ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ମେଟଲ୍‌ ମିଟ୍‌ କୁଇଜ୍ ମହାକୁମ୍ଭ ଆରମ୍ଭ
  • ପ୍ରିଲିମ୍ସ ରାଉଣ୍ଡରେ ଜୁନିୟର ବିଭାଗର ପ୍ରତିଯୋଗିତା ଶେଷ
  • ୮ଟି ଟିମ୍ ଫାଇନାଲକୁ ଉନ୍ନୀତ
  • ଶୁଭେଚ୍ଛା ଜଣାଇଲେ ଓଡ଼ିଶାପୋଷ୍ଟର ସମ୍ପାଦକ ଏବଂ ମୁଖ୍ୟ କାର୍ଯ୍ୟନିର୍ବାହୀ
  • କାର୍ଯ୍ୟକ୍ରମକୁ ପରିଚାଳନା କରୁଛନ୍ତି କୁଇଜ୍‌ ମାଷ୍ଟର ଭେଙ୍କି

ଓଡ଼ିଶାପୋଷ୍ଟ ମେଟଲ ମିଟ୍‌ ତୃତୀୟ ସଂସ୍କରଣର ପ୍ରିଲିମ୍ସ ରାଉଣ୍ଡ ଶନିବାର ଶେଷ ହୋଇଛି। ଏହି ସଂସ୍କରଣର ପ୍ରଥମ ପର୍ଯ୍ୟାୟରେ ଜୁନିୟର୍ ବିଭାଗର ୮ଟି ଟିମ୍ ଫାଇନାଲ୍ ପର୍ଯ୍ୟାୟକୁ ଉନ୍ନୀତ ହୋଇଛନ୍ତି।

ମେଟଲ ମିଟ୍‌ର ତୃତୀୟ ସଂସ୍କରଣରେ ପ୍ରଥମ ପର୍ଯ୍ୟାୟ ଜୁନିୟର ପ୍ରିଲିମ୍ସ ରାଉଣ୍ଡ ଶେଷ ହୋଇଛି। ଜୁନିୟର ବିଭାଗରୁ ୮ଟି ଦଳ ଫାଇନାଲକୁ ଯାଇଛନ୍ତି। ସେମାନଙ୍କ ମଧ୍ୟରେ ଅଛନ୍ତି ଭୁବନେଶ୍ଵରର ମଦର୍ସ ପବ୍ଲିକ୍ ସ୍କୁଲ, ସିଡିଏ କଟକର ଡିଏଭି ପବ୍ଲିକ୍ ସ୍କୁଲ, ଭୁବନେଶ୍ଵର ପୋଖରିପୁଟର ଡିଏଭି ପବ୍ଲିକ୍ ସ୍କୁଲ, ରାଉରକେଲାର ଡିଏଭି ପବ୍ଲିକ୍ ସ୍କୁଲ, ପୁରୀର ବ୍ଲେସିଙ୍ଗ୍ ସାକ୍ରାମେଣ୍ଟ୍ ହାଇସ୍କୁଲ, ଭୁବନେଶ୍ଵରର ଓଡିଏମ୍ ପବ୍ଲିକ୍ ସ୍କୁଲ, ବାଲେଶ୍ଵରର ସେଣ୍ଟ୍ ଭିନସେଣ୍ଟ୍ କନଭେଣ୍ଟ୍ ସ୍କୁଲ, କଟକର ରେଭେନ୍ସା ଜୁନିୟର କଲେଜ୍ ।

ବର୍ତ୍ତମାନ ସିନିଅର୍ ବିଭାଗର ପ୍ରିଲିମ୍ସ ରାଉଣ୍ଡ୍ ଜାରି ରହିଛି।

ପ୍ରତିଥର ଭଳି ଏଥର ମଧ୍ୟ ମେଟଲ୍‌ ମିଟ୍‌ କାର୍ଯ୍ୟକ୍ରମକୁ ପରିଚାଳନା କରୁଛନ୍ତି ବେଙ୍ଗଳୁରୁର ଜଣାଶୁଣା କୁଇଜ୍‌ ମାଷ୍ଟର ଭେଙ୍କେଟସ୍‌ ଶ୍ରୀନିବାସନ୍‌(ଭେଙ୍କି)।

ମେଟଲ ମିଟ୍‌ର ଫାଇନାଲ ରାଉଣ୍ଡକୁ ଉନ୍ନୀତ ହୋଇଥିବା ଜୁନିୟର ବିଭାଗର ୮ଟିମ୍‌କୁ ଶୁଭେଚ୍ଛା ଜଣାଇଛନ୍ତି ଓଡ଼ିଶାପୋଷ୍ଟର ସମ୍ପାଦକ ତଥାଗତ ସତପଥି ଏବଂ ମୁଖ୍ୟ କାର୍ଯ୍ୟନିର୍ବାହୀ ଆଦ୍ୟାଶା ଶତପଥୀ।

ପ୍ରିଲିମ୍ସ ରାଉଣ୍ଡରେ ଉଭୟ ଜୁନିୟର ଏବଂ ସିନିୟର ବିଭାଗର ୮ଟି ଲେଖାଏଁ ଦଳ ଗ୍ରାଣ୍ଡଫିନାଲେକୁ ବଛାଯିବେ। ରବିବାର ଦିନ ପ୍ରତ୍ୟେକ ବିଭାଗରେ ଫାଇନାଲିଷ୍ଟମାନଙ୍କୁ ନେଇ ଦମ୍‌ଦାର ଲଢ଼େଇ ହେବ। ଏହି ମୁକାବିଲାରେ ସିନିୟର ଦଳର ପ୍ରଥମ ତିନୋଟି ସ୍ଥାନ ପାଇଁ ବିଜେତାମାନଙ୍କୁ ବଛାଯିବ। ସେହିପରି ଜୁନିୟର ବର୍ଗରେ ମଧ୍ୟ ଶ୍ରେଷ୍ଠ ତିନୋଟି ଟିମ୍‌ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ମିଳିବ। ଏହି ବିଜୟୀ ଟିମ୍‌ଗୁଡ଼ିକୁ ସେହିଦିନ ସନ୍ଧ୍ୟାରେ ସ୍ୱତନ୍ତ୍ର ଉତ୍ସବରେ ପୁରସ୍କୃତ କରାଯିବ। ଜୁନିୟର ବିଭାଗର ଗ୍ରାଣ୍ଡଫିନାଲେ ରବିବାର ଅପରାହ୍ଣ ୨ଟାରୁ ଆରମ୍ଭ ହେବ। ସନ୍ଧ୍ୟା ୬ଟାରେ ସିନିୟର ବିଭାଗର ଗ୍ରାଣ୍ଡଫିନାଲେ ହେବ। ବିଜୟୀ ଟିମ୍‌ଗୁଡ଼ିକୁ ସନ୍ଧ୍ୟା ୮ଟାରେ ପୁରସ୍କୃତ କରାଯିବ।

Comment