ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଡ଼ିଶାର ପୂର୍ବତନ ରାଜ୍ୟପାଳ ଡକ୍ଟର ଏସସି ଜମିର ଓଡ଼ିଶା ଛାଡ଼ିଛନ୍ତି। ଭୁବନେଶ୍ୱର ବିମାନବନ୍ଦରଠାରେ ତାଙ୍କୁ ଗାର୍ଡ ଅଫ୍ ଅନର୍ ଦିଆଯାଇଛି।

ଓଡ଼ିଶାରୂ ବିଦାୟ ନେଇଛନ୍ତି ପୂର୍ବତନ ରାଜ୍ୟପାଳ ଏସସି ଜମିର। ୨୦୧୩ ମସିହା ମାର୍ଚ୍ଚ ୨୧ ତାରିଖରେ ଓଡ଼ିଶାର ରାଜ୍ୟପାଳ ଦାୟିତ୍ୱ ନେଇଥିବା ଡକ୍ଟର ଜମିର ଓଡ଼ିଶାର ରାଜ୍ୟପାଳ ଭାବେ ୫ ବର୍ଷର କାର୍ଯ୍ୟକାଳ ପୂରଣ କରିବା ପରେ ଗତ ୨୦ ତାରିଖ ଦିନ ଅବସର ନେଇଥିଲେ। ବିହାର ରାଜ୍ୟପାଳ ସତ୍ୟପାଳ ମଲ୍ଲିକ ଓଡ଼ିଶାର ରାଜ୍ୟପାଳ ଭାବେ ଅତିରିକ୍ତ ଦାୟିତ୍ୱ ନେଇଛନ୍ତି।

ସକାଳ ୯ଟା ୫୦ ମିନିଟ୍‌ ସମୟରେ ବିଦାୟୀ ରାଜ୍ୟପାଳ ଡକ୍ଟର ଜମିର ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନବନ୍ଦରଠାରେ ପହଞ୍ଚିଥିଲେ। ବିମାନବନ୍ଦରର ୨ ନମ୍ବର ଟର୍ମିନାଲ ଠାରେ ଡକ୍ଟର ଜମିରଙ୍କୁ ଓଡ଼ିଶା ପୁଲିସ ପକ୍ଷରୁ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଥିଲା।

ବିମାନବନ୍ଦରଠାରେ ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରା, ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ମେୟର ଅନନ୍ତ ନାରାୟଣ ଜେନା, ଖୋର୍ଦ୍ଧା ଜିଲ୍ଲାପାଳ ନିର୍ମଳ ଚନ୍ଦ୍ର ମିଶ୍ର, ଭୁବନେଶ୍ୱର-କଟକ ପୁଲିସ କମିସନର ଓ୍ଵାଇ ବି ଖୁରାନିଆ ପ୍ରମୁଖ ଡକ୍ଟର ଜମିରଙ୍କୁ ବିଦାୟ ସମ୍ବର୍ଦ୍ଧନା ଦେଇଥିଲେ।

Comment