ଓଡ଼ିଶାଲାଇଭ୍‌ ବ୍ୟୁରୋ

ଢେଙ୍କାନାଳ ବିଜେଡି ଯୁବ ସଭାପତିଙ୍କୁ ହତ୍ୟା। ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତରବେଳେ ତାଙ୍କର ମୃତ୍ୟୁ ହୋଇଛି।

ଢେଙ୍କାନାଳ ବିଜେଡି ଯୁବ ସଭାପତିଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଛି। କାମାକ୍ଷାନଗର ଗାନ୍ଧିମନ୍ଦିର ନିକଟରେ କାରରେ ଯାଉଥିବାବେଳ ଯଶୋବନ୍ତ ପରିଡାଙ୍କ ଉପରକୁ ଆକ୍ରମଣ କରିଥିଲେ ଦୁବୃର୍ତ୍ତ। ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତରବେଳେ ତାଙ୍କର ମୃତ୍ୟୁ ହୋଇଛି ।

ସୋମବାର ଦିନ ୧୦ଟାବେଳେ ଯଶୋବନ୍ତ କାମାକ୍ଷାନଗର ଗାନ୍ଧି ମନ୍ଦିର ନିକଟରେ ନିଜ କାରରୁ ଓହ୍ଲାଉଥିବା ବେଳେ ସେଠାରେ ପୂର୍ବରୁ ଅପେକ୍ଷାରତ ଜଣେ ଯୁବକ ଦୌଡ଼ି ଯାଇ ଖୁବ୍‌ ପାଖରୁ ତାଙ୍କ ଉପରକୁ ଗୁଳି ଚଳାଇଥିଲା। ଗୁଳି ଶ୍ରୀ ପରିଡ଼ାଙ୍କ ମୁଣ୍ଡରେ ବାଜିବାରୁ ସେ ପଡ଼ି ଯାଇଥିଲେ। ପରେ ପରେ ଦୁର୍ବୃତ୍ତ ଜଣକ ବ୍ଲାଙ୍କ ଫାୟାରିଂ କରି ସେଠାରେ ଆତଙ୍କ ସୃଷ୍ଟି କରିବା ସହିତ ଖସିଯିବାକୁ ଚେଷ୍ଟା କରିଥିଲା। ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ଅନ୍ୟ ଦୁଇଜଣ ଆହତ ହୋଇଥିଲେ। ତେବେ କେଉଁ କାରଣରୁ ତାଙ୍କୁ ହତ୍ୟା କରାଯାଇଛି ତାହା ସ୍ପଷ୍ଟ ହୋଇନାହିଁ । ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଗୁରୁତର ଆହତ ଯଶୋବନ୍ତଙ୍କୁ ଜଣେ ଡାକ୍ତରଙ୍କ ସହିତ ଆମ୍ବୁଲାନ୍ସରେ କଟକ ବଡ଼ ଡାକ୍ତରଖାନାକୁ ପଠାଯାଉଥିବାବେଳେ କାମାକ୍ଷାନଗରଠାରୁ ମାତ୍ର ୫ କିଲୋମିଟର ଦୂରରେ ତାଙ୍କର ମୃତ୍ୟୁ ଘଟିଥିଲା। ୨୦୧୪ ମସିହାରେ ଶ୍ରୀ ପରିଡ଼ାଙ୍କ ଉପରକୁ ମଧ୍ୟ ଗୁଳିମାଡ଼ ହୋଇଥିଲା।

 

Comment