ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ରାଜ୍ୟ ମାନବାଧିକାର କମିଶନଙ୍କ ପାଖରେ ପୋଲିସ ରିପୋର୍ଟ ଦାଖଲ
  • ଋଷିର ମୋବାଇଲ କୌଣସି ସୁରାଗ ମିଳିଲା ନାହିଁ
  • ଋଷି ମୃତ୍ୟୁ ମଦ୍ୟପାନ ସହ ନିଶାଦ୍ରବ ସେବନ ଯୋଗୁଁ ହୋଇଥିବା ପୋଲିସ ରିପୋର୍ଟରେ ଉଲ୍ଲେଖ

ବହୁଚର୍ଚ୍ଚିତ ଇଞ୍ଜିନିୟରିଂ ଛାତ୍ର ଆଶୁତୋଷ ମହାନ୍ତି ଓରଫ ଋଷି ମୃତ୍ୟୁ ମାମଲାରେ ରାଜ୍ୟ ମାନବାଧିକାର କମିଶନଙ୍କ ପାଖରେ ପୋଲିସ ରିପୋର୍ଟ ଦାଖଲ କରିଛି।

କୋଲକତା ଫରେନ୍‌ସିକ ଲାବୋରେଟୋରୀକୁ ଯାଞ୍ଚ ପାଇଁ ପଠାଯାଇଥିବା ଋଷିର ମୋବାଇଲ କୌଣସି ସୁରାଗ ମିଳି ନଥିବା ପୋଲିସ ରିପୋର୍ଟରେ ଦର୍ଶାଇଛି। ଋଷି ମୃତ୍ୟୁ ମଦ୍ୟପାନ ସହ ନିଶାଦ୍ରବ ସେବନ ଯୋଗୁଁ ହୋଇଥିବା ପୋଲିସ ରିପୋର୍ଟରେ ଉଲ୍ଲେଖ କରିଛି।

ପୂର୍ବରୁ ରାଜ୍ୟ ମାନବାଧିକାର କମିଶନଙ୍କ ପାଖରେ ଋଷି ମୃତ୍ୟୁ ନେଇ ପିଟିସନ ଦାଖଲ ହୋଇଥିଲା। ଯେଉଁଥିରେ ରାଜ୍ୟ ମାନବାଧିକାର କମିଶନ ପୋଲିସକୁ ରିପୋର୍ଟ ମାଗିଥିଲେ।

ଇଞ୍ଜିନିୟରିଂ ଛାତ୍ର ଋଷି ମୃତ୍ୟୁ ମାମଲା ବିବାଦୀୟ ହୋଇପଡ଼ିଥିଲା। ଋଷିଙ୍କ ମୃତ୍ୟୁ, ବିବାଦୀୟ ଭିଡିଓ ଏବଂ ସମ୍ବେଦନଶୀଳ ରାଜନୀତି ଜୋର ଧରିଥିଲା। ଏହି ବିବାଦୀୟ ଭିଡିଓ ସିଡିରେ ଭୁବନେଶ୍ଵର ମେୟର ସମ୍ପୃକ୍ତି ଥିବା ନେଇ ଛାତ୍ର କଂଗ୍ରେସ ନେତାଙ୍କ ଅଭିଯୋଗ ପରେ ଏହାକୁ ନେଇ ଅଧିକ ବିବାଦ ଦେଖା ଦେଇଥିଲା।

ରିଷିଙ୍କ ମୃତ୍ୟୁ ମାମଲାରେ ଖଣ୍ଡଗିରି ଥାନାରେ ହାଜର ହୋଇଥିଲେ ରିଷିଙ୍କ ପରିବାର।

ଋଷି ମହାନ୍ତିଙ୍କ ମୋବାଇଲ ଜବତ କରିଥିଲା କମିସନରେଟ ପୁଲିସ। ଯାଞ୍ଚ ପାଇଁ ମୋବାଇଲଟିକୁ କୋଲତା ପଠାଯାଇଥିଲା। ସେଣ୍ଟ୍ରାଲ ଫରେନସିକ୍ ସାଇନସ୍ ଲାବୋରାଟେରୀରେ ରିଷିଙ୍କ ମୋବାଇଲ ଯାଞ୍ଚ କରାଯାଇଥିଲା।

Comment