ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଡ଼ିଶା ସହ ଦେଶ ବିଦେଶର ପ୍ରମୁଖ ଖବର ପଢ଼ିବାକୁ ଚାହୁଁଥିଲେ କ୍ଲିକ୍ କରନ୍ତୁ ଓଡ଼ିଶାଲାଇଭ୍‌ର ‘ଆଜିର ବଡ଼ ଖବର’।

ସାଲେପୁର ଦୁଷ୍କର୍ମ ପୀଡ଼ିତାଙ୍କ ଗାଁ: ଗାଡ଼ି, ନେତାଙ୍କ ଧାଡ଼ି

୮ ଦିନର ସଂଘର୍ଷ ପରେ କଟକ ବଡ଼ ମେଡିକାଲରେ ଶେଷରେ ଆଖି ବୁଜିଛନ୍ତି ସାଲେପୁରର ଦୁଷ୍କର୍ମ ପୀଡ଼ିତା। ଝିଅର ମୃତ୍ୟୁକୁ ନେଇ ଘରେ ଶୋକର ଛାୟା ଖେଳି ଯାଇଛି। ଶୋକ ସନ୍ତପ୍ତ ପରିବାରକୁ ସବବେଦନା ଜଣାଇବା ପାଇଁ ସବୁ ଦଳର ନେତା ଏବେ ସାଲେପୁର ଗୁହାଁ ହୋଇଛନ୍ତି। ଶାସକ ବିଜେଡିଠାରୁ ଆରମ୍ଭ କରି ବିରୋଧୀ ବିଜେପି ଏବଂ କଂଗ୍ରେସର ରାଜ୍ୟ ଓ ଜିଲ୍ଲା ସ୍ତରର ନେତା ପୀଡ଼ିତାଙ୍କୁ ପରିବାରକୁ ଭେଟି ସମବେଦନା ଜଣାଇଛନ୍ତି।

ଆଖିବୁଜିଲେ ସାଲେପୁର ପୀଡ଼ିତା: କାନ୍ଦୁଛି ଭଉଣୀ, ଝୁରୁଛି ମା’

ଗାଁରେ ଖେଳି ଯାଇଛି ଶୋକର ଛାୟା। ଅଧିକାଂଶଙ୍କ ଘରେ ଦୁଇ ଦିନ ହେଲା ଚୁଲି ଜଳୁନି। ସାଲେପୁର ଅଞ୍ଚଳର ନାବାଳିକା ଦୁଷ୍କର୍ମର ଶିକାର ହୋଇ ଆଖିବୁଜିବା ପରେ ପୂରା ଗାଁ ସ୍ତବ୍ଧ ପାଲଟିଯାଇଛି।

୨୦୧୭ରେ ଶିଶୁକନ୍ୟା ଦୁଷ୍କର୍ମ ସଂଖ୍ୟା ବଢ଼ିଛି: ମୁଖ୍ୟମନ୍ତ୍ରୀ

ଶିଶୁକନ୍ୟା ଦୁଷ୍କର୍ମକୁ ନେଇ ଓଡ଼ିଶା ଉଠୁଥିବା ପଡ଼ିଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧାନସଭାରେ ଦେଇଛନ୍ତି ଚାଞ୍ଚଲ୍ୟକର ତଥ୍ୟ। ଏହି ତଥ୍ୟରୁ ଜଣାପଡ଼ିଛି ଯେ ୨୦୧୬ ତୁଳନାରେ ୨୦୧୭ରେ ନାବାଳିକା ଦୁଷ୍କର୍ମ ସଂଖ୍ୟା ବଢ଼ିଛି।

ପ୍ରକାଶ ପାଇଲା ଜେଇଇ ମେନ୍ ପରୀକ୍ଷା ଫଳ

ପ୍ରକାଶ ପାଇଛି ଜେଇଇ ମେନ୍-୨୦୧୮ ପରୀକ୍ଷା ଫଳ। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ସିବିଏସ୍‌ଇ ପକ୍ଷରୁ ଏହି ପରୀକ୍ଷା ପରିଚାଳନା କରାଯାଇଥିଲା। ପରୀକ୍ଷା ଫଳ cbseresults.nic.in, results.nic.in ଏବଂ ଅଫିସିଆଲ ୱେବସାଇଟ୍ jeemain.nic.in ରେ ଉପଲବ୍ଧ ରହିଛି। ଛାତ୍ରଛାତ୍ରୀମାନେ ଏହି ୱେବସାଇଟରୁ ପରୀକ୍ଷା ଫଳ ଦେଖୁଛନ୍ତି।

