ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତ ପାଇଁ ଶନିବାର ଥିଲା ସ୍ୱର୍ଣ୍ଣିମ ଦିନ। ସକାଳେ ସତୀଶ କୁମାର ଶିବଲିଙ୍ଗମ୍ ସ୍ୱର୍ଣ୍ଣ ଜିତିଥିବାବେଳେ ସନ୍ଧ୍ୟାରେ ଆର ଭେଙ୍କଟ୍‌ ରାହୁଲ ଭାରୋତ୍ତୋଳନରେ ଆଉ ଏକ ସ୍ୱର୍ଣ୍ଣ ଜିତିଛନ୍ତି। ଫଳରେ ଭାରତର ମୋଟ ୪ଟି ସ୍ୱର୍ଣ୍ଣ ସହ ମୋଟ ପଦକ ସଂଖ୍ୟା ୬ରେ ପହଞ୍ଚିଛି।

ଅଷ୍ଟ୍ରେଲିଆରେ ଗୋଲକୋଷ୍ଟରେ ଚାଲିଥିବା ୨୧ତମ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତ ପାଇଁ ଚତୁର୍ଥ ସ୍ୱର୍ଣ୍ଣ ଆଣିଛନ୍ତି ଆର ଭେଙ୍କଟ୍‌ ରାହୁଲ।

ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଶନିବାର ଦିନ କ୍ଲିନ୍‌ ଆଣ୍ଡ୍‌ ଜର୍କରେ ମୋଟ ୩୩୮ କେଜି ଭାର ଉଠାଇ ସ୍ୱର୍ଣ୍ଣ ଜିତିଥିଲେ। ଏହି ବିଭାଗରେ ସାମୋଆର ଡନ୍ ଓପେ ଲୋଗେଙ୍କୁ ରୌପ୍ୟ ପଦକ ମିଳିଥିବାବେଳେ ମାଲେସିଆ ମହମ୍ମଦ ଫାଜରୁଲଙ୍କୁ ବ୍ରୋଞ୍ଚ ମିଳିଥିଲା।

ଶନିବାର ଦିନ ସକାଳେ ଭାରତର ସତୀଶ କୁମାର ଶିବଲିଙ୍ଗମ୍‌ ୭୭ କେଜି ଭାରୋତ୍ତଳନରେ ସ୍ୱର୍ଣ୍ଣ ପଦକ ଜିଣିଥିଲେ। ଫଳରେ ଗୋଟିଏ ଦିନରେ ଭାରତକୁ ଦ୍ଵିତୀୟ ସ୍ୱର୍ଣ୍ଣ ମିଳିଛି। ୪ଟି ସ୍ୱର୍ଣ୍ଣ ସହ ଭାରତର ମୋଟ ପଦକ ସଂଖ୍ୟା ମୋଟ ୬ରେ ପହଞ୍ଚିଛି।

୨୨ତମ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଆରମ୍ଭ ଦିନଠୁ ଭାରତ ପାଇଁ ପ୍ରତିଦିନ ସ୍ୱର୍ଣ୍ଣ ପଦକ ଜିଣୁଛନ୍ତି ପ୍ରତିଯୋଗୀ। ମୀରାବାଈ ଚାନୁ, ସଞ୍ଜିତା ଚାନୁ ଏବଂ ସତୀଶ ଶିବଲିଙ୍ଗମ ସ୍ୱର୍ଣ୍ଣ ଜିତିସାରିଛନ୍ତି।

Comment