ଓଡ଼ିଶାଲାଇଭ୍ ବ୍ୟୁରୋ
ମଙ୍ଗଳବାରଠାରୁ ଆରମ୍ଭ ହୋଇଛି ଓଡିଶା ବିଧାନସଭାର ବଜେଟ୍ ଅଧିବେଶନ। ମେ ମାସ ୫ ତାରିଖ ପର୍ଯ୍ୟନ୍ତ ୨ଟି ପର୍ଯ୍ୟାୟରେ ଚାଲିବାକୁ ଥିବା ଏହି ବଜେଟ ଅଧିବେଶନରେ ମୋଟ ୩୧ଟି କାର୍ଯ୍ୟ ଦିବସ ରହିଛି।
ରାଜ୍ୟପାଳ ଏସସି ଜମିରଙ୍କ ଶେଷ ଅଭିଭାଷଣରୁ ଆରମ୍ଭ ହୋଇଛି ଓଡ଼ିଶା ବିଧାନସଭାର ବଜେଟ ଅଧିବେଶନ।
ଦିବଙ୍ଗତ ସଦସ୍ୟ ଓ ସହିଦମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇ ନିଜ ଅଭିଭାଷଣରେ ଏସସି ଜମିର କହିଛନ୍ତି, “ଓଡ଼ିଆ ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ମିଳିବା ଦିଗରେ ରାଜ୍ୟ ସରକାର କାର୍ଯ୍ୟ କରିଛନ୍ତି। ମହାନଦୀ ଓଡ଼ିଶାର ଜୀବନ ରେଖା। ମହାନଦୀ ବିବାଦର ସମାଧାନ ପାଇଁ ଟ୍ରିବ୍ୟୁନାଲ ଗଠନ ହୋଇଥିବାରୁ ଓଡ଼ିଶାବାସୀ ଆଶ୍ୱସ୍ତ। ରାଜ୍ୟରେ ୨୦୧୭ରେ କୌଣସି ସାମ୍ପଦାୟିକ ଦଙ୍ଗା ଘଟି ନାହିଁ। ଆଇନଶୃଙ୍ଖଳା ପରିସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣାଧୀନ ରହିଛି। ବାମପନ୍ଥୀ ଉଗ୍ରବାଦ ହ୍ରାସ ଘଟିଛି”।
ତେବେ ରାଜ୍ୟପାଳଙ୍କ ଅଭିଭାଷଣକୁ ବିରୋଧ କରି କଂଗେସ ସଦସ୍ୟମାନେ କକ୍ଷତ୍ୟାଗ କରିଛନ୍ତି। ରାଜ୍ୟପାଳଙ୍କ ଅଭିଭାଷଣରେ ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତି ସମ୍ପର୍କରେ କିଛି କୁହାଯାଇ ନ ଥିବାରୁ କଂଗ୍ରେସ ଦଳର ସଦସ୍ୟମାନେ ଏହାର ପ୍ରତିବାଦରେ କକ୍ଷତ୍ୟାଗ କରିଛନ୍ତି।
ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଦୁଇ ଦିନ ଧରି ଆଲୋଚନା ହେବା ପରେ ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରା ୨୦୧୮-୧୯ ଆର୍ଥିକ ବର୍ଷ ଲାଗି ୨୩ ତାରିଖ ଦିନ ଚିଠା ବଜେଟ୍ ଆଗତ କରିବେ। ମେ ମାସ ୫ ତାରିଖ ପର୍ଯ୍ୟନ୍ତ ୨ଟି ପର୍ଯ୍ୟାୟରେ ଚାଲିବାକୁ ଥିବା ଏହି ବଜେଟ ଅଧିବେଶନରେ ମୋଟ ୩୧ଟି କାର୍ଯ୍ୟ ଦିବସ ରହିଛି।
ମଙ୍ଗଳବାରଦିନ ରାଜ୍ୟପାଳ ଡକ୍ଟର ଏସସି ଜମିର୍ଙ୍କ କାର୍ଯ୍ୟକାଳ ସରୁଛି। ତେବେ ଏହିଦିନ ବିଧାନସଭାର ବଜେଟ୍ ଅଧିବେଶନ ଆରମ୍ଭ ହୋଇଥିବାରୁ ଡକ୍ଟର ଜମିର ଓଡ଼ିଶା ବିଧାନସଭାରେ ତାଙ୍କର ଶେଷ ଅଭିଭାଷଣ ପ୍ରଦାନ କରିଛନ୍ତି।








ମଙ୍ଗଳବାରଠାରୁ ଆରମ୍ଭ ହୋଇଛି ଓଡିଶା ବିଧାନସଭାର ବଜେଟ୍ ଅଧିବେଶନ। ମେ ମାସ ୫ ତାରିଖ ପର୍ଯ୍ୟନ୍ତ ୨ଟି ପର୍ଯ୍ୟାୟରେ ଚାଲିବାକୁ ଥିବା ଏହି ବଜେଟ ଅଧିବେଶନରେ ମୋଟ ୩୧ଟି କାର୍ଯ୍ୟ ଦିବସ ରହିଛି।
