ଓଡ଼ିଶାଲାଇଭ୍‌ ବ୍ୟୁରୋ

ଉନ୍ମୋଚିତ ହୋଇଛି ସ୍କିଲଡ ଇନ୍‌ ଓଡ଼ିଶା ଲୋଗା ଏବଂ ଭୁବନେଶ୍ଵର ସ୍କିଲ୍ ସିଟି ମ୍ୟାପ୍। ସଚିବାଳୟରେ ଏହାକୁ ଉନ୍ମୋଚନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

“ରାଜ୍ୟ ସରକାରଙ୍କ ସ୍କିଲ୍‍ଡ ଇନ ଓଡ଼ିଶା ମିସନ ଦକ୍ଷତା ପ୍ରଶିକ୍ଷଣର ଏକ ବିଶ୍ୱଶ୍ରେଣୀୟ ମାପଦଣ୍ଡ ହେବ। ରାଜ୍ୟରେ ଥିବା କୁଶଳୀ ମାନବ ସମ୍ବଳ ବିଶ୍ୱର ଦୃଷ୍ଟି ଆକର୍ଷଣ କରିପାରିବ। ଫଳରେ ଆଗାମୀ ଦିନରେ ଅଧିକରୁ ଅଧିକ ଯୁବଗୋଷ୍ଠିଙ୍କ ପାଇଁ ନିଯୁକ୍ତି ସୁଯୋଗ  ସୃଷ୍ଟି  ଏବଂ ଭୁବନେଶରକୁ ସ୍କିଲ୍‍ ସିଟି ଭାବେ ପ୍ରୋତ୍ସାହିତ କରାଯିବ”, କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଏହି ଅବସରରେ ସ୍କିଲ୍‍ଡ ଇନ୍‍ ଓଡ଼ିଶା ଲୋଗୋ ପ୍ରସ୍ତୁତ କରିଥିବା ଏସ୍‍ଡି ଆଣ୍ଡ ଟିଇ ବିଭାଗ ଓ ଓଏସଡିଏକୁ ମୁଖ୍ୟମନ୍ତ୍ରୀ ଅଭିନନ୍ଦନ ଜଣାଇଥିଲେ।

ଚଳିତ ମାସ ଏପ୍ରିଲ୍‌ ୨୯ ତାରିଖ ରୁ ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ ପକ୍ଷରୁ ତିନିଦିନିଆ ରାଜ୍ୟସ୍ତରୀୟ ଦକ୍ଷତା କାର୍ଯ୍ୟକ୍ରମ “ଓଡିଶା ସ୍କିଲ୍‍ସ ୨୦୧୮” ପ୍ରତିଯୋଗିତା ଆୟୋଜନ କରିବ। ଏପ୍ରିଲ୍‌୨୮ ତାରିଖ ଦିନ କଟକରେ ପ୍ରତିଯୋଗିତା ଓ ୨୯ ଓ ୩୦ ରେ ଭୁବନେଶ୍ୱରରେ ପ୍ରତିଯୋଗିତା ହେବ। ଏଥିରେ ସାମଗ୍ର  ରାଜ୍ୟ ରୁ ୨୬ ଟି ଦକ୍ଷତାରେ ମୋଟ ୭, ୦୦୦ ଜଣ ପ୍ରତିଯୋଗିତାରେ  ଅଂଶଗ୍ରହଣ କରିବେ।

ଏହି ଅବସରରେ ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷ ସୁବ୍ରତ ବାଗ୍‌ଚୀ ଏବଂ ବିଭାଗୀୟ ସଚିବ ସଞ୍ଜୟ କୁମାର ସିଂହ ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

Comment