ଓଡ଼ିଶାଲାଇଭ୍ ବ୍ୟୁରୋ
ଅନୁପ ସାହୁ ଭୁବନେଶ୍ଵରର ନୂଆ ଡିସିପି ଭାବେ ଦାୟିତ୍ଵ ନେଇଛନ୍ତି। ସତ୍ୟବ୍ରତ ଭୋଇଙ୍କ ପଦୋନ୍ନତି ପରେ ତାଙ୍କ ସ୍ଥାନ ନେଇଛନ୍ତି ଅନୁପ ସାହୁ। ପୂର୍ବରୁ ଭଦ୍ରକ ଏସପି ଭାବେ କାର୍ଯ୍ୟରତ ଥିଲେ ଅନୁପ।
ଭୁବନେଶ୍ୱର ଡିସିପି ଭାବେ ଆଇପିଏସ ଅନୁପ ସାହୁ ଦାୟିତ୍ୱ ଗ୍ରହଣ କରିଛନ୍ତି। ସେ ପୂର୍ବତନ ଡିସିପି ସତ୍ୟବ୍ରତ ଭୋଇଙ୍କଠାରୁ ମଙ୍ଗଳବାରଦିନ ଦାୟିତ୍ୱ ନେଇଛନ୍ତି।
“ଭୁବନେଶ୍ୱରର ଅପରାଧ ନିୟନ୍ତ୍ରଣ, ଟ୍ରାଫିକ ପରିଚାଳନା ଓ ଭିଭିଆଇପି ସୁରକ୍ଷା ବ୍ୟବସ୍ଥା ନିଶ୍ଚିତ ଭାବେ ପୁଲିସ ପ୍ରଶାସନ ପାଇଁ ଆହ୍ଵାନ। ଏହାର ସୁପରିଚାଳନା ପାଇଁ ଉଦ୍ୟମ କରିବା ସହ ସାଇବର ଅପରାଧ ନିୟନ୍ତ୍ରଣ ସହିତ ମହିଳାଙ୍କ ସୁରକ୍ଷାକୁ ପ୍ରାଥମିକତା ଦେବି”, କହିଛନ୍ତି ନବନିର୍ବାଚିତ ଡିସିପି ଅନୁପ ସାହୁ।
ଭୁବନେଶ୍ୱରର ଡିସିପି ଥିବା ଆଇପିଏସ ଅଫିସର ସତ୍ୟବ୍ରତ ଭୋଇଙ୍କର ଡିଆଇଜି ପାହ୍ୟାକୁ ପଦୋନ୍ନତି ହୋଇଛି। ଫଳରେ ଭଦ୍ରକ ଏସପି ଥିବା ଅନୁପ ସାହୁଙ୍କୁ ଭୁବନେଶ୍ୱର ଡିସିପି ଭାବେ ସରକାର ନିଯୁକ୍ତି ଦେଇଛନ୍ତି।
ଗତବର୍ଷ ଭଦ୍ରକରେ ଶ୍ରୀରାମନବମୀ ଅବସରରେ ଦଙ୍ଗା ସୃଷ୍ଟିକୁ ନେଇ ଲାଗିରହିଥିବା ଉତ୍ତେଜନାକୁ ସୁଚାରୁରୂପେ ତୁଲାଇଥିଲେ ସେଠାକାର ଏସପି ଥିବା ଅନୁପ ସାହୁ। ଚଳିତ ବର୍ଷ ଶ୍ରୀରାମନବମୀ ଅବସରରେ ଭଦ୍ରକ ସହରରେ ଲାଗିଥିବା ୧୪୪ ଧାରା ଉଠିଯିବା ପରେ ମଙ୍ଗଳବାରଦିନ ଭୁବନେଶ୍ୱରର ଡିସିପି ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ଅନୁପ ସାହୁ।








ଅନୁପ ସାହୁ ଭୁବନେଶ୍ଵରର ନୂଆ ଡିସିପି ଭାବେ ଦାୟିତ୍ଵ ନେଇଛନ୍ତି। ସତ୍ୟବ୍ରତ ଭୋଇଙ୍କ ପଦୋନ୍ନତି ପରେ ତାଙ୍କ ସ୍ଥାନ ନେଇଛନ୍ତି ଅନୁପ ସାହୁ। ପୂର୍ବରୁ ଭଦ୍ରକ ଏସପି ଭାବେ କାର୍ଯ୍ୟରତ ଥିଲେ ଅନୁପ।
