ଓଡ଼ିଶାଲାଇଭ୍‌ ବ୍ୟୁରୋ

ଏସୀୟ ଫୋବର୍ସ ତାଲିକାରେ ପ୍ରକାଶିତ ହୋଇଛି। ଭାରତର ୪ଜଣ ସେଲିବ୍ରିଟି ଏହି ତାଲିକାରେ ସ୍ଥାନ ପାଇଛନ୍ତି। ସେମାନେ ହେଲେ ପିଭି ସିନ୍ଧୁ, ସ୍ମୃତି ମାନ୍ଧନା, ଅନୁଷ୍ମା ଶର୍ମା ଓ ପଦ୍ମନାଭ ସିଂହ।

ଦେଶର ଅଗ୍ରଣୀ ବ୍ୟାଡ୍‌ମିଣ୍ଟନ୍‌ ତାରକା ପିଭି ସିନ୍ଧୁ ଏବଂ ମହିଳା କ୍ରିକେଟର୍‌ ସ୍ମୃତି ମାନ୍ଧାନାଙ୍କୁ ଫୋବର୍ସ ତାଲିକାର ଏସୀୟ ଶୀର୍ଷ ୩୦ ମଧ୍ୟରେ ସ୍ଥାନ ମିଳିଛି। ଫୋବର୍ସର ମନୋରଞ୍ଜନ ଓ କ୍ରୀଡ଼ା ଶ୍ରେଣୀରେ ମୋଟ ୪ ଜଣ ଭାରତୀୟଙ୍କୁ ସ୍ଥାନ ମିଳିଛି। ଅନ୍ୟ ୨ ଜଣ ହେଲେ ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମା ଏବଂ ଭାରତୀୟ ପୋଲୋ ଦଳର ଅଧିନାୟକ ପଦ୍ମନାଭ ସିଂହ।

ମୋଟ ୧୦ଟି ଶ୍ରେଣୀରୁ ମନୋନୀତ ୩୦୦ ଯୁବ ବ୍ୟକ୍ତିବିଶେଷଙ୍କ ମଧ୍ୟରେ ଏମାନଙ୍କୁ ସ୍ଥାନ ମିଳିଛି। ୨୨ ବର୍ଷୀୟ ସିନ୍ଧୁ ଏବେ ବିଶ୍ୱ ମାନ୍ୟତାରେ ତୃତୀୟ ସ୍ଥାନରେ ରହିଥିବାବେଳେ ଆସନ୍ତା ମାସର ରାଜ୍ୟଗୋଷ୍ଠୀ କ୍ରୀଡ଼ା ଲାଗି ଭାରତୀୟ ଦଳର ତ୍ରିରଙ୍ଗା ବାହକ ମନୋନୀତ ହୋଇଛନ୍ତି।

୨୦୧୬ ରିଓ ଅଲିମ୍ପିକ୍ସରେ ରୌପ୍ୟ ପଦକ ଜିତିଥିବା ସିନ୍ଧୁ ମଧ୍ୟ ଗୋଲ୍‌ଡକୋଷ୍ଟ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଏକକ ବର୍ଗର ସ୍ୱର୍ଣ୍ଣ ପଦକ ବିଜେତା ଲାଗି ଦାବିଦାର ଅଛନ୍ତି। ୨୦୧୪ ଗ୍ଲାସ୍‌ଗୋ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସିନ୍ଧୁ ଏକକ ବର୍ଗରେ କାଂସ୍ୟ ପଦକ ଜିତିଥିଲେ।

୨୧ ବର୍ଷୀୟ ବାମହାତୀ ମହିଳା କ୍ରିକେଟର୍‌ ସ୍ମୃତି ମାନ୍ଧାନା ପ୍ରଥମ ଭାରତୀୟ ଭାବେ ଦିନିକିଆ କ୍ରିକେଟ୍‌ରେ ଦ୍ୱିଶତକ ଅର୍ଜନ କରିଥିଲେ। ସେହିଭଳି ହନମନପ୍ରୀତ୍‌ କୌରଙ୍କ ପରେ ଦ୍ୱିତୀୟ ଖେଳାଳି ଭାବେ ଅଷ୍ଟ୍ରେଲିଆର ବିଗ୍‌ ବାସ୍‌ ଲିଗ୍‌ରେ ଖେଳିବାର ଯୋଗ୍ୟତା ପାଇଥିଲେ।

Comment