ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିଜେପୁର ଉପ-ନିର୍ବାଚନ ପରେ ପୁଣି ଚର୍ଚ୍ଚାକୁ ଆସିଛି ବରଗଡ଼। ବିଜେପି ନେତାଙ୍କୁ ମରଣାନ୍ତକ ଆକ୍ରମଣ ହେବା ପରେ ରାଜ୍ୟ ରାଜନୀତିରେ ସୃଷ୍ଟି ହୋଇଛି ଆଲୋଡ଼ନ।

ବିଜେପି ନେତାଙ୍କୁ ମରଣାନ୍ତକ ଆକ୍ରମଣ। ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ରଞ୍ଜନ ପଟେଲ ଏବଂ ରାଜ୍ୟ ଯୁବ ମୋର୍ଚ୍ଚା ସମ୍ପାଦକ ଇରାଶିଷ ଆଚାର୍ଯ୍ୟଙ୍କ ଉପରେ ଆକ୍ରମଣ ହୋଇଛି। ବରଗଡ଼ ଜିଲ୍ଲା ସୋହେଲା କୋର୍ଟ ପାଖରେ ଏହି ଆକ୍ରମଣ ହୋଇଛି।

କୋର୍ଟ ସମ୍ମୁଖରେ ନିଜ ଗାଡ଼ି ରଖି ଚା’ ପିଉଥିବା ବେଳେ କିଛି ଦୁର୍ବୃତ୍ତ ଆସି ଠେଙ୍ଗା ଓ ଲୁହା ରଡ୍ ସହାୟତାରେ ଆକ୍ରମଣ କରିଥିଲେ। ଏଥିରେ ଇରାଶିଷ ଏବଂ ରଞ୍ଜନ ଆହତ ହୋଇଛନ୍ତି। ଇରାଶିଷଙ୍କ ଅବସ୍ଥା ଗୁରୁତର ହୋଇଯାଇଛି। ତାଙ୍କ ମୁଣ୍ଡରେ ୧୦ଟି ଷ୍ଟିଚ ପଡ଼ିଛି। ଉଭୟ ବରଗଡ଼ ଜିଲ୍ଲା ମୁଖ୍ୟ ଡାକ୍ତରଖାନରେ ଚିକିତ୍ସାଧୀନ ଅଛନ୍ତି

ବନାବିରା ଆକ୍ରମଣ ଘଟଣାରେ ଗିରଫ ହୋଇଥିବା ବିଜେପି ନେତା ଜୟନାରାୟଣ ମିଶ୍ରଙ୍କୁ ଭେଟି ଏମାନେ ଫେରୁଥିଲେ।

ଏହି ଆକ୍ରମଣକୁ ବିଜେପି ଦୃଢ଼ ନିନ୍ଦା କରିଛି। ବିଧାନସଭାରେ ବିଜେପି ବିଧାୟକ ରବି ନାଏକ ବାଚସ୍ପତିଙ୍କ ପୋଡ଼ିୟମ ତଳେ ଧାରଣା ଦେଇଥିଲେ।

Comment