ଓଡ଼ିଶାଲାଇଭ୍ ବ୍ୟୁରୋ

-ଶ୍ରୀଜିଉଙ୍କ ରତ୍ନଭଣ୍ଡାରର ବାହାର କାନ୍ଥ ଯାଞ୍ଚ କରୁଛନ୍ତି ଏଏସ୍‌ଆଇ ଏବଂ ୫ ଜଣିଆ ବିଶେଷଜ୍ଞ ଦଳ। ନାଭିକଟା ମଣ୍ଡପ ପଟୁ ଯାଞ୍ଚ ଆରମ୍ଭ ହୋଇଛି। ରତ୍ନଭଣ୍ଡାର ଭିତରପଟୁ ଯାଞ୍ଚ ହେବ କି ନାହିଁ ତାକୁ ନେଇ ଦେଖାଦେଇଛି ଅନିଶ୍ଚିତତା। ରତ୍ନଭଣ୍ଡାର ସ୍ଥିତି ଯାଞ୍ଚ କରିବା ପାଇଁ ଏଏସ୍‌ଆଇ ପକ୍ଷରୁ ହାଇକୋର୍ଟରେ ସତ୍ୟପାଠ ଦାଖଲ ହୋଇଥିଲା। ୨୬ ଓ ୨୭ ତାରିଖରେ ରତ୍ନଭଣ୍ଡାର ସ୍ଥିତି ଯାଞ୍ଚ କରିବାକୁ ହାଇକୋର୍ଟ ଦେଇଥିଲେ ନିର୍ଦ୍ଦେଶ। ହେଲେ ଏହାକୁ ସେବାୟତମାନେ ବିରୋଧ କରୁଛନ୍ତି।

-ଭଦ୍ରକରେ ଆରମ୍ଭ ହେଲା ଇଣ୍ଟରନେଟ୍ ସେବା। ରାମନବମୀକୁ ଦୃଷ୍ଟିରେ ରଖି ଭଦ୍ରକରେ ୪୮ ଘଣ୍ଟା ପର୍ଯ୍ୟନ୍ତ ଇଣ୍ଟରନେଟ୍ ସେବା ବନ୍ଦ କରାଯାଇଥିଲା।

-ବିଧାନସଭାରେ ସିଏଜି ରିପୋର୍ଟ ଉପସ୍ଥାପିତ। ୨୦୧୭-୧୭ର ଆର୍ଥିକ ହିସାବ ସମ୍ପର୍କିତ ରିପୋର୍ଟ। ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ଉପସ୍ଥାପିତ କଲେ ରିପୋର୍ଟ।

-ବିନା ବିରୋଧୀରେ ଚାଲିଛି ବିଧାନସଭାର ଅପରାହ୍ଣ ଅଧିବେଶନ। ବାଚସ୍ପତିଙ୍କଠାରୁ ସନ୍ତୋଷଜନକ ଉତ୍ତର ନମିଳିବାରୁ କକ୍ଷତ୍ୟାଗ କଲେ କଂଗ୍ରେସ ଓ ବିଜେପି ସଭ୍ୟ।

-ରାଜସ୍ଥାନ ରୟାଲ୍ସ ଅଧିନାୟକ ପଦରୁ ହଟିଲେ ଷ୍ଟିଭେନ୍‌ ସ୍ମିଥ୍

-ଢେଙ୍କାନାଳ ଯୁବ ବିଜେଡି ସଭାପତିଙ୍କୁ ହତ୍ୟା। କାମାକ୍ଷାନଗର ଗାନ୍ଧିମନ୍ଦିର ନିକଟରେ କାରରେ ଯାଉଥିବାବେଳେ ଯଶୋବନ୍ତ ପରିଡାଙ୍କ ଉପରକୁ ଆକ୍ରମଣ କରିଥିଲେ ଦୁବୃର୍ତ୍ତ। ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତରବେଳେ ତାଙ୍କର ମୃତ୍ୟୁ ହୋଇଛି।

Comment