍ତୀ ଅମିୟାପୁରସ୍ଥିତ ତପୋବଳ ଶଙ୍କରାପୀଠରେ ଦୀକ୍ଷା ଗ୍ରହଣ କରିବେ ମୋକ୍ଷେଷ।

ଦୁଇଥର ମୃତ୍ୟୁମୁଖରୁ ଫେରିଛନ୍ତି ମୋକ୍ଷେଷ। ପ୍ରଥମେ ଜାବେରୀ ବିସ୍ଫୋରଣ ଓ ଦ୍ଵିତୀୟଥର ପୁନେ-ମୁମ୍ବାଇ ଟ୍ରେନ୍ ଦୁର୍ଘଟଣା ସମୟରେ ମୃତ୍ୟୁମୁଖରୁ ବଞ୍ଚିଥିଲେ। ଏହାପରେ ମୋକ୍ଷେଷଙ୍କ ଜୀବନରେ ପରିବର୍ତ୍ତନ ଆସିଥିଲା ବୋଲି କହିଛନ୍ତି ତାଙ୍କ ପରିବାର।

 

Comment