ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ୩୯ ଭାରତୀୟଙ୍କୁ ହତ୍ୟା କରିଛି ଆଇଏସ୍‌ଆଇଏସ୍‌
  • ଡିଏନଏ ସାମ୍ପଲ୍ ଯାଞ୍ଚ୍ ଦ୍ୱାରା ମିଳିଲା ଶବ ପରିଚୟ
  • ୩୯ରୁ ୩୮ଜଣଙ୍କ ପରିଚୟ ମିଳିଛି
  • ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଭିକେ ସିଂହ ଇରାକ ଯିବେ

ଇରାକର ମୋସୁଲ ସହରରୁ ୪ବର୍ଷ ତଳୁ ଅପହୃତ ହୋଇଥିବା ୩୯ଜଣ ଭାରତୀୟ ହତ୍ୟା କରାଯାଇଛି। ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ସଂସଦରେ ପ୍ରକାଶ କରିଛନ୍ତି। ମୃତ ଭାରତୀୟଙ୍କୁ ଆଇଏସ୍ଆଇଏସ୍‌ ଦ୍ୱାରା ହତ୍ୟା କରାଯାଇଛି।

୨୦୧୪ ମସିହାରେ ଆଇଏସ୍‌ଆଇଏସ୍‌ ଦ୍ୱାରା ଇରାକ୍‌ରେ ୩୯ ଜଣ ଭାରତୀୟଙ୍କ ଅପହରଣ କରାଯାଇଥିଲା। ଅପହୃତ ଭାରତୀୟଙ୍କୁ ହତ୍ୟା କରାଯାଇଛି ବୋଲି ମଙ୍ଗଳବାର ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜ ସଂସଦରେ କହିଛନ୍ତି।

ମୋସୁଲ୍‌ରୁ ଅପହରଣ କରାଯାଇଥିବା ପଣବନ୍ଦୀମାନଙ୍କର ମୃତ୍ୟୁ ସମ୍ବନ୍ଧରେ ଡିପ୍‌ ପେନିଟ୍ରେସନ୍‌ ରାଡାର୍‌ ନିଶ୍ଚିତ କରିଛି। ସେମାନଙ୍କର ଦେହାବଶେଷ ପାହାଡ଼ କାଟି ଡିଏନ୍‌ଏ ନମୁନା ମେଳକ ପାଇଁ ଇରାକ୍‌ର ରାଜଧାନୀ ବାଗଦାଦକୁ ପଠାଯାଇଥିଲା। ୩୯ ଜଣ ବ୍ୟକ୍ତିଙ୍କର ଡିଏନ୍‌ଏ ମେଳ ଖାଇ ଯାଉଥିବା ବେଳେ ଗୋଟିଏ ବ୍ୟକ୍ତିଙ୍କର ୭୦ପ୍ରତିଶତ ଡିଏନ୍‌ଏ ମିଶୁଛି,” କହିଛନ୍ତି ସୁଷମା।

ଯେଉଁ ୩୯ଜଣଙ୍କୁ ହତ୍ୟା କରାଯାଇଛି ସେମାନଙ୍କ ମଧ୍ୟରେ ୨୨ଜଣ ପଞ୍ଜାବର ବୋଲି ଜଣାପଡ଼ିଛି। ଏମାନଙ୍କୁ ଗୁଳି ମାରି ହତ୍ୟା କରାଯାଇଛି।

୨୦୧୭ ଜୁଲାଇ ମାସରେ ଲୋକସଭାରେ ଏକ ବିବୃତିରେ ସ୍ୱରାଜ କହିଥିଲେ, “ଦୃଢ଼ ପ୍ରମାଣ ନ ମିଳିଲେ ୩୯ ଜଣ ଭାରତୀୟ ମୃତ ଘୋଷଣା କରାଯାଇପାରିବ ନାହିଁ ବୋଲି ସେ ଘୋଷଣା କରିବେ ନାହିଁ”। କେନ୍ଦ୍ର ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଭିକେ ସିଂହ ଇରାକ ଯିବାର କାର୍ଯ୍ୟକ୍ରମ ରହିଛି।

ଏବେ ମୃତ୍ୟୁ କଥା ନିଶ୍ଚିତ ହେବା ପରେ “କେନ୍ଦ୍ର ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଭିକେ ସିଂହଙ୍କ ଦ୍ୱାରା ଭାରତୀୟମାନଙ୍କର ଦେହାବଶେଷ ଭାରତକୁ ଫେରାଇ ଅଣାଯିବ। ଦେହାବଶେଷ ନେଇ ଆସିଥିବା ବିମାନ ପ୍ରଥମେ ଅମୃତସର ଯିବ, ତା’ପରେ ପାଟନା ଏବଂ କୋଲକାତା ଯିବ,” କହିଛନ୍ତି ସ୍ୱରାଜ।

Comment