ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଡ଼ିଶାର ରାଜ୍ୟପାଳ ଏସସି ଜମିରଙ୍କ କାର୍ଯ୍ୟକାଳ ମଙ୍ଗଳବାର ଦିନ ସରୁଛି। ତାଙ୍କ ସ୍ଥାନରେ ବିହାର ରାଜ୍ୟପାଳ ସତ୍ୟପାଲ ମଲ୍ଲିକଙ୍କୁ ଅତିରିକ୍ତ ଦାୟିତ୍ଵ ମିଳିଛି।

ସରିଛି ଓଡ଼ିଶାର ରାଜ୍ୟପାଳ ଡକ୍ଟର ଏସସି ଜମିର କାର୍ଯ୍ୟକାଳ। ତାଙ୍କ ବଦଳରେ ବିହାରର ରାଜ୍ୟପାଳ ସତ୍ୟପାଲ ମଲ୍ଲିକଙ୍କୁ ନିଯୁକ୍ତି ଦିଆଯାଇଛି।

ରାଷ୍ଟ୍ରପତି ଭବନରୁ  ଓଡ଼ିଶାର ରାଜ୍ୟପାଳ ଦାୟିତ୍ୱରେ ବିହାରର ରାଜ୍ୟପାଳ ସତ୍ୟପାଲ ମଲ୍ଲିକ ରହିବେ ବୋଲି ବିଜ୍ଞପ୍ତି ପ୍ରକାଶ ପାଇଛି।

ଓଡ଼ିଶାର ନୂତନ ରାଜ୍ୟପାଳ ନିଯୁକ୍ତି ହେବା ପର୍ଯ୍ୟନ୍ତ ବିହାର ରାଜ୍ୟପାଳ ଶ୍ରୀ ମଲ୍ଲିକ ବିହାର ଓ ଓଡ଼ିଶାର ରାଜ୍ୟପାଳ ଭାବେ ଦ୍ୱୈତ ଦାୟିତ୍ୱରେ ରହିବେ।

ଓଡ଼ିଶାର ରାଜ୍ୟପାଳ  ଡକ୍ଟର ଏସସି ଜମିରଙ୍କର  ୫ବର୍ଷିଆ କାର୍ଯ୍ୟକାଳ ମଙ୍ଗଳବାର ଦିନ ( ୨୦୧୮ ମସିହା ମାର୍ଚ୍ଚ ୨୦ ତାରିଖରେ)  ଶେଷ ହୋଇଛି।

Comment