ଓଡ଼ିଶାଲାଇଭ୍ ବ୍ୟୁରୋ

- ୟୁନିଭରସିଟି ଗ୍ରାଣ୍ଟ୍ସ କମିଶନ ପକ୍ଷରୁ ଅଟୋନୋମି
- ଦେଶର ୬୦ଟି ଶିକ୍ଷାନୁଷ୍ଠାନକୁ ଅଟୋନୋମି କ୍ଷମତା
- ଉତ୍କଳ ବିଶ୍ଵବିଦ୍ୟାଳୟ ସମେତ ରାଜ୍ୟର ୪ଟି ଶିକ୍ଷାନୁଷ୍ଠାନ
- କଟକର ନାସନାଲ ଲ’ ୟୁନିଭରସିଟିକୁ ଅଟୋନୋମି
ଉତ୍କଳ ବିଶ୍ଵବିଦ୍ୟାଳୟ ସମେତ ରାଜ୍ୟର ୪ଟି ବିଶ୍ଵବିଦ୍ୟାଳୟକୁ ମିଳିଲା ୟୁଜିସି ଅଟୋନୋମି। ୟୁନିଭରସିଟି ଗ୍ରାଣ୍ଟ୍ସ କମିଶନ ୟୁଜିସି ପକ୍ଷରୁ ଦେଶର ୬୦ଟି ଶିକ୍ଷାନୁଷ୍ଠାନକୁ ସ୍ଵୟଂ ଶାସନ କ୍ଷମତା ପ୍ରଦାନ କରାଯାଇଛି। ଏହାଭିତରେ ଓଡ଼ିଶାର ୪ଟି ବିଶ୍ଵବିଦ୍ୟାଳୟ ସାମିଲ ହୋଇଛି।
ଉତ୍କଳ ବିଶ୍ଵବିଦ୍ୟାଳୟ ସମେତ ଦୁଇଟି ଡିମ୍ଡ ବିଶ୍ଵବିଦ୍ୟାଳୟ ରାଜ୍ୟ ଶିକ୍ଷା ଓ ଅନୁସନ୍ଧାନ, କିଟ୍ ଓ କଟକରେ ଥିବା ନାସନାଲ ଲ’ ୟୁନିଭରସିଟିକୁ ଏହି ମାନ୍ୟତା ମିଳିଛି। ଦେଶର ପ୍ରମୁଖ ଶିକ୍ଷାନୁଷ୍ଠାନ ଏହି ତାଲିକାରରେ ସ୍ଥାନ ପାଇଛନ୍ତି।
ଏହି ଶିକ୍ଷାନୁଷ୍ଠାନଗୁଡ଼ିକ ପୂର୍ବଭଳି ୟୁଜିସି ନିୟନ୍ତ୍ରଣରେ ରହିବେ। ତେବେ ୟୁଜିସି ଦ୍ଵାରା ଅଟୋନୋମୀ ମାନ୍ୟତା ମିଳିବା ପାଇବା ପରେ ଏହି ଶିକ୍ଷାନୁଷ୍ଠାନଗୁଡ଼ିକ ସ୍ଵତନ୍ତ୍ର କ୍ଷମତା ଉପଭୋଗ କରିବେ।
ଏହି ମାନ୍ୟତା ପରେ ବିଶ୍ଵବିଦ୍ୟାଳୟଗୁଡ଼ିକ ନୂତନ ପାଠ୍ୟକ୍ରମ ଆରମ୍ଭ, ଅଫ୍ କ୍ୟାମ୍ପସ୍ ସେଣ୍ଟରେ ଦକ୍ଷତା ବୃଦ୍ଧି ସମ୍ବନ୍ଧୀୟ ପାଠ୍ୟକ୍ରମ ପ୍ରଚଳନ, ଗବେଷଣା କେନ୍ଦ୍ର ଖୋଲିବା ନିଷ୍ପତ୍ତି ଏବଂ ପରିଚାଳନତାଗତ କ୍ଷେତ୍ରରେ ନିଜସ୍ଵ ନିଷ୍ପତ୍ତି ନେଇପାରିବେ।









