ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟରେ ଲୋକାୟୁକ୍ତ ଗଠନକୁ ନେଇ ବୁଧୁବାର ବି ବିଧାନସଭାରେ ଲାଗି ରହିଛି ଅଚଳାବସ୍ଥା। ପ୍ରଶ୍ନକାଳ ଆରମ୍ଭରେ ବିରୋଧୀଦଳ ନେତାଙ୍କ ସହ କଂଗ୍ରେସ ବିଧାୟକମାନେ ବାଚସ୍ପତିଙ୍କ ପୋଡିୟମ ତଳେ ଧାରଣା ଦେଇଛନ୍ତି। ଅଚଳାବସ୍ଥା ଦୂର ପାଇଁ ବାଚସ୍ପତି ଅପରାହ୍ନ ୩ଟାବେଳେ ସର୍ବଦଳୀୟ ବୈଠକ ଡକାଇଛନ୍ତି।
ଲୋକୟୁକ୍ତ ନିଯୁକ୍ତି ଦାବିରେ ବୁଧୁବାର ବି ବିଧାନସଭା ଅଚଳ। ଗୁହ ଆରମ୍ଭରୁ ହୋହଲ୍ଲା ଓ ହଟ୍ଟଗୋଳ। ବ୍ୟାନର୍ ଧରି ବିଜେପି ଓ କଂଗ୍ରେସ ପକ୍ଷରୁ ନାରାବାଜି ଯୋଗୁଁ ଗୃହ କାର୍ଯ୍ୟ ଚାଲିପାରି ନାହିଁ। ଫଳରେ ବାଚସ୍ପତି ଗୃହକୁ ୧୧.୩୦ ପର୍ଯ୍ୟନ୍ତ ମୁଲତବି ଘୋଷଣା କରିଥିଲେ। ତା’ପରେ ସମାନ ପରିସ୍ଥିତି ଦେଖାଦେବାରୁ ଅଚଳାବସ୍ଥା ଦୂର ପାଇଁ ଗୃହକୁ ମୁଲତବି ରଖି ବାଚସ୍ପତି ଅପରାହ୍ନ ୩ଟାରେ ସର୍ବଦଳୀୟ ବୈଠକ ଡକାଇଛନ୍ତି।
ଗତ ଦୁଇଦିନ ଧରି ବିଧାନସଭାରେ ଅଚଳାବସ୍ଥା ଜାରି ରହିଛି। ବୁଧୁବାର ମଧ୍ୟ ସମାନ ଅବସ୍ଥା ଲାଗିରହିଥିଲା। ବିରୋଧୀ କଂଗ୍ରେସ ଓ ବିଜେପି ପକ୍ଷକୁ ଗୃହର ମଧ୍ୟ ଭାଗକୁ ଆସି ହଙ୍ଗାମା କରିଛନ୍ତି। ବୁଧୁବାର ପ୍ରଶ୍ନକାଳ ଆରମ୍ଭ ହେବା ପରେ କଂଗ୍ରେସ ନେତା ପ୍ଲା-କାର୍ଡ ଧରି ସରକାରଙ୍କୁ ଘେରିଥିଲେ। ‘ମଁ ଦୁର୍ନିତି’ ଲେଖାଥିବା ପ୍ଲା-କାର୍ଡ ଧରି ଗୃହର ମଧ୍ୟଭାଗକୁ ଚାଲିଆସିଥିଲେ ବିରୋଧୀ।
“ବିରୋଧୀଙ୍କ ଏଭଳି ହଟ୍ଟଗୋଳ ଶସ୍ତା ରାଜନୀତି ଓ ଦାୟିତ୍ୱ ହିନତାର ପରିଚୟ। ଜନସାଧାରଣ ବିଧାନସଭାର ଆଲୋଚନାକୁ ଅପେକ୍ଷା କରିରହିଥାନ୍ତି। କିନ୍ତୁ ବିରୋଧୀଙ୍କୁ ଏଭଳି ହଙ୍ଗାମାରୁ ଗୃହ କାର୍ଯ୍ୟ ଚାଲିପାରୁ ନାହିଁ। ଏଭଳି ଆଚରଣ ଅଗଣତାନ୍ତ୍ରିକ” କହିଛନ୍ତି ବିଜେଡି ବିଧାୟକ ଦାମୋଦର ରାଉତ।