ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଲଜେରିଆ ସେନାର ଏକ ବିମାନ ବୁଧବାର ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ୨୫୭ ଜଣଙ୍କର ପ୍ରାଣହାନି ଘଟିଥିବା ଆଶଙ୍କା କରାଯାଉଛି। ସ୍ଥାନୀୟ ସମୟ ସକାଳ ୮ଟାରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି।

ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଉଦ୍ଧାର କାର୍ଯ୍ୟରେ ୧୪ ଆମ୍ବୁଲାନ୍ସ ଏବଂ ୧୦ଟି ଟ୍ରକ ନିୟୋଜିତ କରାଯାଇଛି। ଆହତମାନଙ୍କୁ ଉଦ୍ଧାର କରି ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି। ମୃତ୍ୟୁ ସଂଖ୍ୟା ବଢ଼ିବାର ଆଶଙ୍କା କରାଯାଉଛି।

ବିମାନ ଦୁର୍ଘଟଣାର କୌଣସି ସ୍ପଷ୍ଟ କାରଣ ଏଯାଏଁ ଜଣାପଡ଼ିନି। ତେବେ ଦୁର୍ଘଟଣା ସ୍ଥଳରେ ବିମାନରୁ ଧୂଆଁ ବାହାରୁଥିବା ସ୍ଥାନୀୟ ଲୋକେ କହିଛନ୍ତି।

ଏପି ନ୍ୟୁଜ ଏଜେନ୍ସୀର ସୂଚନା ଅନୁଯାୟୀ, ଦକ୍ଷିଣ-ପଶ୍ଚିମ ଆଲଜେରିଆ ଅଭିମୁଖେ ବିମାନ ଯାତ୍ରା କରୁଥିଲା।

Comment