ଓଡ଼ିଶାଲାଇଭ୍‌ ବ୍ୟୁରୋ

‘ହେଟ୍‌ ଷ୍ଟୋରି-୨’ ଫେମ୍ ବଲିଉଡ ହିରୋଇନ୍ ସୁରଭିନ୍ ଚାୱଲା ୨୦୧୫ରେ ଯେତେବେଳେ ନିଜର ଲାଇଫଟାଇମ୍‌ ବୟଫ୍ରେଣ୍ଡ୍ ଅକ୍ଷୟ ଠକ୍‌କରଙ୍କୁ ଇଟାଲିରେ ବିବାହ କରିଥିଲେ, ସେତେବେଳେ ସମସ୍ତଙ୍କୁ ସେ ଚକିତ କରିଥିଲେ।

ସୁରଭିନ୍ ‘କହିଁ ତୋ ହୋଗା’ ମେଗା ସିରିଏଲ୍ ଜରିଆରେ ଟେଲିଭିଜନ୍‌ରେ ପାଦ ଥାପିଥିଲେ। ଏହାପରେ ତାଙ୍କୁ ୨୦୦୮ରେ କ୍ରିକେଟର ଏସ୍. ଶ୍ରୀଶାନ୍ତଙ୍କ ସହିତ ରିଆଲିଟି ଡ୍ୟାନ୍ସ ସୋ ‘ଏକ ଖିଲାଡ଼ି ଏକ୍ ହସିନା’ରେ ଦେଖିବାକୁ ମିଳିଥିଲା। ୨୦୦୫ରେ ସୁରଭିନ୍ସ ଲୋକପ୍ରିୟ ମେଗା ଧାରାବାହି କ ‘କସୌଟି ଜିନ୍ଦେଗି କେ’ରେ ବି ନଜର ଆସିଥିଲେ।

ଏହା ପରେ ସୁରଭିନ୍ ବଡ଼ ପରଦାକୁ ମୁହାଁଇଥିଲେ। ତାଙ୍କୁ ପ୍ରଥମେ ଏକ କନ୍ନଡ଼ ମୁଭି ‘ପରମେଶା ପାନୱାଲା’ରେ ଫିମେଲ୍ ଲିଡ଼ରେ ଦେଖିବାକୁ ପାଇଥିଲେ ଦର୍ଶକ। ଏହା ୨୦୧୧ରେ ରିଲିଜ୍‌ ହୋଇଥିଲା। ଏହା ତାଙ୍କର ବିଗ୍ ସ୍କ୍ରିନ୍‌ ଡେବ୍ୟୁ ଥିଲା। ସେହି ବର୍ଷ ତାଙ୍କର ଏକ ପଞ୍ଜାବୀ ସିନେମା ‘ଧରତୀ’ ମଧ୍ୟ ରିଲିଜ୍ ହୋଇଥିଲା। ତା’ପରେ ସେ ତୌର୍ ମିତ୍ରନ୍ ଦି, ଶାଦି ଲଭ୍ ଷ୍ଟୋରି, ସିଂହ ଉର୍ସେସ୍ କୌର୍, ଲକି ଦି ଅନଲକି ଷ୍ଟୋରି, ଡିସ୍କୋ ସିଂହ ଆଦି ପଞ୍ଜାବୀ ଫିଲ୍ମରେ ମଧ୍ୟ ନାୟିକା ଭୂମିକା ନିଭାଇଥିଲେ।

ତେବେ ବଲିଉଡ଼ରେ ସୁରଭିନ୍‌ଙ୍କର ଏଣ୍ଟ୍ରି ହୋଇଥିଲା ପ୍ରଥମେ ଜଣେ ଆଇଟମ୍‌ ଗର୍ଲ ଭାବେ। ସେ ପ୍ରଖ୍ୟାତ ନିର୍ମାତା ବାସୁ ଭଗନାନୀ ଓ ନିର୍ଦ୍ଦେଶକ ସାଜିନ୍ ଖାନ୍‌ଙ୍କ ଅଜୟ ଦେବଗନ୍ ଓ ତମନ୍ନା ଷ୍ଟାରର୍ ଫିଲ୍ମ ‘ହିମ୍ମତ ୱାଲା’ (୨୦୧୩)ରେ ଏକ ଆଇଟମ୍‌ ନମ୍ବରରେ ନଜର ଆସିଥିଲେ। ଏହି ନମ୍ବରଟି ହେଲା – ‘ଧୋକା ଧୋକା…’।

