ଓଡ଼ିଶାଲାଇଭ୍‌ ବ୍ୟୁରୋ

ଜଟିଳ ହେଉଛି ଉନ୍ମୟ ପାଢ଼ି ହତ୍ୟାକାଣ୍ଡ ମାମଲା। ପୋଲିସ ଘଟଣାର ତଦନ୍ତ କରୁଥିଲେ ମଧ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସମର୍ଥ ହୋଇନି। ଏପଟେ ଶନିବାର ଭାଇରାଲ ଭିଡିଓରେ ଥିବା ଯୁବତୀ ଜଣକ କ୍ରାଇମବ୍ରାଞ୍ଚର ଦ୍ୱାରସ୍ଥ ହୋଇଛି।

ସମସ୍ତ ଭାଇରାଲ ଭିଡିଓକୁ ନଷ୍ଟ କରିବା ପାଇଁ ସେ ଦାବି କରିଛନ୍ତି। ଉନ୍ମୟ ପାଢ଼ି ହତ୍ୟାକାଣ୍ଡରେ ସଂପୃକ୍ତ ଯୁବତୀଙ୍କୁ ହାତ ଥିବା ସନ୍ଦେହ କରିଥିଲା ପୋଲିସ।

ଗତ ୨୧ ତାରିଖରେ କୁଆଖାଇ ନଦୀପଠାରୁ ଉନ୍ମୟଙ୍କ ଅର୍ଦ୍ଧ ଦଗ୍ଧ ଶରୀର ଉଦ୍ଧାର କରିଥିଲା ପୋଲିସ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତ ଯୁବକ ଏବଂ ପାଖରେ ଥିବା ବାଇକ୍‌, ଲାପ୍‌ଟପ୍‌ ଓ ପୋଡ଼ା ପେନଡ୍ରାଇଭକୁ ଜବତ କରି ତଦନ୍ତ ଆରମ୍ଭ କରିଥିଲା। ଶରୀରଟି ପୋଡ଼ି ଯାଇଥିବାରୁ ଯୁବକଙ୍କୁ ଚିହ୍ନଟ କରିପାରି ନଥିଲା ପୋଲିସ। ପରେ ବାଇକ ନମ୍ବରକୁ ଆଧାର କରି ପୋଲିସ ଉନ୍ମୟଙ୍କ ଘରେ ପହଞ୍ଚିଥିଲା।

ସେକ୍ସ ଭିଡିଓ ସହ ସଂପୃକ୍ତ ଥବା ଯୁବତୀ ଏବଂ ତାଙ୍କ ବୟଫ୍ରେଣ୍ଡଙ୍କୁ ଅଟକ ରଖି ପୋଲିସ ପଚରା ଉଚରା କରିଛି। ବୟଫଣ୍ଡଙ୍କ ଭାଇଙ୍କୁ ମଧ୍ୟ ପୋଲିସ ଘଟଣା ସମ୍ପର୍କରେ ପଚାରିଛି। ଦରକାର ପଡ଼ିଲେ ପୁଣି ସେମାନଙ୍କୁ ଡାକି ପଚରା ଉଚରା କରିପାରେ ପୋଲିସ। ହେଲେ ଏପର୍ଯ୍ୟନ୍ତ ପ୍ରକୃତ ହତ୍ୟାକାରୀ କିଏ ତାହା ଠଉରାଇ ପାରୁନି ପୋଲିସ। ପୋଷ୍ଟମର୍ଟମ ରିପୋର୍ଟ, ପାରିପାର୍ଶ୍ବିକ ସ୍ଥିତି ଏବଂ ପଚରା ଉଚରାକୁ ଆଧାର କରି ହତ୍ୟାକାରୀଙ୍କ ପାଖରେ ପହଞ୍ଚିବ ବୋଲି ପୋଲିସ ଆଶା ରଖିଛି।

Comment