ଓଡ଼ିଶାଲାଇଭ୍‌ ବ୍ୟୁରୋ

ଉତ୍ତରପ୍ରଦେଶ ଉନ୍ନାଓ ଦୁଷ୍କର୍ମ: ବନ୍ଧା ହେଲେ ବିଧାୟକ କୁଲଦୀପ ସିଂ ସେଙ୍ଗର୍

ଶେଷରେ ବନ୍ଧା ହେଲେ ବିଜେପି ବିଧାୟକ କୁଲଦୀପ ସେଙ୍ଗର୍। ଉତ୍ତରପ୍ରଦେଶ ଉନ୍ନାଓ ବଳାତ୍କାର ମାମଲାରେ ସିବିଆଇ ତାଙ୍କୁ ଗିରଫ କରିଛି। ଶୁକ୍ରବାର ଦିନ ସାରା କୁଲଦୀପଙ୍କୁ ମାରାଥନ ଜେରା କରିବା ପରେ ରାତିରେ ତାଙ୍କୁ ଗିରଫ କରାଯାଇଥିବା ସିବିଆଇ ପକ୍ଷରୁ କୁହାଯାଇଛି।

ଦୁଷ୍କର୍ମ ଘଟଣାରେ ମୁହଁ ଖୋଲିଲେ ମୋଦି: କହିଲେ, “ନାରୀଙ୍କୁ ନ୍ୟାୟ ଦେବା ଆମ କର୍ତ୍ତବ୍ୟ”

ଦୁଇଟି ଦୁଷ୍କର୍ମ ଘଟଣାକୁ ନେଇ ସାରା ଦେଶ ହୁଲ୍‌ସ୍ତୁଲ୍ ହେଉଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୁହଁ ଖୋଲିଛନ୍ତି। ଏଭଳି ଘଟଣାରେ ଅପରାଧୀ ବର୍ତ୍ତି ପାରିବେ ନାହିଁ କହିଛନ୍ତି।

ବିଧାନସଭାରେ ମହାନଦୀ ଆଲୋଚନା

ମହାନଦୀ ପ୍ରସଙ୍ଗକୁ ନେଇ ଦୁଇ ଦିନ ହେଲା ଅଚଳ ହୋଇଯାଇଥିବା ବିଧାନସଭାରେ ଆଜି ହୋଇଛି ମାରାଥନ୍ ଆଲୋଚନା। ପ୍ରଶ୍ନକାଳକୁ ବାତିଲ କରାଯାଇ ମହାନଦୀ ଉପରେ ଆଲୋଚନା ହୋଇଥିଲା। ଏହି ଆଲୋଚନାରେ ଭାଗ ନେଇଥିଲେ ବିଜେଡି-ବିଜେପି-କଂଗ୍ରେସର ଦଳର ବିଧାୟକ।

ଗୁଣପୁର ଟ୍ରିପଲ ମର୍ଡର: ୯ ଜଣଙ୍କୁ ଫାଶି ଦଣ୍ଡାଦେଶ

ରାୟଗଡ଼ା ଜିଲ୍ଲା ଗୁଣପୁର ଟ୍ରିପଲ ମର୍ଡର ମାମଲାର ଆଜି ଗୁରୁତ୍ୱପୂର୍ଣ୍ଣ ରାୟ ଆସିଛି। ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ୯ ଜଣଙ୍କୁ ଫାଶି ଦଣ୍ଡରେ ଦଣ୍ଡିତ କରିଛନ୍ତି। ଫାଶି ଦଣ୍ଡାଦେଶ ପାଇଥିବା ୯ ଜଣ ଅଭିଯୁକ୍ତ ହେଲେ ଅଜନ୍ତା ସବାରା, ବୁଭୁନା ସବାରା, ମାଲୁକୁ ସବାରା, ପୋଡାନ୍ତୁ ସବାରା, ଇରୁ ସବାରା, ଦେଗନ୍ ସବାରା, ଦସନ୍ତ ସବାରା ଏବଂ ଦଲ୍‌ସା ସବାରା।

୬୫ତମ ଫିଲ୍ମ ପୁରସ୍କାର ଘୋଷିତ : ନ୍ୟୁଟନ୍ ଶ୍ରେଷ୍ଠ

ଘୋଷଣା ହୋଇଛି ୬୫ତମ ରାଷ୍ଟ୍ରୀୟ ଚଳଚ୍ଚିତ୍ର ପୁରସ୍କାର। ନ୍ୟୁଟନ ଶ୍ରେଷ୍ଠ ଚଳଚିତ୍ର ବିବେଚିତ ହୋଇଛି। ବାହୁବଳୀ-୨କୁ ମିଳିଛି ଏଣ୍ଟରଟେନର ଫିଲ୍ମ ଅଫ ଦି ଇୟର ପୁରସ୍କାର। ଜୀବନବ୍ୟାପୀ ଉଲ୍ଲେଖନୀୟ ଅବଦାନ ପାଇଁ ବିନୋଦ ଖାନ୍ନାଙ୍କୁ ମିଳିଛି ଦାଦା ସାହେବ ଫାଲକେ ସମ୍ମାନ।