୨୦୧୪ରେ ରିଲିଜ୍‌ ହୋଇଥିବା ହିନ୍ଦୀ ସିନେମା ‘ହେଟ୍‌ ଷ୍ଟୋରି-୨’ରେ ସୁରଭିନ୍ ଜଣେ ପ୍ରତିଶୋଧ ପରାୟଣା ଯୁବତୀ ଭୂମିକା ନିଭାଇଥିଲେ। ଏଥିରେ ତାଙ୍କର ବୋଲ୍‌ଡ ରୋଲ୍‌ ବେଶ୍ ଚର୍ଚ୍ଚାକୁ ଆସିଥିଲା। ସେ ଏହାପରେ ଅନୁରାଗ କଶ୍ୟପଙ୍କ ‘ଅଗ୍‌ଲି’ ସିନେମାରେ ନଜର ଆସିଥିଲେ।

ସୁରଭିନ୍‌ଙ୍କୁ ଯେଉଁ ସମୟରେ ବଲିଉଡ଼ର ସଫଳତା ମିଳିବା ଆରମ୍ଭ କରିଥିଲା, ସେହି ସମୟରେ ସେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ତାଙ୍କର ବାହାଘରକୁ ପ୍ରାୟ ତିନି ବର୍ଷ ହେଲାଣି, କିନ୍ତୁ ତାଙ୍କର ଜୀବନ ଶୈଳୀରେ ବିଶେଷକିଛି ପରିବର୍ତ୍ତନ ଆସି ନାହିଁ ବୋଲି କହନ୍ତି ସୁରଭିନ୍‌।

ସୁରଭିନ୍ କହିଛନ୍ତି ଯେ ବିବାହ ପୂର୍ବରୁ ସେ ନାୟକଙ୍କ ସହିତ ଲିପ୍ ଟୁ ଲିଗ୍ କିସ୍ ସିନ୍‌ କରିଥିଲେ। ସେତେବେଳେ ତାଙ୍କ ବୟଫ୍ରେଣ୍ଡ୍ ଏହାକୁ ନେଇ ଆପତ୍ତି କରି ନଥିଲେ। ବାହାଘର ପରେ ଯଦି ମୁଁ କୌଣସି ଫିଲ୍ମରେ କିସିଂ ସିନ୍ ବା ସମ୍ପୂର୍ଣ୍ଣ ନ୍ୟୁଡ୍ ସିନ୍‌ ନେବି, ସେଥିରେ ବି ଫରକ ପଡ଼ିବ ନାହିଁ ମୋ’ ସ୍ୱାମୀଙ୍କର। କାରଣ ସେ ମୋତେ ସବୁବେଳେ ସହଯୋଗ ଓ ସମର୍ଥନ ଦେଇ ଆସିଛନ୍ତି। ଏହା ହେଉଛି ସୁରଭିନ୍ ଚାୱଲାଙ୍କ ମନଖୋଲା କଥା।

ସୁରଭିନ୍‌ଙ୍କ ମତରେ ବିବାହ ଓ କ୍ୟାରିଅର୍ ଦୁଇଟି ଅଲଗା କଥା ହେଲେ ବି ଯଦି ଜଣେ ମନପସନ୍ଦ ଲୋକ ମିଳିବ, ତେବେ ତୁରନ୍ତ ବାହା ହୋଇଯିବା ଉଚିତ୍। ସେ ନିଜର ବିବାହ ନିଷ୍ପତ୍ତି ଠିକ୍ ଥିଲା ବୋଲି ଆଜି ବି ଦୃଢ଼ତାର ସହିତ କହନ୍ତି। ସେ କହିଛନ୍ତି ସ୍କ୍ରିଟ୍‌ର ଡିମାଣ୍ଡ ଅନୁଯାୟୀ କୋଷ୍ଟାରଙ୍କୁ କିସ୍ କରିଥାଏ ବା ନ୍ୟୁଡ୍‌ସିନ୍‌ ଦେଇଥାଏ। ଏ ବିଷୟରେ ମୁଁ ସ୍ୱାମୀଙ୍କୁ କହିଲେ, ସେ ମୋତେ ଉତ୍ସାହିତ କରିଥାନ୍ତି, କାରଣ ଆମ ଭିତରେ ଭଲ ବୁଝାମଣା ରହିଛି। ଅକ୍ଷୟ ତ ଅନେକ ସମୟରେ ମୋତେ ସେଭଳି ରୋଲ୍ କରିବା ପାଇଁ କହନ୍ତି।’

Comment