ଓଡ଼ିଶାଲାଇଭ୍‌ ବ୍ୟୁରୋ

ଅନୁଗୁଳ ଜିଲ୍ଲା ଜରାସିଂହ ନିକଟରେ ଘଟିଛି ଅଭାବନୀୟ ଘଟଣା। ଜିନ୍ଦଲ କାରଖାନାରୁ ମାଲ୍ ନେଇ ଟ୍ରେନ୍‌ଟି ଷ୍ଟେସନ୍ ଯାଉଥିବା ବେଳେ ୧୨ଟି ବଗି ଲାଇନ୍‌ଚ୍ୟୁତ ହୋଇଯାଇଛି। ଫଳରେ ଟ୍ରେନ୍ ଚାଳକଙ୍କ ମୃତ୍ୟୁ ଘଟିଛି। ଟ୍ରେନ ଚାଳକଙ୍କ ଘର ଅନୁଗୁଳ ଜିଲ୍ଲା ଜରଡ଼ାରେ ଏବଂ ତାଙ୍କ ନାଁ ବିନୟ ସାହୁ।

ଶନିବାର ସାଢ଼େ ୧୧ଟା ବେଳେ ମାଲବାହୀ ଟ୍ରେନଟି ଜିନ୍ଦଲରୁ ମାଲ ନେଇ ଯାଉଥିଲା। କିନ୍ତୁ ଜରାସିଂଠାରେ ବ୍ରେକ୍ ଫେଲ୍ ହୋଇଯିବାରୁ ରେଳ ଧାରଣାରୁ ୧୨ଟି ବଗି ଖସି ଯାଇଥିଲା।

ଟ୍ରେନ୍ ଲାଇନଚ୍ୟୁତ ହେବା ପରେ ବରିଷ୍ଠ ରେଳ ଅଧିକାରୀ ଏବଂ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଏହି ଲାଇନ୍‌ରେ ଅନ୍ୟ ଟ୍ରେନ୍‌ ଯାତାୟତକୁ ବାତିଲ୍ କରାଯାଇଥିଲା।

Comment