ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ଶନିବାର ପ୍ରମୁଖ ସହରର ତାପମାତ୍ରା ୩୯ ଡିଗ୍ରୀ
  • ଶୁକ୍ରବାର ୭ଟି ସହରର ତାପମାତ୍ରା ୪୦ ଟପିଥିଲା
  • ୩ଟି ଜିଲ୍ଲାରେ କାଳବୈଶାଖୀ ପାଇଁ ସତର୍କ ସୂଚନା

ତତଲା କଡ଼େଇ ପାଲଟି ଯାଇଛି ଓଡ଼ିଶା। ଡହ ଡହ ଖରାରେ ସିଝୁଛନ୍ତି ଲୋକେ। ଟିଟିଲାଗଡ଼ରୁ ମାଲକାନଗିରି ଏବଂ ସମ୍ବଲପୁରରୁ ଅନୁଗୁଳୁ ସବୁଠି ଖରାର ପ୍ରକୋପ ବଢ଼ି ଚାଲିଛି। ଆଞ୍ଚଳିକ ପାଣିପାଗ ବିଭାଗର ରିପୋର୍ଟ ଅନୁଯାୟୀ, ଶନିବାର ଓଡ଼ିଶାର ପ୍ରମୁଖ ସହରର ତାପମାତ୍ରା ୩୯ ଡିଗ୍ରୀ ସେଲସିୟସ ରହିଛି। ଶୁକ୍ରବାର ୭ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଟପିଯାଇଥିଲା।

ଟିଟିଲାଗଡ଼ ଏବଂ ଅନୁଗୁଳରେ ତାପମାତ୍ରା ୪୦.୫ ଡିଗ୍ରୀ ରହିଥିବା ବେଳେ ମାଲକାନଗିରିରେ ଥିଲା ୪୦.୪ ଡିଗ୍ରୀ। ସେହିପରି ସୋନପୁରରେ ୪୦.୨, ବଲାଙ୍ଗିରରେ ୪୦.୩ ଏବଂ ହୀରାକୁଦରେ ୪୦ ଡିଗ୍ରୀ ସେଲସିୟସ୍ ତାପମାତ୍ରା ରେକର୍ଡ କରାଯାଇଛି। ଆଗାମୀ ଦିନରେ ଓଡ଼ିଶାର ତାପମାତ୍ରା ବଢ଼ିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

ଏପଟେ ୩ଟି ଜିଲ୍ଲାରେ କାଳବୈଶାଖୀ ହେବାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝରବାସୀଙ୍କ ପାଇଁ ସତର୍କ ସୂଚନା ଜାରି କରାଯାଇଛି। ଶନିବାର ସାଢ଼େ ୬ଟା ପର୍ଯ୍ୟନ୍ତ ଏହି ସତର୍କ ସୂଚନା ଜାରି କରାଯାଇଛି।

Comment