ଓଡ଼ିଶାଲାଇଭ୍‌ ବ୍ୟୁରୋ

ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ‘ଆଇଆର୍‌ଏନ୍‌ଏସ୍‌ଏସ୍‌ ଓ୍ଵାନ୍‌ ଆଇ’ ନେଭିଗେସନ୍‌ ସାଟେଲାଇଟ୍‌ର ସଫଳ ଉତ୍‌କ୍ଷେପଣ। ଏହି ସାଟେଲାଇଟ୍ ସାମୁଦ୍ରିକ କ୍ଷେତ୍ରରେ ନୌସେନାକୁ ମ୍ୟାପ୍ ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ବିଶେଷ ଭାବେ ହେବ ସହାୟକ।

ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ ଧାଓ୍ଵନ୍‌ ସ୍ପେସ୍‌ ସେଣ୍ଟର୍‌ରୁ ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ ସଫଳତାର ସହ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ‘ଆଇଆର୍‌ଏନ୍‌ଏସ୍‌ଏସ୍‌ ଓ୍ଵାନ୍‌ ଆଇ’ ନେଭିଗେସନ୍‌ ସାଟେଲାଇଟ୍‌ ଉତ୍‌କ୍ଷେପଣ କରିଛି।

ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ ପକ୍ଷରୁ ଗୁରୁବାରଦିନ ଭୋର ୪ଟାରେ ଲଞ୍ଚ୍‌ ଭେଇକ୍ଲ୍‌ (ପିଏସ୍‌ଏଲ୍‌ଭି)ର ‘ଏକ୍ସ୍‍ଏଲ୍‌’ ରକେଟ୍ ସହାୟତାରେ ନ୍ୟାଭିଗେସନ୍ ସାଟେଲାଇଟ୍ ଲଞ୍ଚ୍‌ କରିଛି ଇସ୍ରୋ।

୧୪ ଶହ ୨୫ କିଲୋ ଓଜନ ବିଶିଷ୍ଟ ଏହି ସାଟେଲାଇଟ୍ ‘ଆଇଆରଏନଏସଏସ ଓ୍ଵାନ୍‌ ଆଇ’ ନ୍ୟାଭିଗେସନ୍ ସାଟେଲାଇଟ ସମ୍ପୂର୍ଣ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ।

ଏହି ସାଟେଲାଇଟକୁ ପ୍ରସ୍ତୁତ କରିବାରେ ଖର୍ଚ୍ଚ ହୋଇଛି ୧୪ ଶହ ୨୦ କୋଟି ଟଙ୍କା। ଏହି ସାଟେଲାଇଟ୍ ସାମୁଦ୍ରିକ କ୍ଷେତ୍ରରେ ନୌସେନାକୁ ମ୍ୟାପ୍ ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ବିଶେଷ ଭାବେ ସହାୟକ ହେବ।

ଉତ୍‌କ୍ଷେପଣ ହେବାର ୧୯ ମିନିଟ୍‌ ପରେ ରକେଟ୍‌ ‘ଆଇଆର୍‌ଏନ୍‌ଏସ୍‌ଏସ୍‌-୧ଆଇ’କୁ କକ୍ଷପଥରେ ସ୍ଥାପିତ ହୋଇଥିଲା। ୩୬୦୦୦ କିଲୋମିଟର୍‌ ଉଚ୍ଚରେ ଥିବା ଏହି ସାଟେଲାଇଟ୍‌କୁ ଜିଓ ସିଙ୍କ୍ରୋନସ୍‌ ଅର୍ବିଟ୍‌ରୁ ଠିକଣା ସ୍ଥାନରେ ପୁନଃସ୍ଥାପନ କରାଯିବାର ବ୍ୟବସ୍ଥା କରାଯାଇଛି।

ଇଣ୍ଡିଆନ୍‌ ରିଜିଓନାଲ୍‌ ନେଭିଗେସନ୍‌ ସାଟେଲାଇଟ୍‌ ସିଷ୍ଟମ୍‌ ହେଉଛି ସାତଟି କୃତ୍ରିମ ଉପଗ୍ରହର ସମାହାର।

ଗତବର୍ଷ ଅଗଷ୍ଟ ମାସରେ ଇସ୍ରୋର ‘ଆଇଆର୍‌ଏନ୍‌ଏସ୍‌ଏସ୍‌ ଓ୍ଵାନ୍‌ ଏଚ୍’ ଏବଂ ମାର୍ଚ୍ଚ ୩୧ରେ ‘ଜିଏସ୍‌ଏଟି ସିକ୍ସ୍‍ଏ’ର ଉତ୍‌କ୍ଷେପଣ ବିଫଳ ହେବା ପରେ ‘ଆଇଆର୍‌ଏନ୍‌ଏସ୍‌ଏସ୍‌ ଓ୍ଵାନ୍‌ ଏ’ ସ୍ଥାନରେ ‘ଆଇଆର୍‌ଏନ୍‌ଏସ୍‌ଏସ୍‌ ଓ୍ଵାନ୍‌ ଆଇ’କୁ ଉତକ୍ଷେପଣ କରାଇବା ପାଇଁ ଏହା ଇସ୍ରୋର ଦ୍ୱିତୀୟ ଉଦ୍ୟମ।

Comment