ଓଡ଼ିଶାଲାଇଭ୍‌ ବ୍ୟୁରୋ

ଜନଜାତି କମିଟିର ବୈଠକକୁ ନେଇ ବିଧାନସଭାରେ ହୋହଲ୍ଲା। ନିୟମିତ ଭାବରେ ଜନଜାତି କମିଟି ବୈଠକ ବସୁନଥିବାରୁ ବିରୋଧୀ କଂଗ୍ରେସ ଓ ବିଜେପି ପକ୍ଷରୁ ଗୃହରେ ହଟ୍ଟଗୋଳ କରାଯାଇଛି। ଫଳରେ ପ୍ରଶ୍ନକାଳ ଚାଲିପାରି ନାହିଁ।

ଜନଜାତି ପରାମର୍ଶଦାତା କମିଟି ବୈଠକ ନିୟମିତ ବସୁନଥିବାରୁ ଏହାକୁ ନେଇ ବିରୋଧୀ ହଙ୍ଗାମା କରିଛନ୍ତି। ଫଳରେ ବିଧାନସଭା ବଜେଟ ଅଧିବେଶନ ପ୍ରଥମ ପର୍ଯ୍ୟାୟ ଶେଷ ଦିନର ପ୍ରଶ୍ନକାଳ ଆଜି ଚାଲିପାରିନାହିଁ। ପ୍ରଥମେ ଗୃହକୁ ଦିନ ୧୧ଟା ୩୦ ଯାଏଁ ଓ ପରେ ପୁଣି ହଟ୍ଟଗୋଳ ଯୋଗୁ ଅପରାହ୍ନ ତିନିଟା ଯାଏଁ ମୁଲତବି ଘୋଷଣା କରିଛନ୍ତି ବାଚସ୍ପତି।

ଶନିବାରଦିନ ପ୍ରଶ୍ନକାଳ ସ୍ୱାଭାବିକ ଭାବେ ଚାଲିଥିବାବେଳେ ବିରୋଧୀଦଳ ନେତା ନରସିଂହ ମିଶ୍ର ଜନଜାତି ପରାମର୍ଶଦାତା କମିଟି ବୈଠକ ବସୁନଥିବା ନେଇ ପ୍ରଶ୍ନ ଉଠାଇଥିଲେ। ପ୍ରତି ୬ ମାସରେ ଥିରେ ବୈଠକ ବସିବା କଥା । କିନ୍ତୁ ଗତ ୧୭ ବର୍ଷ ମଧ୍ୟରେ ବୈଠକ ମାତ୍ର ୧୫ ଥର ବସିଛି। ଏହାକୁ କେନ୍ଦ୍ର କରି ବିରୋଧୀ ସଦସ୍ୟମାନେ ହଙ୍ଗାମା କରିଥିଲେ। ଫଳରେ ଗୃହକୁ ପୂର୍ବାହ୍ନ ୩ଟା ଯାଏଁ ମୁଲତବି ଘୋଷଣା କରାଯାଇଛି।

Comment