ଓଡ଼ିଶାଲାଇଭ୍‌ ବ୍ୟୁରୋ 

କମେଡି କିଙ୍ଗ୍ କପିଲ ଶର୍ମା ଆଜି ଯେଉଁ ଶିଖରରେ ପହଞ୍ଚିଛନ୍ତି ତାହା ପଛରେ ଲୁଚି ରହିଛି ତାଙ୍କ କଠିନ ପରିଶ୍ରମର ଫଳ। ତାଙ୍କ ନାଁ’ରେ ବହୁ ବିବାଦର କଳଙ୍କ ଲାଗିଥିଲେ ମଧ୍ୟ ତାଙ୍କ ଟ୍ୟାଲେଣ୍ଟ ଆଗରେ ସବୁ ଫିକା ପଡ଼ିଯାଇଛି।

ଷ୍ଟାଣ୍ଡ୍ଅପ୍ କମେଡିଆନ୍ କପିଲ ଶର୍ମାଙ୍କୁ ଦର୍ଶକ ଖୁବଶିଘ୍ର ଟିଭି ପରଦାରେ ଦେଖିବାକୁ ପାଇବେ। ଟିଭି ସୋ’ ‘ଫ୍ୟାମିଲି ଟାଇମ୍ସ ଓ୍ବିଥ୍ କପିଲ ଶର୍ମା’ଙ୍କ ସୋ’ ଆରମ୍ଭ ହେବାକୁ ଯାଉଛି। ମାର୍ଚ୍ଚ ୨୫ ତାରିଖରେ ଏହାର ପ୍ରଥମ ସୋ ପ୍ରସାରଣ ହେବ।

ସୋ’ର ଗ୍ରାଣ୍ଡ୍ ପ୍ରିମିୟମରେ ଅଜୟ ଦେବଗନ କପିଲଙ୍କ ସୋ’ ପ୍ରଥମ ଅତିଥି ଭାବେ ନଜର ଆସିବେ। ଦର୍ଶକଙ୍କ ମଧ୍ୟରେ ଏହା ଜାଣିବାକୁ ଉତ୍କଣ୍ଠା ବଢ଼ିଛି ଏଥର କପିଲ ନିଜ ସୋ’ରେ କ’ଣ ନୂଆ ନେଇ ଆସୁଛନ୍ତି।।

କପିଲ ଆଜି ଯେଉଁ ଶିଖରରେ ପହଞ୍ଚିଛନ୍ତି ତାହା ପଛରେ ଲୁଚି ରହିଛି ତାଙ୍କ କଠିନ ପରିଶ୍ରମର ଫଳ। ତାଙ୍କ ନାଁ’ରେ ବହୁ ବିବାଦର କଳଙ୍କ ଲାଗିଥିଲେ ମଧ୍ୟ ତାଙ୍କ ଟ୍ୟାଲେଣ୍ଟ ଆଗରେ ସବୁ ଫିକା ପଡ଼ିଯାଇଛି।

କପିଲଙ୍କ କମେଡି ସଫର୍ ଉପରେ ନଜର ପକାଇବା

ପଞ୍ଜାବର ଅମୃତସରରେ କପିଲଙ୍କ ଜନ୍ମ ଏକ ମଧ୍ୟବିତ୍ତ ପରିବାରରେ ହୋଇଥିଲା। କପିଲଙ୍କ ପିତା ପଞ୍ଜାବ ପୁଲିସରେ ଜଣେ କନଷ୍ଟେବଳ ଭାବେ ଚାକିରି କରିଥିଲେ। ମା’ ଜଣେ ଗୃହିଣୀ ଥିଲେ।

ପିତାଙ୍କ ମୃତ୍ୟୁ ପରେ କପିଲଙ୍କୁ ବହୁ ସଂଘର୍ଷ କରିବାକୁ ପଡ଼ିଥିଲା। ସ୍କୁଲରେ ପଢ଼ିବା ସମୟରୁ ହିଁ ପାଠ ପଢ଼ା ସହ ଷ୍ଟେଜ୍ ସୋ’ ମଧ୍ୟ କରୁଥିଲେ ସେ। ଜଣେ କଳାକାର ହେବାର ସ୍ଵପ୍ନ ପୂରଣ କରିବା ପାଇଁ ତାଙ୍କୁ ବହୁ ସଂଘର୍ଷର ସାମ୍ନାକୁ କରିବାକୁ ପଡ଼ିଥିଲା। ଆରମ୍ଭରୁ ସେ ଷ୍ଟାଣ୍ଡ୍ଅପ୍ କମେଡିଆନ୍ ଭୂମିକାରେ କପିଲ କିଛି ପଞ୍ଜାବୀ ସୋ’ରେ ଅଭିନୟ କରିଥିଲେ। ଏହାପରେ ତାଙ୍କୁ ‘ଗ୍ରେଟ୍ ଇଣ୍ଡିଆ ଲାଫ୍ଟର ଚ୍ୟାଲେଞ୍ଜ’ ଭାଗ ନେବାର ସୁଯୋଗ ମିଳିଲା।

