ଓଡ଼ିଶାଲାଇଭ୍ ବ୍ୟୁରୋ

  • ୯ ଦିନରେ ଚାଷୀଙ୍କ ଧାରଣା
  • ଧାରଣାସ୍ଥଳକୁ ଆସିଲେ ବିଜେଡି ପ୍ରତିନିଧି
  • ନବ ନିର୍ମାଣ କୃଷକ ସଙ୍ଗଠନ ସହ ଆଲୋଚନା କଲେ
  • ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ନଦେଲେ ବିଧାନସଭା ଘେରିବେ ଚାଷୀ

ପ୍ରାଇସ୍‌, ପ୍ରେଷ୍ଟିଜ ଏବଂ ପେନ୍‌ସନ୍ ଦାବିରେ ୯ ଦିନ ଧରି ଆନ୍ଦୋଳନ କରୁଥିବା ନବ ନିର୍ମାଣ କୃଷକ ସଙ୍ଗଠନକୁ ଭେଟିଛନ୍ତି ବିଜେଡି ପ୍ରତିନିଧି ଦଳ। ବିଜେଡି ଟିମ୍ ଧାରଣାସ୍ଥଳକୁ ଯାଇ ଦାବି ପୂରଣ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି। ତେବେ ସଙ୍ଗଠନ ବୁଧବାର ୧୨ଟା ଯାଏଁ ଡେଡ୍ ଲାଇନ୍ ଦେଇଛି। ୧୨ଟା ସୁଦ୍ଧା ମୁଖ୍ୟମନ୍ତ୍ରି ବିଧାନସଭାରେ ବିବୃତି ନରଖିଲେ ବିଧାନସଭା ଘେରାଉ କରାଯିବ ବୋଲି ସଙ୍ଗଠନ କହିଛି।

ବିଜେଡି ବିଧାୟକ ଡକ୍ଟର ଅରୁଣ ସାହୁ, ସମୀର ଦାଶ, ରବି ନାରାୟଣ ମହାପାତ୍ର, ପ୍ରଶାନ୍ତ ଜଗଦ୍ଦେବ, ବ୍ୟୋମକେଶ ରାୟ ଯାଇ ଆଲୋଚନା କରିଥିଲେ।

ଚାଷୀଙ୍କ ହକ୍ ପାଇଁ ନବ ନିର୍ମାଣ କୃଷକ ସଙ୍ଗଠନ ୯ ଦିନ ହେଲା ଲୋୟର ପିଏମଜିରେ ଧାରଣା ଦେଇଛି। ସରକାର ସେମାନଙ୍କ ଦାବି ନଶୁଣିବାରୁ ସଙ୍ଗଠନ ବୁଧବାର ଦିନ ବିଧାନସଭା ଘେରାଉ କରିବାକୁ ସଙ୍ଗଠନ ଚେତାବନୀ ଦେଇଥିଲା। ଏହା ପୂର୍ବରୁ ବିଜେଡି ପ୍ରତିନିଧି ଦଳ ଆସି କୃଷକ ସଙ୍ଗଠନ ସହ ଆଲୋଚନା କରିଛନ୍ତି।

“ସତ୍ୟାଗ୍ରହୀଙ୍କ ଆଲୋଚନା କଲୁ। ତାଙ୍କ ବାର୍ତ୍ତା ଆମେ ମୁଖ୍ୟମନ୍ତ୍ରୀଙ୍କ ପାଖରେ ପହଞ୍ଚାଇବୁ। କିପରି ସମାଧାନ ବାଟର ବାହାରିବ ସେ ଦିଗ ପ୍ରତି ଧ୍ୟାନ ଦେବୁ”, କହିଛନ୍ତି ବିଧାୟକ ଡକ୍ଟର ଅରୁଣ ସାହୁ।

ନବ ନିର୍ମାଣ କୃଷକ ସଙ୍ଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର କହିଛନ୍ତି, “ମୁଖ୍ୟମନ୍ତ୍ରୀ ଚାଷୀ ସୁରକ୍ଷା ସମ୍ପର୍କରେ ବୁଧବାର ୧୨ ସୁଦ୍ଧା ବିବୃତି ନରଖିଲେ ଆମେ ବିଧାନସଭା ଘେରିବୁ। ଆସନ୍ତା କାଲି ସାରା ରାଜ୍ୟରୁ ବହୁ ଚାଷୀ ଆସୁଛନ୍ତି। ଆମେ ଦିନ ୧୨ଟା ପର୍ଯ୍ୟନ୍ତ ଅପେକ୍ଷା କରିବୁ। ତାପରେ ଆଗାମୀ ପଦକ୍ଷେପ ଗ୍ରହଣ କରିବୁ।”

Comment