ଓଡ଼ିଶାଲାଇଭ୍ ବ୍ୟୁରୋ
କମିଶନରେଟ ପୋଲିସର ଚିନ୍ତା ବଢ଼ାଇ ଦେଇଛି ଉନ୍ମୟ ପାଢ଼ି ମର୍ଡର ମିଷ୍ଟ୍ରି। କାହିଁକି ଏବଂ କେମିତି ଏହି ହାଇପ୍ରୋଫାଇଲ୍ ହତ୍ୟାକାଣ୍ଡ ଘଟିଲା ତାର ସୁରାକ ପାଉନି ପୋଲିସ।
କମିଶନରେଟ ପୋଲିସର ଚିନ୍ତା ବଢ଼ାଇ ଦେଇଛି ଉନ୍ମୟ ପାଢ଼ୀ ମର୍ଡର ମିଷ୍ଟ୍ରି। କାହିଁକି ଏବଂ କେମିତି ଏହି ହାଇପ୍ରୋଫାଇଲ୍ ହତ୍ୟାକାଣ୍ଡ ଘଟିଲା ତାର ସୁରାକ ପାଉନି ପୋଲିସ। ପୋଲିସ ହତ୍ୟାକାଣ୍ଡର ରହସ୍ୟ ଖୋଜୁଥିବା ବେଳେ ପୋଷ୍ଟମର୍ଟମ ରିପୋର୍ଟ ଆସିଛି।
କୁଆଖାଇ ନଦୀ ପଠାରେ ଉନ୍ମୟଙ୍କୁ ଛୁରି ଭୁଷିବା ସହ ମୁଣ୍ଡକୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରାଯାଇଥିଲା। ପରେ ତାଙ୍କ ଦେହରେ ନିଆଁ ଲଗାଇ ଦିଆଯାଇଥିବା ପୋଷ୍ଟମର୍ଟମ ରିପୋର୍ଟରୁ ଜଣାପଡ଼ିଛି।
ମାର୍ଚ୍ଚ ୨୦ ତାରିଖର ଘଟଣା। ଭୁବନେଶ୍ୱର ଉପକଣ୍ଠ ନହରକଣ୍ଟା କୁଆଖାଇ ନଦୀପଠାରେ ଘଟିଥିଲା ଏକ ବିଭତ୍ସ ହତ୍ୟାକାଣ୍ଡ। ଜଣେ ଯୁବକକୁ କେହି ହତ୍ୟା କରି ନଦୀ ପଠାରେ ପକାଇ ଚାଲିଯାଇଥିବା ପୋଲିସ ପାଖରେ ହୋଇଥିଲା ଅଭିଯୋଗ। ପୋଲିସ ଘଟଣାସ୍ଥଳକୁ ଯାଇ ତଦନ୍ତ କରିବା ସହ ଦରପୋଡ଼ା ମୃତଦେହ ଏବଂ ପାଖରେ ପଡ଼ିଥିବା ଛୁରି, ଲାପଟପ୍ ଆଦି ଜବତ କରିଥିଲା। ପରେ ଏହାର ଖୋଳତାଡ଼ ଆରମ୍ଭ କରିଥିଲା।
ପରେ ହତ୍ୟାକାଣ୍ଡର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେବା ପରେ ପୋଲିସ ଆହୁରି ତତ୍ପର ହୋଇ ଉଠିଥିଲା।
ଭିଡିଓରୁ ଜଣାପଡ଼ିଛି ଯେ ଉନ୍ମୟ ପାଢ଼ୀ ନାମକ ଜଣେ ଯୁବକଙ୍କୁ କିଛି ଲୋକ ନଦୀପଠାରେ ଆକ୍ରମଣ କରି ଚାଲିଥିଲେ। ହଠାତ୍ ଜଣେ ଯୁବକ ଉନ୍ମୟଙ୍କ ପେଟକୁ ଆକ୍ରମଣ କରିଥିଲା। ଆଉ କିଛି ଯୁବକ ଉନ୍ମୟଙ୍କ ମୁଣ୍ଡକୁ ଗଭୀର ଭାବେ ଆଘାତ ଦେଇଥିଲେ। ଫଳରେ ଉନ୍ମୟ ତଳେ ଟଳି ପଡ଼ିବା ପରେ ତାଙ୍କୁ ଜାଳିଦେବାକୁ ହୋଇଥିଲା ଉଦ୍ୟମ।
ଏହି ଭିଡିଓରେ ଜଣେ ଯୁବତୀଙ୍କ ଫଟୋ ଦେଖିବାକୁ ମିଳିଛି। ତେବେ ଏହି ଯୁବତୀଙ୍କୁ ପୋଲିସ ଦୁଇ ଦିନ ହେଲା ଜେରା କରୁଛି। ପୋଲିସ ପକ୍ଷରୁ କିଛି ସ୍ପଷ୍ଟ କରାଯାଉ ନଥିବାରୁ ପୂରା ଘଟଣା ରହସ୍ୟମୟ ହୋଇଯାଇଛି।
ମୃତ ଉନ୍ମୟଙ୍କ ନାଁରେ ରହିଥିଲା ଭିଡିଓ ଭାଇରାଲ କରିବାର ଅଭିଯୋଗ। ସେ ଏଭଳି କାମ କରି ଗତବର୍ଷ ହୋଇଥିଲେ ଗିରଫ। ପରେ ସେ ଜାମିନରେ ଆସିଥିଲେ। ଚାନ୍ଦବାଲିର ଜଣେ ଯୁବତୀଙ୍କର କିଛି ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ କରି ଉନ୍ମୟ ଚର୍ଚ୍ଚାରେ ରହିଥିଲେ। ଏହି ଘଟଣା ପାଇଁ ଉନ୍ମୟଙ୍କୁ ହତ୍ୟା କରାଯାଇଥାଇପାରେ ବୋଲି ପୋଲିସ ସନ୍ଦେହ କରୁଛି।








କମିଶନରେଟ ପୋଲିସର ଚିନ୍ତା ବଢ଼ାଇ ଦେଇଛି ଉନ୍ମୟ ପାଢ଼ି ମର୍ଡର ମିଷ୍ଟ୍ରି। କାହିଁକି ଏବଂ କେମିତି ଏହି ହାଇପ୍ରୋଫାଇଲ୍ ହତ୍ୟାକାଣ୍ଡ ଘଟିଲା ତାର ସୁରାକ ପାଉନି ପୋଲିସ।









