ଓଡ଼ିଶାଲାଇଭ୍‌ ବ୍ୟୁରୋ

୨୦୧୬ ମସିହାରେ ଭାରତ ସେନା ପକ୍ଷରୁ ପାକ୍‌ ଅଧିକୃତ କାଶ୍ମିରରେ ସର୍ଜିକାଲ୍‌ ଷ୍ଟ୍ରାଇକ୍‌ ହୋଇଥିଲା। ଏହା ଭାରତ ପାଇଁ ଏକ ବଡ଼ ସଫଳତା ବୋଲି ଧରାଯାଏ। ଏହି ସର୍ଜିକାଲ ଷ୍ଟ୍ରାଇକକୁ ନେଇ ନିର୍ମାଣ ହେବାକୁ ଯାଉଛି ଚଳଚ୍ଚିତ୍ର।

ଭାରତୀୟ ସେନା ଦ୍ୱାରା ହୋଇଥିବା ପ୍ରଶଂସନୀୟ ସର୍ଜିକାଲ୍‌ ଷ୍ଟ୍ରାଇକ୍‌ ଉପରେ ନିର୍ମାଣ ହେବାକୁ ଯାଉଛି ଚଳଚ୍ଚିତ୍ର। ଏହାର ନାମ ରହିଛି ‘ଉରି’। ଏଥିରେ ମୁଖ୍ୟ ଭୂମିକାରେ ନଜର ଆସିବେ ଫ୍ୟାର୍‌ ଆଣ୍ଡ୍‌ ଲଭ୍‌ଲି ବିୟୁଟି ଆମି ଗୌତମ।

ଚଳଚ୍ଚିତ୍ରଟିରେ ଆମି ଜଣେ ଗୁଇନ୍ଦା ଅଧିକାରୀ ଭୂମିକାରେ ନଜର ଆସିବେ। ଚଳଚ୍ଚିତ୍ରଟିରେ ପାକ ଅଧିକୃତ କାଶ୍ମିରରେ ଭାରତୀୟ ସେନା ଦ୍ୱାରା ହୋଇଥିବା ସର୍ଜିକାଲ୍‌ ଷ୍ଟ୍ରାଇକ୍‌ ସମ୍ପର୍କିତ ଦୃଶ୍ୟ ପ୍ରଦର୍ଶିତ ହେବ।

ଚଳଚ୍ଚିତ୍ରଟିରେ ଆମିଙ୍କ ବ୍ୟତୀତ ଭିକି କୌଶଲ ମଧ୍ୟ ଦେଖିବାକୁ ମିଳିବେ। ସେ ସେନା କମାଣ୍ଡର୍‌ ଭୂମିକାରେ ନଜର ଆସିବେ। ଚଳଚ୍ଚିତ୍ରଟିର ନିର୍ଦ୍ଦେଶନା ଦେଇଛନ୍ତି ନବାଗତ ଆଦିତ୍ୟ ଧାର୍‌। ଏହାକୁ ରୋନି ସ୍କ୍ରିୟୁଓ୍ଵାଲାଙ୍କ ପ୍ରଯୋଜନା ସଂସ୍ଥା ଆର୍‌ଏସ୍‌ଭିପି ନିର୍ମାଣ କରିବାକୁ ଯାଉଛି।

୨୦୧୬ ମସିହା ସେପ୍ଟେମ୍ବର ମାସରେ ପାକିସ୍ତାନ ସେନା ଉରିଠାରେ ଆକ୍ରମଣ କରିଥିଲେ। ତାହାର ପାଲଟା ଜବାବ ଦେବା ପାଇଁ କିଛି ଦିନ ମଧ୍ୟରେ ଭାରତ ସେନା ପକ୍ଷରୁ ପାକ୍‌ ଅଧିକୃତ କାଶ୍ମିରରେ ସର୍ଜିକାଲ୍‌ ଷ୍ଟ୍ରାଇକ୍‌ ହୋଇଥିଲା। ଏହା ଭାରତ ପାଇଁ ଏକ ବଡ଼ ସଫଳତା। ଚଳଚ୍ଚିତ୍ରଟିରେ ଏହି ସବୁ ଦେଖିବାକୁ ମିଳିବ।

Comment