ଓଡ଼ିଶାଲାଇଭ୍‌ ବ୍ୟୁରୋ

ବଲିଉଡର ମିଷ୍ଟର ପରଫେକ୍ସନିଷ୍ଟ ଅମିର ଖାନ୍ ଖୁବଶିଘ୍ର ‘ମହାଭାରତ’ର କୃଷ୍ଣ ବେଶରେ ନଜର ଆସିବେ।

ବଲିଉଡ ଅଭିନେତା ଅମିର ଖାନ ଖୁବଶୀଘ୍ର ଫିଲ୍ମ ‘ମହାଭାରତ’ର ସୁଟିଂ ଆରମ୍ଭ କରିବାକୁ ଯାଉଛନ୍ତି। ଏହି ଫିଲ୍ମ ପ୍ରୋଜେକ୍ଟର ବି କାମ ଆରମ୍ଭ ହୋଇଗଲାଣି। ଫିଲ୍ମ ‘ମହାଭାରତ’ ପାଞ୍ଚଟି ଭାଗରେ ଆସିବ ବୋଲି କୁହାଯାଉଛି। ଏଥିପାଇଁ ପାଖାପାଖି ୧୦ ବର୍ଷ ସମୟ ଲାଗିପାରେ।

ଖୁବଶୀଘ୍ର ମୁକେଶ ଅମ୍ବାନୀ ପ୍ରଯୋଜିତ ‘ମହାଭାରତ’ ଚଳଚ୍ଚିତ୍ରର କାମ ଆରମ୍ଭ ହେବ। ଅମୀର ଖାନ୍ ଏହି ଚଳଚ୍ଚିତ୍ରର ସମସ୍ତ ଦାୟିତ୍ବ ନେଇଥିବାର ଜଣାପଡ଼ିଛି। ‘ଠଗ୍ସ ଅଫ୍ ହିନ୍ଦୁସ୍ଥାନ’ର ସୁଟିଂ ପରେ ହିଁ ଅମୀର ମହାଭାରତ କାମ ଆରମ୍ଭ କରିବେ।

୫ଟି ଭାଗରେ ନିର୍ମିତ ହେବାକୁ ଥିବା ମହାଭାରତରେ ଅମୀର ‘କୃଷ୍ଣ’ ଭୂମିକାରେ ଦେଖାଦେଇପାରନ୍ତି। ୩ଜଣ ନିର୍ଦ୍ଦେଶକଙ୍କ ନିର୍ଦେଶନାରେ ଏହି ଚଳଚ୍ଚିତ୍ରର କାମ ଆରମ୍ଭ ହେବ। ପ୍ରଖ୍ୟାତ ନିର୍ଦେଶକ ଏସ୍.ଏସ୍.ରାଜମୌଲୀ ଏମାନଙ୍କୁ ମଧ୍ୟରୁ ଜଣେ ବୋଲି ଶୁଣାଯାଉଛି।

୧ହଜାର କୋଟି ଏଥିରେ ମୁକେଶ ନିବେଶ କରିବେ ବୋଲି ସ୍ଥିର ହୋଇଛି। ଅମୀର ଏହି ଚଳଚ୍ଚିତ୍ର ନିର୍ମାଣ ନିମନ୍ତେ ୧୦ ବର୍ଷ ସମୟସୀମା ନେଇଛନ୍ତି। ପ୍ରତି ୨ ବର୍ଷ ଅନ୍ତରରେ ଏହାର ଗୋଟିଏଗୋଟିଏ ଭାଗ ମୁକ୍ତିଲାଭ କରିବ। ଚେନ୍ନଇର ଏକ ଗ୍ରାମରେ ଏହା ସୁଟିଂ ହେବାର ଯୋଜନା ଚାଲିଛି।

ପୂର୍ବରୁ ଦେଖାଯାଇଛି କି ଅମିର ଯେଉଁ ଫିଲ୍ମ ବି କରନ୍ତି, ପୁରା ପ୍ରସ୍ତୁତିରେ କରନ୍ତି। ଚରିତ୍ର ଅନୁଯାୟୀ ନିଜକୁ ଫିଟ୍ କରନ୍ତି। ଆଉ ଶତପ୍ରତିଶତ ଚେଷ୍ଟା ଦିଅନ୍ତି। ଯେଉଁଥି ପାଇଁ ଅମିର ସବୁବେଳେ ନିଜର ଭୂମିକାରେ ସ୍ୱତନ୍ତ୍ର ଲାଗନ୍ତି।

Comment