ଓଡ଼ିଶାଲାଇଭ୍‌ ବ୍ୟୁରୋ

ବଲିଉଡର ଦବଙ୍ଗ ଖାନ୍‌ ସଲମାନ୍‌ କୃଷ୍ଣସାର ମୃଗ ଶିକାର ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ୧୯୯୮ ମସିହାର ଏହି ମାମଲାରେ ସଲମାନ୍‌ଙ୍କୁ ଯୋଧପୁର କୋର୍ଟ ଦୋଷୀ ସାବ୍ୟସ୍ତ କରି ୫ବର୍ଷ ଜେଲ୍‌ ଦଣ୍ଡାଦେଶ ଶୁଣାଇଛନ୍ତି।

କୃଷ୍ଣସାର ମୃଗ ଶିକାର ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ଅଭିନେତା ସଲମାନ ଖାନ୍। ରାଜସ୍ଥାନର ଯୋଧପୁର ସେସନ୍ କୋର୍ଟ ଗୁରୁବାର ତାଙ୍କୁ ଦୋଷୀ ସାବ୍ୟସ୍ତ କରି ୫ ବର୍ଷ ଜେଲ ଓ ୧୦ହଜାର ଜରିମନା ଅର୍ଥଦଣ୍ଡରେ ଦଣ୍ଡିତ କରିଛନ୍ତି।

କରିଛନ୍ତି। ଏହି ମାମଲାର ଅନ୍ୟ ଅଭିଯୁକ୍ତ ତବୁ, ସୋନାଲି ବେନ୍ଦ୍ରେ ଓ ସୈଫ ଅଲ୍ଲୀ ଖାନଙ୍କୁ କୋର୍ଟ ପକ୍ଷରୁ ଦୋଷମୁକ୍ତ କରାଯାଇଛି।

ଗତ ସପ୍ତାହରେ ଯୋଧପୁର ସିଜିଏମ କୋର୍ଟ ରାୟ ସଂରକ୍ଷିତ ରଖିବା ସହ ଏପ୍ରିଲ ୫ରେ ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟରେ ଉପସ୍ଥିତ ରହିବା ପାଇଁ ନିର୍ଦ୍ଦେଶ ଦେଇଥିଲେ।

ସଲମାନଙ୍କ ବିରୋଧରେ କୋର୍ଟ ଜାମିନଯୁକ୍ତ ଦଣ୍ଡାଦେଶ ଶୁଣାଇଛନ୍ତି। ତେଣୁ ସଲମାନ୍ ଦଣ୍ଡ ଘୋଷଣା ହେବା ପରେ ଜାମିନ୍‌ ଆବେଦନ କରିପାରନ୍ତି।

କୃଷ୍ଣସାର ମୃଗ ମାମଲାର ଇତିହାସ

୧୯୯୮ରେ ଫିଲ୍ମ ‘ହମ ସାଥ ସାଥ ହୈ’ର ସୁଟିଂ ପାଇଁ ସଲମାନ ଖାନ, ସୋନାଲି ବେନ୍ଦ୍ରେ, ସୈଫ ଅଲ୍ଲୀ ଖାନ ରାଜସ୍ଥାନର ଯୋଧପୁର ଯାଇଥିଲେ। ସୁଟିଂ ସମୟରେ ଯୋଧପୁରର ବିଭିନ୍ନ ସ୍ଥାନରେ ଏହି କଳାକାର ଭିନ୍ନ ସ୍ଥାନରେ କୃଷ୍ଣସାର ମୃଗ ଶିକାର କରିଥିବା ଅଭିଯୋଗ ରହିଛି । କୃଷ୍ଣସାର ମୃଗ ଶିକାର ମାମଲାରେ ସଲମାନ ଖାନଙ୍କ ସମେତ ସୈଫ ଅଲ୍ଲୀ ଖାନ, ନୀଳମ, ତବୁ ଓ ସୋନାଲିଙ୍କ ନାଁରେ ମାମଲା ଚାଲିଥିଲା।

ପୂର୍ବରୁ ସଲମାନଙ୍କୁ ରାଜସ୍ଥାନ ହାଇକୋର୍ଟ କ୍ଲିନଚିଟ୍ ଦେଇଥିଲା। ଏହା ବିରୋଧରେ ରାଜସ୍ଥାନ ସରକାର ସୁପ୍ରିମକୋର୍ଟରେ ଆବେଦନ କରିଥିଲେ। ସୁପ୍ରିମକୋର୍ଟ ରାଜସ୍ଥାନ ହାଇକୋର୍ଟଙ୍କ ରାୟକୁ ଖାରଜ କରିଥିଲେ।

ପୂର୍ବରୁ ଏଭଳି ୪ଟା ମାମଲାରେ ସଲମାନଙ୍କୁ ଖାନ ୧୭ ଦିନ ଜେଲରେ ରହିସାରିଛନ୍ତି। ୧୯ ବର୍ଷ ପରେ ଏହି ମାମଲାରେ ରାୟ ଆସିଛି। ୧୯୯୮ ମସିହା ଅକ୍ଟୋବର ୧୨ ତାରିଖରେ ସଲମାନ ଖାନ ଏହି ମାମଲାରେ ପ୍ରଥମେ ଗିରଫ ହୋଇଥିଲେ। ୫ ଦିନ ତାଙ୍କୁ ଜେଲରେ ରହିବାକୁ ପଡ଼ିଥିଲା। ଅନ୍ୟ ଏକ ଶିକାର ମାମଲାରେ ସଲମାନଙ୍କୁ ୨୦୦୬ରେ ୬ ଦିନ ଜେଲରେ ରହିବାକୁ ପଡିଥିଲା। ୨୦୦୭ରେ ମଧ୍ୟ ସଲମାନଙ୍କୁ ୬ ଦିନ ଜେଲରେ ରହିବାକୁ ପଡିଥିଲା।

Comment