ଓଡ଼ିଶାଲାଇଭ୍‌ ବ୍ୟୁରୋ

‘ଆୟୁଷ୍ମାନ ଭାରତ’ ସ୍କିମକୁ ମିଳିଲା କ୍ୟାବିନେଟ୍‌ ମଞ୍ଜୁରୀ। ଏହି ସ୍କିମ୍‌ ଜରିଆରେ ଦେଶର ୫୦ କୋଟି ଲୋକଙ୍କୁ ୫ ଲକ୍ଷ ଟଙ୍କାର ସ୍ଵାସ୍ଥ୍ୟ ବୀମା ପ୍ରଦାନ କରାଯିବ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବହୁପ୍ରତିକ୍ଷିତ ସ୍ଵାସ୍ଥ୍ୟ ବୀମା ଯୋଜନା ନାସନାଲ ହେଲ୍ଥ ପ୍ରୋଟେକସନ ସ୍କିମ ‘ଆୟୁଷ୍ମାନ ଭାରତ’କୁ କେନ୍ଦ୍ର କ୍ୟାବିନେଟ୍ ମଞ୍ଜୁରୀ ମିଳିଛି। ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଚଳିତବର୍ଷ ବଜେଟରେ ଏହି ଯୋଜନା ବିଷୟରେ ଘୋଷଣା କରିଥିଲେ। ଏହି ଯୋଜନାକୁ ‘ମୋଦି କେୟାର’ ଆଖ୍ୟା ମଧ୍ୟ ଦିଆଯାଇଛି। ଏହି ସ୍କିମ୍‌ ଜରିଆରେ ଦେଶର ୫୦ କୋଟି ଲୋକଙ୍କୁ ୫ ଲକ୍ଷ ଟଙ୍କାର ସ୍ଵାସ୍ଥ୍ୟ ବୀମା ପ୍ରଦାନ କରାଯିବ।

‘ଆୟୁଷ୍ମାନ ଭାରତ’ର ଲକ୍ଷ୍ୟ ଭାରତର ୧୦.୭ କୋଟି ଲୋକଙ୍କୁ ସ୍କିମ ସହ ଯୋଡିବା। ଏହି ସ୍କିମ୍ ମାଧ୍ୟମରେ ଭାରତର ୫ ଲକ୍ଷ ପରିବାରକୁ ସ୍ୱାସ୍ଥ୍ୟ ବୀମା ମିଳିବ । ପରିବାରର ସବୁ ସଦସ୍ୟ ଏହି ଯୋଜନା ସହ ଜଡିତ ହୋଇପାରିବେ । ଏହି ଯୋଜନା ଅନୁସାରେ କେଉଁ ପରିବାରକୁ ଏହାର ସୁବିଧା ମିଳିବ ତାହା ଆର୍ଥିକ ଦୃଷ୍ଟିରୁ ବିଚାର କରାଯିବ। ଏହି ଯୋଜନା ଅନ୍ତର୍ଗତ ପରିବାରକୁ ସରକାରୀ, ବେସରକାରୀ କିମ୍ବା ଦେଶର ଯେକୌଣସି ସ୍ଥାନରେ ଚିକିତ୍ସିତ ହେବାର ସୁବିଧା ମିଳିବ। ଆୟୁଷ୍ମାନ ଭାରତ ସ୍କିମ ସମ୍ପୂର୍ଣ୍ଣ ଭାବେ କ୍ୟାସଲେସ ଅଟେ। ଯୋଜନା ଅନୁସାରେ ଭାରତରେ ୧.୫ ଲକ୍ଷ ସ୍ୱାସ୍ଥ୍ୟ କେନ୍ଦ୍ର ପ୍ରସ୍ତୁତ ହେବ।

‘ଆୟୁଷ୍ମାନ ଭାରତ’ଯୋଜନା ଅଧିନରେ ଆସୁଥିବା ପରିବାରକୁ ସରକାରଙ୍କ ପକ୍ଷରୁ ବଛାଯାଇଥିବା କିଛି ଘରୋଇ ଡାକ୍ତରଖାନାରେ ମଧ୍ୟ ଚିକିତ୍ସା ପାଇବାର ସୁବିଧା ପାଇପାରିବେ।

ଜାତୀୟ ସ୍ୱାସ୍ଥ୍ୟ ସୁରକ୍ଷା ସ୍କିମ୍‌ ଭାବେ ଏହା ଘୋଷଣା କରାଯାଇଥିଲେ ମଧ୍ୟ ବିଜେପି ପକ୍ଷରୁ ଏହାର ନାମ ମୋଦିକେୟାର ଦେଇଥିଲା। ଲୋକମାନଙ୍କଠାରେ ପୂର୍ବରୁ ଥିବା ସବୁ ପ୍ରକାର ରୋଗ ପାଇଁ ଏହି ସ୍କିମ୍‌ କାମ ଦେବ।

Comment