ଓଡ଼ିଶାଲାଇଭ୍‌ ବ୍ୟୁରୋ

ବାଲେଶ୍ୱର: ନୂଆଦିଲ୍ଲୀଠାରେ ଆୟୋଜିତ ଏକ ଭବ୍ୟ ଉତ୍ସବରେ ବାଲେଶ୍ୱରର ସାଂସଦ ଇଂଜିନିୟର ରବିନ୍ଦ୍ର କୁମାର ଜେନାଙ୍କୁ ଶ୍ରେଷ୍ଠ ସାଂସଦ ଭାବେ ପୁରସ୍କୃତ କରାଯାଇଛି। ‘ଫେମ୍ ଇଣ୍ଡିଆ’ ପତ୍ରିକା ପକ୍ଷରୁ ଆୟୋଜିତ ଏହି ସମ୍ବର୍ଦ୍ଧନା ଉତ୍ସବରେ ଭାରତବର୍ଷର ଶ୍ରେଷ୍ଠ ୨୫ ଜଣ ସାଂସଦ ଏହି ପୁରସ୍କାର ଗ୍ରହଣ କରିଛନ୍ତି। ଏହି ପୁରସ୍କାର ପାଇବାରେ ଶ୍ରୀ ଜେନା ପ୍ରଥମ ଓଡ଼ିଆ ସାଂସଦ। ପୁରସ୍କାର ଗ୍ରହଣ ପରେ ନିଜର ଖୁସି ବ୍ୟକ୍ତ କରିବାକୁ ଯାଇ ସେ କହିଲେ ଯେ ଏ ପୁରସ୍କାର ମୋତେ ଗୌରବାନ୍ୱିତ କରିବା ସହ ବାଲେଶ୍ୱରକୁ ମହିମାମଣ୍ଡିତ କରିଛି। ଏହି ପୁରସ୍କାର ମୋ ପ୍ରତି ବାଲେଶ୍ୱର ନିର୍ବାଚନ ମଣ୍ଡଳୀର ସମସ୍ତ ଭାଇ ଓ ଭଉଣୀମାନଙ୍କ ସ୍ନେହ, ଶ୍ରଦ୍ଧା ଓ ବିଶ୍ୱାସର ପ୍ରତୀକ ବୋଲି ମୁଁ ଭାବୁଛି।

ବାଲେଶ୍ୱର ଜିଲ୍ଲାରେ ୧୯୬୭ ମସିହା ଅଗଷ୍ଟ ୪ରେ ଜନ୍ମ ଗ୍ରହଣ କରିଥିବା ଶ୍ରୀଜେନା ନିଜର ବୃତ୍ତି ପରିତ୍ୟାଗ କରି ରାଜନୀତିକୁ ଆସିଥିଲେ। ୨୦୧୪ରେ ସେ ବାଲେଶ୍ୱର ଲୋକସଭା ଆସନରୁ ବିଜେଡ଼ି ପକ୍ଷରୁ ନିର୍ବାଚନ ଲଢି ବିଜୟୀ ହୋଇ ଲୋକସଭାକୁ ଯାଇଥିଲେ।

‘ଫେମ୍ ଇଣ୍ଡିଆ’ ପକ୍ଷରୁ ଅନଲାଇନ୍ ସର୍ବେକ୍ଷଣ କରାଯାଇ ୨୫ ଜଣ ସାଂସଦଙ୍କୁ ଶ୍ରେଷ୍ଠସ ସାଂସଦ ଭାବେ ଚୟନ କରାଯାଇଥିଲା।

ପତ୍ରିକା ପକ୍ଷରୁ କୁହାଯାଇଛି, “ଶ୍ରୀ ଜେନା ଉପସ୍ଥାନ, ପ୍ରଶ୍ନ ଉତ୍ଥାପନ ଓ ପ୍ରାଇଭେଟ୍ ବିଲ୍ ଉପସ୍ଥାପନରେ ବେଶ୍ ଆଗୁଆ। ପଚାଶ ପ୍ରତିଶତ ଅଧିବେଶନରେ ଶ୍ରୀ ଜେନାଙ୍କ ଉପସ୍ଥାନ ଶତ ପ୍ରତିଶତ ଥିବାବେଳେ ଅନ୍ୟ ଅଧିବେଶନଗୁଡ଼ିକରେ ୯୫ ପ୍ରତିଶତ ସେ ଉପସ୍ଥିତ ରହିଛନ୍ତି। ଏହାବ୍ୟତୀତ ସେ ୨୨୮ଟି ବିତର୍କରେ ଭାଗ ନେବା ସହ ପ୍ରାୟ ୪୦୦ଟି ପ୍ରଶ୍ନ ପଚାରିଛନ୍ତି।

Comment