ଗୁଣୁପୁର ଗୁଣିଆ ସନ୍ଦେହରେ ଟ୍ରିପଲ୍ ମର୍ଡର ମାମଲା: ୯ଜଣଙ୍କୁ ଫାଶି ଦଣ୍ଡାଦେଶ

ଗୁଣୁପୁର ଟ୍ରିପଲ ମର୍ଡର ମାମଲାରେ ୯ ଜଣଙ୍କୁ ଫାଶି ଦଣ୍ଡାଦେଶ ଶୁଣାଇଛନ୍ତି ଗୁଣୁପର ଏଡିଜେ କୋର୍ଟ। ୧୭ ସେପ୍ଟେମ୍ବର ୨୦୧୬ରେ ପୁଟାସିଂ ଥାନା କିପୁମ ଗାଁରେ ଗୁଣିଆ ସନ୍ଦେହରେ ଗୋଟିଏ ପରିବାରର ବାପା, ମା’ ଓ ଝିଅକୁ ବିଷ ଇଂଞ୍ଜେକସନ୍ ଦେଇ ପିଟି ପିଟି ମାରି ପୋତି ଦେଇଥିଲେ ସେହି ଗାଁର କିଛି ଲୋକ। ପ୍ରମାଣ ନଷ୍ଟ କରିବାକୁ ମୃତ ଦେହ ବାହାର କରି ପୋଡ଼ି ଦେଇଥିଲେ ଅଭିଯୁକ୍ତ।

ରାଜ୍ୟଗୋଷ୍ଠୀ କ୍ରୀଡ଼ା: ଭାରତର ସର୍ବକନିଷ୍ଠ ଖେଳାଳି ଭାବେ ସ୍ୱର୍ଣ୍ଣ ଜିତିଲେ ଅନିଶ୍‌

ରାଜ୍ୟଗୋଷ୍ଠୀ କ୍ରୀଡ଼ାର ୯ମ ଦିନରେ ଭାରତୀୟ ଖେଳାଳିଙ୍କ ଦବଦବା ଜାରି ରହିଛି। ତେଜସ୍ୱିନୀ ଓ ଅନିଶ ଭନୱାଲା ସୁଟିଂରେ ଭାରତକୁ ଦୁଇଟି ସ୍ୱର୍ଣ୍ଣ ପଦକ ଭେଟିଦେଇଛନ୍ତି। ଭାରତର ୧୬ଟି ସ୍ୱର୍ଣ୍ଣ, ୮ଟି ରୌପ୍ୟ ଓ ୧୦ଟି ବ୍ରୋଞ୍ଜ ସହ ପଦକ ସଂଖ୍ୟା ୩୪ରେ ପହଞ୍ଚିଛି।

ସୁପ୍ରିମକୋର୍ଟରେ ଯୋଗେଶ ସିଂଙ୍କୁ ଆଶ୍ୱସ୍ତି

ସୁନ୍ଦରଗଡ଼ ବିଧାୟକ ଯୋଗେଶଙ୍କ ସିଂଙ୍କ ବିଧାୟକ ପଦ କାଏମ ରହିବ ବୋଲି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଫେବୃଆରୀ ମାସରେ ପଦ ଋଦ୍ଦ ପାଇଁ ହାଇକୋର୍ଟ ଦେଇଥିବା ନିର୍ଦ୍ଦେଶ ଉପରେ ସୁପ୍ରିମକୋର୍ଟ ଅନ୍ତରୀଣ ରହିତାଦେଶ ଜାରି କରିଥିଲେ। ମିଥ୍ୟା ସତ୍ୟାପାଠ ଦର୍ଶାଇ ଜାନୁଆରୀ ୩୦ ତାରିଖରେ ହାଇକୋର୍ଟ ଯୋଗେଶ ସିଂଙ୍କ ସଭ୍ୟ ପଦକୁ ରଦ୍ଦ କରିଦେଇଥିଲେ । ରାୟ ବିରୋଧରେ ଯୋଗେଶ ସୁପ୍ରିମକୋର୍ଟ ଯାଇଥିଲେ।

ବିଧାନସଭାରେ ମହାନଦୀ ପ୍ରସଙ୍ଗ ଆଲୋଚନା ଆରମ୍ଭ

ବିଧାନସଭାରେ ମହାନଦୀ ପ୍ରସଙ୍ଗ ଆଲୋଚନା ହୋଇଛି। ପ୍ରଶ୍ନକାଳ ବାତିଲ୍ କରାଯାଇ ମହାନଦୀ ପ୍ରସଙ୍ଗରେ ବିତର୍କ ଆରମ୍ଭ ହୋଇଛି। ଗଣମାଧ୍ୟମର ସିଧାପ୍ରସାରଣ ଉପରେ ରୋକକୁ ନେଇ ବିଜେପି ଓ କଂଗ୍ରେସ ବିରୋଧ କରିଛନ୍ତି। କେବଳ ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମ ସିଧାପ୍ରସାରଣ କରାଯିବ ବୋଲି ବାଚସ୍ପତି କହିଛନ୍ତି। ଗତକାଲି ମହାନଦୀକୁ ନେଇ ବାରମ୍ବାର ଗୃହ ମୁଲତବି ହେବାପରେ ସର୍ବଦଳୀୟ ବୈଠକ ବସି ମହାନଦୀ ପ୍ରସଙ୍ଗରେ ଆଲୋଚନା ହେବ ବୋଲି ନିଷ୍ପତ୍ତି ହୋଇଥିଲା।

Comment