ଓଡ଼ିଶାଲାଇଭ୍‌ ବ୍ୟୁରୋ

ଶ୍ରୀମନ୍ଦିର ରତ୍ନଭଣ୍ଡାର ଯାଞ୍ଚ ସମ୍ପର୍କରେ ଶ୍ରୀମନ୍ଦିର ପ୍ରଶାସନ ହାଇକୋର୍ଟଙ୍କୁ ଜଣାଇଛି। ଆସନ୍ତା ଏପ୍ରିଲ୍ ୪ ତାରିଖରେ ରତ୍ନଭଣ୍ଡାର  ଯାଞ୍ଚ ହୋଇପାରେ।

ଆସନ୍ତା ୪ ତାରିଖରେ ହେବ ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାର ଯାଞ୍ଚ। ଏହି ପ୍ରସଙ୍ଗରେ ହାଇକୋର୍ଟରେ ଏହା ଜଣାଇଛନ୍ତି ଶ୍ରୀମନ୍ଦିର ପ୍ରଶାସନ।

ଏହାସହ ଜଗମୋହନ ମରାମତି ପ୍ରସଙ୍ଗରେ ମଧ୍ୟ ପରାମର୍ଶ ଦେଇଛନ୍ତି ହାଇକୋର୍ଟ। କେବେ ଓ କିଭଳି ଜଗମୋହନ ମରାମତି ହେବ ଏନେଇ ଶ୍ରୀମନ୍ଦିର ପ୍ରଶାସନ ନିଷ୍ପତ୍ତି ନେବେ ବୋଲି କହିଛନ୍ତି।

ଜଗମୋହନ ସମ୍ପର୍କରେ ସତ୍ୟପାଠ ଦାଗଖଲ ପାଇଁ ନିର୍ଦ୍ଦଶେ ଦେଇଛନ୍ତି ହାଇକୋର୍ଟ। ଏହାସହ ସର୍ବସାଧାରଣଙ୍କ ପାଇଁ କେବେ ଖୋଲାଯିବ ତାହା ସତ୍ୟପାଠ ଜରିଆରେ ଜଣାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଏପ୍ରିଲ ୫ ତାରିଖରେ ହେବ।

ଅନ୍ୟପକ୍ଷରେ ଆଜି ବସୁଛି ଛତିଶା ନିଯୋଗର ବୈଠକ। ରତ୍ନଭଣ୍ଡାରେ କେବେ ପ୍ରବେଶ କରାଯିବ ସେ ବାବଦରେ ନିଷ୍ପତ୍ତି ନିଆଯାଇପାରେ।

Comment