ପାର୍ସଲ ବୋମା ବିସ୍ଫୋରଣ: ରାୟପୁର ଗଲା କ୍ରାଇମବ୍ରାଞ୍ଚ

ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣର ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ମେହେରଙ୍କୁ କୋର୍ଟରେ ଦୋଷୀ ସାବ୍ୟସ୍ତ କରିବା ପାଇଁ କ୍ରାଇମବ୍ରାଞ୍ଚ ପୋଲିସ ପୂରା ପ୍ରକ୍ରିୟା ଆରମ୍ଭ କରିଛି। ପୁଞ୍ଜିଲାଲଙ୍କୁ ଗଡ଼େଇ ତୁଡ଼େଇ ପ୍ରଶ୍ନ ପଚାରୁଥିବା କ୍ରାଇମବ୍ରାଞ୍ଚ ଟିମ୍ ଆଜି ରାୟପୁର ଯାଇଛନ୍ତି।

ଉଷସୀ ମିଶ୍ରଙ୍କୁ ଦୁର୍ବ୍ୟବହାର ଘଟଣା: ମୁଖ୍ୟ ଅଭିଯୁକ୍ତ ଗିରଫ

ଅଭିନେତ୍ରୀ ଉଷସୀ ମିଶ୍ରଙ୍କୁ ଅନୁଗୁଳରେ ଦୁର୍ବ୍ୟବହାର ଘଟଣାରେ ପୋଲିସ ଘଟଣାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଇନ୍ଦ୍ରମଣି ସାହୁ ଓ ତାଙ୍କ ପୁଅକୁ ଗିରଫ କରିଛି।

ମୋଦି ସରକାରଙ୍କ ଉପରେ ଗର୍ଜିଲେ ରାହୁଲ:୨୦୧୯ ନିର୍ବାଚନରେ କଂଗ୍ରେସ ବାଜିମାତ କରିବ

କଂଗ୍ରେସର ଜନ ଆକ୍ରୋଶ ରାଲିରେ ମୋଦି ସରକାରଙ୍କ ଉପରେ ବର୍ଷିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ। ରାହୁଲ କହିଛନ୍ତି, “ବିଜେପି ସରକାରଙ୍କ ଉପରେ ଜନଅସନ୍ତୋଷ ବଢ଼ିଛି। ଏହାର ଫଳ ୨୦୧୯ ନିର୍ବାଚନରେ ଦେଖିବାକୁ ମିଳିବ। କଂଗ୍ରେସ ଏଥର ନିର୍ବାଚନରେ ବାଜିମାତ କରିବ”।

ସାଲେପୁର ଦୁଷ୍କର୍ମ ପୀଡ଼ିତାଙ୍କ ମୃତ୍ୟୁ ଘଟଣା: ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ଶୋକ

ସାଲେପୁର ଦୁଷ୍କର୍ମ ପୀଡିତା ନାବାଳିକାର ମୃତ୍ୟୁ ଘଟଣା ପରେ ସୋମବାରଦିନ ବିଧାନସଭାରେ ବିବୃତି ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ କହିଛନ୍ତି,“ଏହି ଘଟଣା ଅତ୍ୟନ୍ତ  ଦୁର୍ଭାଗ୍ୟଜନକ। ଘଟଣାର ୨୪ ଘଣ୍ଟା ମଧ୍ୟରେ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରାଯାଇଛି। ପୀଡ଼ିତାଙ୍କୁ ଏସସିବିରେ ଉନ୍ନତମାନର ଚିକିତ୍ସା ଯୋଗାଇ ଦିଆଯାଇଥିଲା। ଏକ ସ୍ୱତନ୍ତ୍ର ଡାକ୍ତରୀ ଟିମ ସେଠାରେ ନିୟୋଜିତ କରାଯାଇଥିଲା। ସମସ୍ତ ଚେଷ୍ଟା ସତ୍ତ୍ଵେ ତାଙ୍କ ମୃତ୍ୟୁ ଦୁଭାର୍ଗ୍ୟଜନକ। ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଦିଆଯାଇଛି। ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ”।

ଆଫଗାନିସ୍ତାନରେ ଦୁଇଟି ଆତ୍ମଘାତି ବିସ୍ଫୋରଣ: ୫ଜଣ ସାମ୍ବାଦିକଙ୍କ ସମେତ ୨୧ମୃତ

ଆଫଗାନିସ୍ତାନର କାବୁଲରେ ଦୁଇଟି ଆତ୍ମଘାତି ବିସ୍ଫୋରଣ ଘଟି ଏଜେନ୍‌ସି ଫ୍ରାନ୍‌ସ୍‌-ପ୍ରେସ୍‌ର ମୁଖ୍ୟ ଫଟୋଗ୍ରାଫର୍‌ ଶାହ୍‌ ମାରାଇ ଓ ଅନ୍ୟ ୪ଜଣ ସାମ୍ବାଦିକଙ୍କ ସମେତ ୨୧ ଜଣଙ୍କ ମୃତ୍ୟୁ ଘଟିଛି।

Comment