ଓଡ଼ିଶାଲାଇଭ୍‌ ବ୍ୟୁରୋ

-ପୂର୍ବତନ କେନ୍ଦ୍ରମନ୍ତ୍ରୀ ଚନ୍ଦ୍ରଶେଖର ସାହୁ କଂଗ୍ରେସରୁ ଇସ୍ତଫା ଦେଇଥିବା ବେଳେ ଗଞ୍ଜାମ ଜିଲ୍ଲା କଂଗ୍ରେସ ସଭାପତି ଭଗବାନ ଗନ୍ତାୟତ, ପିସିସି ସାଧାରଣ ସମ୍ପାଦକ ବିକ୍ରମ ପଣ୍ଡା, ବ୍ରହ୍ମପୁର ନଗର କଂଗ୍ରେସ ସଭାପତି ସଂଜିତ ପାଣିଗ୍ରାହୀ, ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ତାପସ ସାହୁ ଏବଂ ଛତ୍ରପୁର ବ୍ଲକ କଂଗ୍ରେସ ସଭାପତି ପ୍ରକାଶ ବିଷୋୟୀ ଇସ୍ତଫା ଦେଇଛନ୍ତି।

-ଲୋକାୟୁକ୍ତ ନିଯୁକ୍ତି ପ୍ରସଙ୍ଗରେ ପ୍ରସଙ୍ଗରେ ବିବୃତି ରଖିଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ। “ଲୋକାୟୁକ୍ତ ନେଇ ସୁପ୍ରିମକୋଟ ନିର୍ଦ୍ଦଶେର ତର୍ଜମା କରାଯାଉଛି। ଏ ଦିଗରେ ଉଚିତ୍ ପଦେକ୍ଷେପ ନିଆଯିବ”, କହିଛନ୍ତି ଆରୁଖ। ଲୋକାୟୁକ୍ତ ନିଯୁକ୍ତି ପ୍ରସଙ୍ଗରେ ଲଗାତର ୩ ଦିନ ହେଲା ଅଚଳ ହୋଇପଡ଼ିଥିଲା ବିଧାନସଭା।

Comment