୨୦୦୭ରେ ‘ଦ ଗ୍ରେଟ୍ ଇଣ୍ଡିଆ ଲାଫ୍ଟର ଚ୍ୟାଲେଞ୍ଜ-୩’ ନାମକ ଟିଭି ସୋ’ ରେ ଭାଗ ନେଲେ। ଏହାପୂର୍ବରୁ ପଞ୍ଜାବୀ ସୋ’ ‘ହଂସଦେ ହଂସାଦେ ରହୋ’ରେ ନଜର ଆସିଥିଲା। କପିଲ ‘ଦ ଗ୍ରେଟ୍ ଇଣ୍ଡିଆ ଲାଫ୍ଟର ଚ୍ୟାଲେଞ୍ଜ-୩’ ଜିତିବା ପରେ ହିଁ ତାଙ୍କୁ ଅସଲ କମେଡିଆନର ପରଚୟ ମିଳିଥିଲା।

ଏହାପରେ ସେ ଟିଭିରେ ଅନେକ ରିଏଲିଟି ସୋ’ରେ ନଜର ଆସିଥିଲେ। ‘କମେଡି ସର୍କସ’, ‘ଝଲକ ଦିଖ୍ ଲାଜା’ ପରେ ନିଜର ଏକ କମେଡି ସୋ’ ଆରମ୍ଭ କଲେ। ଏହାର ନାମ ଥିଲା ‘ କମେଡି ନାଇଟ୍ସ ୱିଥ୍ କପିଲ୍’। ଏହି ସୋ’ ଜରିଆରେ ଏକ ନୂଆ ଷ୍ଟାରଡମ୍ ପାଇଲେ କପିଲ। ଦେଶ ଓ ବିଦେଶରେ କମେଡି କିଙ୍ଗ୍ ଭାବେ ପରିଚୟ ହାସଲ କଲେ କପିଲ ଶର୍ମା।

ବର୍ତ୍ତମାନ କପିଲ କମେଡି ଦୁନିଆରେ ଏକ ବାଦଶାହା ଭାବେ ଖ୍ୟାତି ଅର୍ଜନ କରିଛନ୍ତି। ପିଲାଙ୍କଠାରୁ ଆରମ୍ଭ କରି ବୃଦ୍ଧଙ୍କ ପର୍ଯ୍ୟନ୍ତ ତାଙ୍କ କମେଡିର ଦିୱାନା।

କପିଲ ଯେତେ ଲୋକପ୍ରିୟତା ହାସଲ କଲେ ତା’ସହ ବିବାଦ ବି ତାଙ୍କ ପଛରେ ପଡ଼ିଲା। ‘କମେଡି ନାଇଟ୍ସ ୱିଥ୍ କପିଲ’ ପ୍ରସାରଣ କରୁଥିବା କଲର୍ସ ଚ୍ୟାନେଲ ଓ କପିଲଙ୍କ ମଧ୍ୟରେ ବିବାଦ ଉପୁଜି ଥିଲା।  ଏଥିପାଇଁ ଏହି ଚ୍ୟାନେଲ ସହ ଆଉ କାମ କରିବେ ନାହିଁ ବୋଲି କପିଲ ମନା କରିଦେଇଥିଲେ।

ଏହାଛଡ଼ା ସୋନୀ ଟିଭିରେ ଏକ ନୂଆ କମେଡି ସୋ’ ନେଇ ଆସିଲେ। ଯାହାର ନାଁ ଥିଲା ‘ଦ କପିଲ ଶର୍ମା ସୋ’। ଧିରେଧିରେ କପିଲଙ୍କ ସୋ’ ଲୋକପ୍ରିୟତାର ଶିଖରରେ ପହଞ୍ଚିଥିଲା। ସବୁ ସୋ’କୁ ପଛରେ ପକାଇ କପିଲଙ୍କ ସୋ’ ଟିଆର୍‌ପିରେ ସବୁଠୁ ଆଗରେ ରହିଲା। ଏତିକି ବେଳେ କପିଲ ଓ ସୋ’ର ଅନ୍ୟ ଏକ ମୁଖ୍ୟ କଳାକାର ସୁନୀଲ ଗ୍ରୋଭରଙ୍କ ସହ ଝଗଡ଼ା ସାମ୍ନାକୁ ଆସିଲା। ତା’ସହ ସୁଟିଂ ବିଳମ୍ବରରେ ପହଞ୍ଚିବା କାରଣରୁ ସୋ’ରେ ଭାଗ ନେଉଥିବା ଅତିଥିଙ୍କୁ ଅପେକ୍ଷା କରିବାକୁ ପଡ଼ୁଥିଲା। ଯାହାକୁ ନେଇ କପିଲ ଓ ସୋ’ର ପ୍ରଯୋଜକଙ୍କ ମଧ୍ୟରେ ମନୋମାଳିନ୍ୟ ଦେଖାଦେଇଥିଲା।

ଏତେ ସବୁ ବିବାଦ ପରେ ବି କପିଲ ନିଜ ନୂଆ ସୋ’ ନେଇ ଦର୍ଶକଙ୍କ ପାଖକୁ ଆସୁଛନ୍ତି।

Comment