ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭାରତ ପାଇଁ ଆଉ ଏକ ଖୁସି ଖବର ଆଣିଛନ୍ତି ଭାରତର ଷ୍ଟାର୍ ସୁଟର୍‌ ହୀନା ସିନ୍ଧୁ। ୧୦ମିଟର ଏୟାର୍ ପିସ୍ତଲ ଇଭେଣ୍ଟ୍‌ରେ ରୌପ୍ୟ ଜିତିଥିବା ହୀନା ୨୫ମିଟର ପିସ୍ତଲ ଇଭେଣ୍ଟ୍‌ରେ ବି ଜବରଦସ୍ତ ପ୍ରଦର୍ଶନ କରି ଭାରତ ପାଇଁ ୧୧ତମ ସ୍ୱର୍ଣ୍ଣ ପଦକ ଜିଣିଛନ୍ତି।

ଅଷ୍ଟେଲିଆର ଗୋଲ୍ଡକୋଷ୍ଟରେ ଚାଲିଥିବା ୨୧ତମ ରାଜ୍ୟଗୋଷ୍ଠୀ କ୍ରୀଡାର ଷଷ୍ଠ ଦିନରେ ଭାରତକୁ ପାଇଁ ପୁଣି ଏକ ସ୍ୱର୍ଣ୍ଣ ଜିତିଛନ୍ତି ସୁଟର୍ ହୀନା ସିନ୍ଧୁ।

ଭାରତର ଷ୍ଟାର ସୁଟର ହୀନା ସିଦ୍ଧୁ ୨୫ ମିଟର ଏୟାର୍ ପିସ୍ତଲ ଇଭେଣ୍ଟ୍‌ରେ ଏହି ସଫଳତା ପାଇଛନ୍ତି। ସିନ୍ଧୁ ପଦକ ହାସଲ କରିବା ପରେ ଭାରତର ସ୍ୱର୍ଣ୍ଣ ସଂଖ୍ୟା ୧୧କୁ ବୃଦ୍ଧି ପାଇଛି।

ହୀନା ସିନ୍ଧୁ ଫାଇନାଲରେ ରେକର୍ଡ ୩୮ପଏଣ୍ଟ୍ ହାସଲ କରିଥିଲେ। ଏହାପୂର୍ବରୁ ମହିଳା ୧୦ମିଟର ଏୟାର୍ ପିସ୍ତଲ ବିଭାଗରେ ରୌପ୍ୟ ପଦକ ଜିତିଥିଲେ।ଏଥର ରାଜ୍ୟଗୋଷ୍ଠୀ କ୍ରୀଡ଼ାର ସୁଟିଂରେ ଭାରତ ଖାତାକୁ ମୋଟି ୩ଟି ସ୍ୱର୍ଣ୍ଣ ପଦକ ଆସିସାରିଲାଣି। ହିନାଙ୍କ ପୂର୍ବରୁ ମନୁ ଭାକର ଓ ଜିତୁ ରାୟ ସୁଟିଂରେ ସ୍ୱର୍ଣ୍ଣ ପଦକ ହାସଲ କରିସାରିଛନ୍ତି। ସୁଟିଂରେ ଭାରତ ୩ଟି ସ୍ୱର୍ଣ୍ଣ, ୨ଟି ରୌପ୍ୟ  ଓ ୩ଟି ବୋଞ୍ଜ ସହ ମୋଟ ୮ଟି ପଦକ ହାତେଇସାରିଛି।

୧୧ଟି ସ୍ୱର୍ଣ୍ଣ, ୪ଟି ରୌପ୍ୟ ଓ ୫ଟି ବୋଞ୍ଜ ସହ ଏଯାବତ୍ ଭାରତର ମୋଟ ପଦକ ସଂଖ୍ୟା ୨୦ରେ ପହଞ୍ଚିଛି। ପଦକ ତାଲିକାରେ ଭାରତ ତୃତୀୟ ସ୍ଥାନ ହାସଲ କରିଛି।

Comment