ଓଡ଼ିଶାଲାଇଭ୍‌ ବ୍ୟୁରୋ

ଅଷ୍ଟ୍ରେଲିୟ କ୍ରିକେଟ୍‌ ତାରକା ଡେଭିଡ୍ ଓ୍ଵାର୍ଣ୍ଣର ଓ ଷ୍ଟିଭ୍‌ ସ୍ମିଥ୍‌ ଗୁରୁବାର ବଲ-ଟାମ୍ପରିଂରେ ସମ୍ପୃକ୍ତି ନେଇ ନିଜର ଫ୍ୟାନ୍‌ ଓ କ୍ରିକେଟ୍‌ ଜଗତକୁ କ୍ଷମା ପ୍ରାର୍ଥନା କରିଛନ୍ତି।

ବଲ ଟାମ୍ପରିଂ ଘଟଣାରେ ଦୋଷୀ ସାବ୍ୟସ୍ତ ହୋଇ ବର୍ଷେ ପାଇଁ କ୍ରିକେଟରୁ ବାସନ୍ଦ ହୋଇଥିବା ଅଷ୍ଟ୍ରେଲିଆ କ୍ରିକେଟ ଦଳର ଅଧିନାୟକ ଷ୍ଟିଭ୍ ସ୍ମିଥ୍ ନିଜ ତୃଟି ପାଇଁ କ୍ଷମା ମାଗିଛନ୍ତି।

ଷ୍ଟିଭ୍‌ ସ୍ମିଥ୍‌ ଏକ ସମ୍ବାଦିକ ସମ୍ମିଳନୀରେ ନିଜର ଦୋଷ ସ୍ୱୀକାର କରିଛନ୍ତି। ସ୍ମିଥ୍‌ କୋହଭରା କଣ୍ଠରେ କହିଛନ୍ତି “ମୁଁ ବଲ୍‌ -ଟାମ୍ପରିଂ ଲାଗି ସମ୍ପୂର୍ଣ୍ଣ ଭାବେ ଦାୟୀ। ମୁଁ ଦୁଃଖିତ। ମୁଁ ସମ୍ପୂର୍ଣ୍ଣ ଭାବେ ଭାଙ୍ଗିପଡ଼ିଛି। ଟାମ୍ପରିଂ କରିବାବେଳେ ମୁଁ ବୁଝିପାରି ନଥିଲି କି ଏହାର ପରିଣତି ଏଭଳି କ୍ଷତିକାରକ ହେବ। ଜୀବନରେ ଅବଶିଷ୍ଟ ଅଂଶ ମୁଁ ଜଣେ ଦୋଷୀଭାବେ ଅତିବାହିତ କରିବି। ଜଣେ ଅଧିନାୟକ ଭାବେ ଏହା ମୋର ଚରମ ବିଫଳତା। ମୋ ତୃଟି ପାଇଁ ଯେଉଁ ଦଣ୍ଡ ଦିଆଯିବ ତାହା ସହିବା ପାଇଁ ମୁଁ ପ୍ରସ୍ତୁତ। ଆଶା କରୁଛି ସମୟ ଗଡ଼ିବା ସହ ସମସ୍ତଙ୍କ ଆଦର ପୁଣି ଥରେ ଫେରିପାଇବି।”

ଅନ୍ୟ ଜଣେ ଦୋଷୀ ଡେଭିଡ୍ ଓ୍ଵାର୍ଣ୍ଣର ମଧ୍ୟ କ୍ଷମା ପ୍ରାର୍ଥନା କରିଛନ୍ତି। ବଲ୍‌-ଟାମ୍ପରିଂ ଭଳି କଳା-କାର୍ଯ୍ୟ ଲାଗି ସେ ନିଜକୁ ଦାୟୀ କରିଛନ୍ତି। ଓ୍ଵାର୍ଣ୍ଣର୍‌ ନିଜର ଇନ୍‌ଷ୍ଟାଗ୍ରାମ୍‌ ପେଜ୍‌ରେ ଉଲ୍ଲେଖ କରିଛନ୍ତି କି ବଲ-ଟାମ୍ପରିଂରେ ସମ୍ପୃକ୍ତି ଲାଗି ମୁଁ ନିଜକୁ ଦାୟୀ କରୁଛି ଏବଂ ଏଥିପାଇଁ କ୍ଷମା ମାଗୁଛି। ମୋର ଏହି ତୃଟି ଯୋଗୁଁ କ୍ରିକେଟ୍‌ର ଭାବମୂର୍ତ୍ତି ନଷ୍ଟ ହୋଇଛି।

ଦକ୍ଷିଣ ଆଫ୍ରିକାରେ ଅଷ୍ଟ୍ରେଲୀୟ କ୍ରିକେଟ୍‌ ଦଳ ବଲ-ଟାମ୍ପରିଂ କରିବା କ୍ୟାମେରାରେ ଧରାପଡ଼ିଥିଲା। ବଲ୍‌କୁ ବିକୃତ କରି ଫାଇଦା ପାଇବା ଲାଗି ଯୋଜନା କରିବା ହେତୁ ଷ୍ଟିଭ୍‌ ଓ ଓ୍ଵାର୍ଣ୍ଣର ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ସେମାନଙ୍କୁ ୧ବର୍ଷ ଲାଗି ବାସନ୍ଦ କରାଯାଇଛି। ଅନ୍ୟପକ୍ଷରେ ଏହି କାର୍ଯ୍ୟ କରିଥିବା ହେତୁ ବାନ୍‌କ୍ରଫ୍ଟଙ୍କୁ ୯ ମାସ ଲାଗି ବାସନ୍ଦ କରାଯାଇଛି।

LEAVE A REPLY

Please enter your comment!
Please enter your name here