ଓଡ଼ିଶାଲାଇଭ୍‌ ବ୍ୟୁରୋ

ଇଲେକଟ୍ରୋନିକ୍ ମେଲ୍ ଦୁନିଆରେ ଚହଳ ପକାଇଥିବା ଜି-ମେଲ୍ ୧୪ବର୍ଷରେ ପଦାର୍ପଣ କରିଛି। ଜି-ମେଲର ଆରମ୍ଭ ୧ ଏପ୍ରିଲ ୨୦୦୪ରେ ହୋଇଥିଲା। ପଲ୍ ବୁଚେଟ୍ ଏହାକୁ ପ୍ରସ୍ତୁତ କରିଥିଲେ।

ଜି-ମେଲ୍ ସମ୍ପର୍କରେ କିଛି ଅଜଣା କଥା

  • ବର୍ତ୍ତମାନ ସାରା ବିଶ୍ଵରେ ୧ ଅରବରୁ ଅଧିକ ଜି-ମେଲ୍ ଆକଉଣ୍ଟଧାରୀ ରହିଛନ୍ତି।
  • ସବୁଠୁ ଆଶ୍ଚର୍ଯ୍ୟ କଥା ହେଉଛି ଜି-ମେଲ୍‌ ଲଞ୍ଚ୍ ହେବାର ଗୋଟିଏ ରାତି ପୂର୍ବରୁ ଏହାର ଲୋଗୋ ପ୍ରସ୍ତୁତ କରାଯାଇଥିଲା।
  • ୨୦୦୪ରେ ଜିମେଲ୍ ବ୍ୟବହାରକରୀଙ୍କୁ କେବଳ ୧ଜିବି ଡାଟା ଷ୍ଟୋରେଜ୍ କରିବାକୁ ମିଳୁଥିଲା। ୨୦୧୩ ପରେ ଏହାକୁ ବଢ଼ାଇ ୧୫ଜିବି କରାଯାଇଥିଲା।
  • ପ୍ରଥମଥର ପାଇଁ ଜି-ମେଲରେ ଯେଉଁ ଶବ୍ଦ ପଠାଯାଇଥିଲା ତାହା ହେଉଛି ‘କ୍ୟୁୟୁଇଆରଟିୱାଇୟୁଆଇଓପି’ ।
  • ଜିମେଲ୍ ଲଞ୍ଚ୍ ସମୟରେ ଏହାର ନାମ ଥିଲା କ୍ୟାରିବୋ।
  • ୭୫ପ୍ରତିଶତରୁ ଅଧିକ ଜିମେଲ୍ ବ୍ୟବହାରକାରୀ ନିଜ ଆକାଉଣ୍ଟ୍ ମୋବାଇଲ୍ ଜରିଆରେ ଖୋଲିଥାନ୍ତି।
  • ଗୁଗୁଲ ପ୍ଲେ ଷ୍ଟୋର୍‌ରେ ଜି-ମେଲ ହେଉଛି ପ୍ରଥମ ମୋବାଇଲ୍ ଆପ୍ ଯାହାକୁ ଆଣ୍ଡ୍ରଏଡ୍ ଡିଭାଇସରେ ୧ବିଲିୟନ ଲୋକ ଡାଉନଲୋଡ କରିଛନ୍ତି।

Comment