ଓଡ଼ିଶାଲାଇଭ୍‌ ବ୍ୟୁରୋ

ଗତ ୫ବର୍ଷ ମଧ୍ୟରେ ଦେଶ ଛାଡି ଚାଲି ଯାଉଥିବା ଧନୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ବିଭିନ୍ନ ବ୍ୟାଙ୍କକୁ ଚୂନ ଲଗାଇ ଅନ୍ୟ ଦେଶକୁ ଚାଲି ଯାଇଛନ୍ତି ଦେଶର କିଛି ଧନୀ ବ୍ୟକ୍ତି। ଏହାର କାରଣ ଖୋଜି ବାହାର କରିବ ସିବିଡ଼ିଟି।

ଧନୀ ଲୋକମାନେ କାହିଁକି ଭାରତ ଛାଡ଼ି ଅନ୍ୟ ଦେଶକୁ ପଳାଉଛନ୍ତି ଏହାର କାରଣ ଖୋଜି ବାହାର କରିବ ସିବିଡ଼ିଟି ବା କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡ।

ଏଥିପାଇଁ ଏକ କମିଟି ଗଠନ କରାଯାଇଛି। ଏହି କମିଟି ପତା ଲଗାଇବ କେଉଁ କେଉଁ କର ମାମଲାରେ ଓ କେଉଁ ବିଶେଷ  କାରଣରୁ ଧନୀ ଲୋକମାନେ ଅନ୍ୟ ଦେଶକୁ ପଳାଇ ଯାଉଛନ୍ତି ଓ ସେଠି ବସବାସ କରୁଛନ୍ତି।ଏହିଭଳି ଦେଶାନ୍ତରଣକୁ ରୋକିବା ପାଇଁ କି ପ୍ରକାର ପଦକ୍ଷେପ ନେବା ଆବଶ୍ୟକ ସେ କଥା ମଧ୍ୟ କମିଟି ସ୍ଥିର କରିବ।

ସିବିଡ଼ିଟି ପକ୍ଷରୁ ଗଠିତ ଏହି କମିଟିରେ କେନ୍ଦ୍ରର ଯୁଗ୍ମ ସଚିବସ୍ତରର ଜଣେ ଅଧିକାରୀ ଅଧ୍ୟକ୍ଷତା କରିବେ।ଜଣାପଡ଼ିଛି ଯେ ଏହି କମିଟି ହାଇ ନେଟବର୍ଥ ଇଣ୍ଡିଭିଜୁଏଲ ସମ୍ପର୍କିତ ଟିକସ ମାମଲା ଉପରେ ମୁଖ୍ୟତଃ  ଅନୁଧ୍ୟାନ କରିବ।

ବିଗତ କିଛି ବର୍ଷ ଧରି ଉଚ୍ଚ ସମ୍ପତିଵାଲା ନିରନ୍ତର ଦେଶ ଛାଡି ଅନ୍ୟ ଦେଶକୁ ପଳାଇଯାଉଥିବାରୁ ଏହା ଦେଶର ଟିକସ ଆଦାୟ କ୍ଷେତ୍ରରେ ସମସ୍ୟା ସୃଷ୍ଟି କରିବ ବୋଲି କମିଟି ଚିନ୍ତା କରି ଦେଖିଛି।

ଯଦି ଆବଶ୍ୟକ ହୁଏ ଏନେଇ ସରକାରଙ୍କ ଦେଶାନ୍ତରଣ ନୀତିରେ ମଧ୍ୟ ପରିବର୍ତ୍ତନ କରାଯାଇପାରେ।ନିକଟରେ ହୀରା ବ୍ୟବସାୟୀ ନିରବ ମୋଦି,ତାଙ୍କ ମାମୁଁ ମେହୁଲ ଚୋସ୍କି ଦେଶରୁ ଲୁଚି  ପଳାଇଯିବା ଘଟଣା ଉପରେ ମଧ୍ୟ କମିଟି ନଜର ପକାଇବ।ଏଥି ପୂର୍ବରୁ ଦେବାଳିଆ ହୋଇ କିଂଫିସରର ମାଲିକ ବିଜୟ ମଲ୍ୟା ମଧ୍ୟ ଭାରତ ଛାଡି ପଳାଇଯାଇଛନ୍ତି।

ଏକ ତଥ୍ୟ ଅନୁସାରେ ଗତ ୫ବର୍ଷ ମଧ୍ୟରେ ଦେଶ ଛାଡି ଚାଲି ଯାଉଥିବା ଧନୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି।କେବଳ ୨୦୧୭ରେ ଏହି ଭଳି ୭୦୦କୋଟିପତି ବିଭିନ୍ନ ବ୍ୟାଙ୍କକୁ ଚୂନ ଲଗାଇ ଅନ୍ୟ ଦେଶକୁ ଚାଲି ଯାଇଛନ୍ତି।

Comment