ଓଡ଼ିଶାଲାଇଭ୍ ବ୍ୟୁରୋ

-ଦୁଇ ଦିନିଆ ଓଡିଶା ଗସ୍ତରେ ଆସିଥିବା ଅମିତ୍ ଶାହା ଦ୍ୱିତୀୟ ଦିନରେ ବଲାଙ୍ଗୀର ଜିଲାରେ ବିଭିନ୍ନ କାର୍ଯ୍ୟକ୍ରମ ସହ ଯୁବ ସମାବେଶରେ ଯୋଗ ଦେଇଛନ୍ତି। ଅମିତ ଶାହା ବଲାଙ୍ଗିରରେ ପହଞ୍ଚି ଦେଓଗାଁର ଦଳିତ ପରିବାର ମହେଶ୍ୱର ସୁନାଙ୍କ ଘରେ ମଧ୍ୟାହ୍ନ ଭୋଜନ କରିଥିଲେ। ମାଟି ଘରେ ସପରେ ବସିବା ସହ ଖଲି ପତ୍ର ଓ ଦନାରେ ଅମିତ୍ ଶାହାଙ୍କୁ ଖାଦ୍ୟ ପରଷା ଯାଇଥିଲା। ମହେଶ୍ୱର ସୁନାଙ୍କ ପତ୍ନୀ ଭାତ, ମୁଗ ଡାଲି, ଲିମ୍ୱଫୁଲ ଭଜା, ବହଲ ଫୁଲ ଭଜା, ଖିରି, ରାଶି ଲଡ଼ୁ, ବଡ଼ି, ଆରିଷା, କାକରା ଇତ୍ୟାଦି ବ୍ୟଞ୍ଜନ ଅମିତ ଶାହାଙ୍କୁ ପରଷି ଥିଲେ। ଏହାସହ ଗାଁରେ ଲୋକଙ୍କୁ ସମସ୍ୟା ବିଷୟରେ ପଚାରି ବୁଝିଛନ୍ତି।
-ଭାରତୀୟ ମହିଳା ଖେଳାଳି ମୀରାବାଇ ଚାନୁ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ଭାରୋତ୍ତନ ବିଭାଗରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ଭାରତ ପାଇଁ ଏହା ପ୍ରଥମ ସ୍ୱର୍ଣ୍ଣ। ପୂର୍ବରୁ ଗୁରୁରାଜ ପୂଜାରୀ ପୁରୁଷ ୫୬ କିଲୋଗ୍ରାମ ଭାରତ୍ତୋଳନ ବର୍ଗରେ ରୌପ୍ୟ ପଦକ ହାସଲ କରିଥିଲେ।
-କୃଷ୍ଣସାର ମୃଗ ଶିକାର ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ଅଭିନେତା ସଲମାନ ଖାନ୍। ରାଜସ୍ଥାନର ଯୋଧପୁର କୋର୍ଟ ଗୁରୁବାର ତାଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି।୧୯୯୮ ମସିହା କୃଷ୍ଣସାର ମୃଗ ଶିକାର ମାମଲାରେ ଅଭିନେତା ସଲ୍ମାନ୍ଙ୍କୁ ଯୋଧପୁର କୋର୍ଟ ଦୋଷୀ ସାବ୍ୟସ୍ତ କରି ୫ ବର୍ଷ ଜେଲ ଓ ୧୦ହଜାର ଟଙ୍କା ଜରିମନା ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି।
ଏହି ମାମଲାର ଅନ୍ୟ ଅଭିଯୁକ୍ତ ତବୁ, ସୋନାଲି ବେନ୍ଦ୍ରେ ଓ ସୈଫ ଅଲ୍ଲୀ ଖାନଙ୍କୁ କୋର୍ଟ ପକ୍ଷରୁ ଦୋଷମୁକ୍ତ କରାଯାଇଛି।
-ଶାସକ ଦଳ ବିଜେଡିର ବାଜିମାତ୍। ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଓ ବରଗଡ଼ ଜିଲ୍ଲାର ଅତାବିରା ଏନଏସି ନିର୍ବାଚନରେ ଶାସକ ବିଜେଡି ଦଳ ବିଜୟୀ ହୋଇଛି। ବିଜେଡି ଦଳ ବରଗଡ଼ରେ କ୍ଲିନ୍ସୁଇପ୍ କରିଥିବାବେଳେ ଢେଙ୍କାନାଳରେ ମୋଟ୍ ୧୬ଟି ୱାର୍ଡରୁ ବିଜେଡି ୧୩ଟି ୱାର୍ଡ ହାତେଇଛି ବିଜୁ ଜନତା ଦଳ।












