ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦିନକୁ ଦିନ ଖରା ଟାଣ ହେଲାଣି। ଦିନ ୧୦ଟା ବେଳକୁ ପଦାକୁ ବାହାରିବା କଷ୍ଟକର ହୋଇପଡୁଛି। ପ୍ରଚଣ୍ଡ ଖରାରେ ଶରୀରରୁ ପ୍ରଚୁର ଝାଳ ବୋହେ। ଫଳରେ ଶରୀରରୁ ଜଳୀୟ ଅଂଶ କମିଯିବା ସହ ହାଲିଆ ଲାଗେ। ବାହାରକୁ ବାହାରିଲେ ଖରାଦିନେ ଶୋଷ ମେଣ୍ଟାଇବା ପାଇଁ ଲୋକମାନେ ମୃଦ୍ୟୁପାନୀୟର ସାହାରା ନିଅନ୍ତି। ଏଥିରେ କେମିକାଲ ଥିବାରୁ ଶରୀର ପାଇଁ କ୍ଷତିକାରକ ସାବ୍ୟସ୍ତ ହୋଇଥାଏ। କେମିକାଲ୍ ଅପେକ୍ଷା ପ୍ରାକୃତିକ ମୃଦ୍ୟୁପାନୀୟ ଲେମ୍ବୁ-ଚିନି ଓ ପୋଦିନା ସର୍ବତ ଶରୀର ପାଇଁ ଲାଭଦାୟକ ହୋଇଥାଏ।

ଏବେ ଗଳି କନ୍ଦିରେ ଚାଲିଛି ଲେମ୍ବୁ ମିଶ୍ରି ଓ ପୋଦିନା ସର୍ବତ ଦୋକାନ। ଲୋକମାନେ ଖରାବେଳେ ଏହାକୁ ପଥି ଭାବେ ବ୍ୟବହାର କରୁଛନ୍ତି। ଶରୀର ପାଇଁ ଉପକାରୀ ସାବ୍ୟସ୍ତ ହେବା ହୋଇଥାଏ। ଏଥିପାଇଁ ଆଜିକାଲି ଏହି ଦୋକାନ ମାନଙ୍କରେ ଭିଡ଼ ଜମୁଛି।

କେମିତି ହୁଏ ପ୍ରସ୍ଥୁତି

ଲେମ୍ବୁ, ଚିନି, ଜଲଜିରା ଓ କଳାଲୁଣର ମିଶ୍ରଣରେ ପାଣି ମିଶାଇ ସର୍ବତ ପ୍ରସ୍ତୁତ କରାଯାଏ। ଲେମ୍ବୁଭଳି ପୁଦିନା ସର୍ବତ ମଧ୍ୟ ତିଆରି ହୋଇଥାଏ। ବେପାରୀମାନେ ଗୋଟିଏ ଟ୍ରଲି ଉପରେ ଦୁଇଟି ମାଠିଆ କିମ୍ବା ଷ୍ଟିଲ୍ ଡ଼୍ରମରେ ଏହି ସର୍ବତକୁ ରଖନ୍ତି। ସର୍ବତକୁ ଗରମରେ ଥଣ୍ଡା ରଖିବା ପାଇଁ ଦୋକାନୀମାନେ ମାଠିଆ ଚାରିପଟେ ଓଦା ଗାମୁଛା ଗୁଡ଼ାଇ ରଖୁଥିବାର ଦେଖିବାକୁ ମିଳୁଛି। ଆଉ କେହି କେହି ସର୍ବତରେ ବରଫ ମଧ୍ୟ ପକାଉଛନ୍ତି।

ସର୍ବତ ପିଇବା ବେଳେ ଏଥିପ୍ରତି ଧ୍ୟାନ ଦିଅନ୍ତୁ

  • ସର୍ବତ ପିଇବା ସମୟରେ ଗ୍ଲାସକୁ ପ୍ରଥମେ ଲକ୍ଷ୍ୟ କରନ୍ତୁ ଏହା ସଫା ଅଛି କି ନାହିଁ ଦେଖନ୍ତୁ। ଯଦି ଗ୍ଲାସ୍ ସଫା ଅଛି ତେବେ ପିଅନ୍ତୁ। ନଚେତ୍ ସଫା କରି ସର୍ବତ ଦେବାକୁ ଦୋକାନୀକୁ କୁହନ୍ତୁ ।
  • ପ୍ଲାଷ୍ଟିକ୍ ଗ୍ଲାସରୁ ଦୂରେଇ ରୁହନ୍ତୁ। କାଚ କିମ୍ବା ଷ୍ଟିଲ୍ ଗ୍ଲାସରେ ସର୍ବତ ପିଅନ୍ତୁ। ଦୋକାନୀ କାହା ସାହାଯ୍ୟରେ ସର୍ବତକୁ ମାଠିଆରୁ କାଢ଼ୁଛନ୍ତି ତାହା ଲକ୍ଷ୍ୟ କରନ୍ତୁ।
  • ମାଠିଆର ସ୍ଵଚ୍ଛତା ଉପରେ ଧ୍ୟାନ ଦିଅନ୍ତୁ।

ଲେମ୍ବୁ ସର୍ବତର ଉପକାରିତା

  • ଲେମ୍ବୁ ରସକୁ ଗରମ ପାଣିରେ ମିଶାଇ ପିଇଲେ ଓଜନ କମେ ।
  • ଲେମ୍ବୁ ପାଣି ହଜମ ପ୍ରକିୟାରେ ସହାୟକ ହୁଏ ।ଏହାସହ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାରେ ମଧ୍ୟ ସାହାଯ୍ୟ କରେ।
  • ଖରା ତାତିରେ ଜଳାପୋଡ଼ାକୁ ଲେମ୍ବୁ କମ୍ କରେ ।ଏହାଛଡ଼ା ଜଳୀୟଅଂଶକୁ ମଧ୍ୟ ବଢ଼ାଇ ଥାଏ ।
  • ବଦହଜମରୁ ଲେମ୍ବୁ ପାଣି ରକ୍ଷା କରେ।
  • ପୋଦିନା ହଜମ ପ୍ରକିୟାକୁ ତ୍ଵରାନ୍ଵିତ କରିବାରେ ସହାୟକ ହୋଇଥାଏ।

Comment