ଓଡ଼ିଶାଲାଇଭ୍‌ ବ୍ୟୁରୋ

ମଶା ଯୋଗୁଁ ହଟହଟା। ବିମାନ ଭିତରେ ମଶା ଉପଦ୍ରବ। ଏଥିରେ ଅତିଷ୍ଠ ହୋଇ ଜଣେ ଯାତ୍ରୀ ବିମାନ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରିବାରୁ ତାଙ୍କୁ ବିମାନରୁ ତଡ଼ା ଖାଇବାକୁ ପଡ଼ିଛି।

ବିମାନଯାତ୍ରାବେଳେ ମଶା ଉପଦ୍ରବ ନେଇ ଅଭିଯୋଗ କରିବା ଜଣେ ଯାତ୍ରୀଙ୍କୁ ମହଙ୍ଗା ପଡ଼ିଛି।

ମଙ୍ଗଳବାରଦିନ ସକାଳେ ଲକ୍ଷ୍ନୌ ବିମାନ ବନ୍ଦରରୁ ଇଣ୍ଡିଗୋ ୬ ଇ ୫୪୧ ଫ୍ଲାଇଟ ବେଙ୍ଗାଳୁରୁ ଉଡ଼ାଣ ଭରିବାର ଥିଲା। ଉକ୍ତ ବିମାନରେ ଅସଂଖ୍ୟ ମାତ୍ରାରେ ମଶା ଥିଲେ। ସୌରଭ ରାୟ ନାମକ ଜଣେ ଯାତ୍ରୀ ବିମାନରେ ମଶାଙ୍କ ଉପଦ୍ରବ ନେଇ ବିମାନ କର୍ତ୍ତୃପକ୍ଷଙ୍କ ଆଗରେ ଅଭିଯୋଗ କରିଥିଲେ। ସୌରଭ ଏକା ନୁହଁନ୍ତି ବିମାନରେ ଥିବା ଅନ୍ୟ ଯାତ୍ରୀମାନେ ମଧ୍ୟ ମଶାଙ୍କ ଉତ୍ପାଦ ସହିବାକୁ ପଡ଼ିଥିଲା। ଯାତ୍ରୀମାନେ ମଶାଙ୍କ ଦାଉରୁ ରକ୍ଷା ପାଇବା ପାଇଁ କାର୍ଡବୋର୍ଡ, ପେପର ଓ ଲିଫ୍ ଲେଟ ପୋପାଡ଼ୁଥିଲେ।  କିନ୍ତୁ କେହି ହେଲେ ଅଭିଯୋଗ କରିନଥିଲେ। ସୌରଭ ଅଭିଯୋଗ କରିବାରୁ ତାଙ୍କୁ ବିମାନରୁ ବଳପୂର୍ବକ ଓହ୍ଲାଇ ଦିଆଯାଇଥିଲା।

“ଖରାପ ବ୍ୟବହାର ଓ ହାଇଜାକ୍ ଧମକ ଦେବାରୁ ସୌରଭଙ୍କୁ ବିମାନରୁ ଓହ୍ଲାଇ ଦିଆଯାଇଥିଲା”, କହିଛନ୍ତି ବିମାନ କର୍ତ୍ତୃପକ୍ଷ।

“ବିମାନରେ ଅସଂଖ୍ୟ ମଶା ଥିଲେ। ଯାତ୍ରା କରୁଥିବା ଛୋଟ ଶିଶୁଙ୍କୁ କାମୁଡ଼ୁଥିବାରୁ ସେମାନେ କାନ୍ଦୁଥିଲେ। ଏହାସହ ଅନ୍ୟାନ୍ୟ ଯାତ୍ରୀମାନେ ମଶାଙ୍କ ଦାଉରୁ ରକ୍ଷା ପାଇବା ପାଇଁ କାର୍ଡବୋର୍ଡ, ପେପର ଓ ଲିଫ୍ ଲେଟ ପୋପାଡ଼ୁଥିଲେ। ମଶା ପ୍ରକୋପରେ ଅତିଷ୍ଠ ହୋଇ ବିମାନ କର୍ତ୍ତୃପକ୍ଷଙ୍କୁ ଅଭିଯୋଗ କରିଥିଲି। କିନ୍ତୁ ମୋତେ ବଳପୂର୍ବକ ବିମାନରୁ ଓହ୍ଲାଇ ଦିଆଯାଇଥିଲା”, କହିଛନ୍ତି ସୌରଭ ରାୟ।

ସୌରଭ ରାୟ ଦକ୍ଷିଣ ଭାରତର ଜଣେ ଜଣାଶୁଣା ଡାକ୍ତର। ଘଟଣାର ଏକ ଭିଡିଓ ନିଜ ସୋସିଆଲ୍ ମିଡ଼ିଆରେ ପୋଷ୍ଟ୍ କରିଛନ୍ତି ସୌରଭ।

Comment