ଓଡ଼ିଶାଲାଇଭ୍ ବ୍ୟୁରୋ

ପ୍ରତିବର୍ଷ ଏପ୍ରିଲ ୨ତାରିଖକୁ ମିଳିତ ଜାତିସଂଘ ଆନୁକୁଲ୍ୟରେ ବିଶ୍ଵ ଅଟିଜିମ୍ ସଚେତନତା ଦିବସ ରୂପେ ପାଳିତ ହୋଇଆସୁଛି। ଏଥିରୁ ବାଦ୍ ପଡ଼ିନି ରାଜ୍ୟର ସର୍ବପ୍ରଥମ ଅଟିଜିମ୍ ସହ ସମ୍ପୃକ୍ତ ବେସରକାରୀ ସଂଗଠନ କ୍ୟାଚ୍।

ଭାବପ୍ରକାଶ କରିପାରୁନଥିବା ପିଲା ଓ ଯେଉଁମାନଙ୍କର ମାନସିକ ସ୍ଥିତି ଠିକ୍ ନୁହେଁ ସେମାନଙ୍କୁ ସୁରକ୍ଷିତ ଭାବେ ଥଇଥାନ କରି ସେମାନଙ୍କର ଯତ୍ନ ନେଇଥାଏ କ୍ୟାଚ୍ ସଂଗଠନ।

ସୋମବାର ଇଡକଲ୍ ଅଡିଟୋରିୟମରେ ପାଳିତ ହୋଇଯାଇଛି ୧୧ତମ ବିଶ୍ଵ ଅଟିଜିମ୍ ସଚେତନତା ଦିବସ। ଏହି ସଭାରେ ମୁଖ୍ୟ ଅତିଥି ଭାବେ ଭିନ୍ନକ୍ଷମ ଆୟୋଗର କମିଶନର ଡକ୍ଟର ମୀନତି ବେହେରା ପ୍ରଦୀପ ପ୍ରଜ୍ଜ୍ବଳନ କରି ଏହି ସଭାକୁ ଉଦ୍‌ଘାଟନ କରିଥିଲେ।

ଡକ୍ଟର ମିନତି ବେହେରା ଏହି ଅବସରରେ କହିଥିଲେ ଯେ ଅଟିଜିମ୍ ଏକ ରୋଗ କିନ୍ତୁ ଏହି ବିଷୟରେ ଅବଗତ ହୋଇ ଆମ ଏଥିରେ ପୀଡ଼ିତ ପିଲାମାନଙ୍କ ଯତ୍ନ ନେବା ନିହାତି ଆବଶ୍ୟକ। ଏପରି ପିଲା ସମସ୍ତଙ୍କଠାରୁ ଭିନ୍ନ ଓ ଶୃଙ୍ଖଳିତ।

ଏହି କାର୍ଯ୍ୟକ୍ରମରେ ପିଲାମାନେ ସାଂସ୍କୃତିକ କାର୍ଯ୍ୟକ୍ରମ, ଫ୍ୟାଶନ ସୋ, ନାଚ, ଯୋଗ ଇତ୍ୟାଦିରେ ଅଂଶ ଗ୍ରହଣ କରିଥିଲେ। ଏଥିରେ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା।

“ଆମ ସଂଗଠନର ମୂଳ ଉଦ୍ଦେଶ୍ୟ ହେଲା ସମାଜ ସହିତ ଏଭଳି ପିଲାମାନଙ୍କୁ  ସମ୍ମିଳିତ ଭାବେ ସହଭାଗୀ କରାଇବା ପାଇଁ ବିଭିନ୍ନ କର୍ମଶାଳା, ପ୍ରତିଯୋଗୀମୂଳକ କାର୍ଯ୍ୟକ୍ରମ କରି ପିଲାମାନଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ଥିଲା ଏହି ସଭାର ମୁଖ୍ୟ ଲକ୍ଷ୍ୟ”, କହିଥିଲେ କ୍ୟାଚ୍‌ର ସେକ୍ରେଟାରୀ ରୀତା ଜେନା।

Comment