ଓଡ଼ିଶାଲାଇଭ୍‌ ବ୍ୟୁରୋ

ବଲିଉଡ ସିଙ୍ଗର ତଥା ଓଡ଼ିଆ ଝିଅ ସୋନା ମହାପାତ୍ରଙ୍କୁ ଧମକ। ସୁଫି ଫାଉଣ୍ଡେସନ୍ ଧମକ ଦେଇଥିବା ସୋନା ଅଭିଯୋଗ କରିଛନ୍ତି। ସୋନାଙ୍କ ଭିଡିଓ ସଙ୍ଗ୍ ‘ତେରି ସୁରତ୍‌’ରେ ଅଶ୍ଲୀଳତା ଥିବା ନେଇ ମଦାରିୟା ସୁଫି ଫାଉଣ୍ଡେସନ୍ ପକ୍ଷରୁ ଇ-ମେଲରେ ଧମକ ଦିଆଯାଇଛି।

ଓଡ଼ିଆ ଝିଅ ତଥା ବଲିଉଡ ସିଙ୍ଗର ସୋନା ମହାପାତ୍ରଙ୍କୁ ଧମକ। ସୁଫି ଫାଉଣ୍ଡେସନ୍ ଧମକ ଦେଇଥିବା ଅଭିଯୋଗ କରିଛନ୍ତି ସୋନା। ମଦାରିୟା ସୁଫି ଫାଉଣ୍ଡେସନ୍ ପକ୍ଷରୁ ଇ-ମେଲରେ ଧମକ ଦିଆଯାଇଥିବା ସୋନା ଟ୍ୱିଟ୍ କରିଛନ୍ତି।

ସୋନା ମହାପାତ୍ରଙ୍କ ଏକ ଭିଡିଓ ‘ତୋରି ସୁରତ୍’କୁ ନେଇ ଏହି ଧମକ ମିଳିଛି। ଏହି ଗୀତରେ ଅଶ୍ଲୀଳତା ଥିବା ସୁଫି ଫାଉଣ୍ଡେସନର ଆପତ୍ତି। ଏହା ସହ ଗୀତ ଅପଲୋଡ ହୋଇଥିବା ସମସ୍ତ ମାଧ୍ୟମରୁ ଏହାକୁ ହଟାଇବା ପାଇଁ ସୁଫି ଫାଉଣ୍ଡେସନ୍‌ ଧମକ ଦେଇଛି।


‘ତୋରି ସୁରତ୍’ ଭିଡିଓରେ ସୁଫି ସଂସ୍କୃତିକୁ ଅବମାନନା କରାଯାଇଥିବା ଅଭିଯୋଗ କରିଛି ମଦାରିୟା ସୁଫି ଫାଉଣ୍ଡେସନ୍। ଏହା ସହ ଏହି ଭିଡିଓ ଅଶ୍ଳୀଳ ଓ ସାମ୍ପ୍ରଦାୟିକ ଉତ୍ତେଜନା ସୃଷ୍ଟିକାରୀ ହୋଇଥିବା ଅଭିଯୋଗ କରି ସୋନାଙ୍କୁ ଏହି ଧମକ ମିଳିଛି।

ଧମକ ମିଳିବା ପରେ ସୋନା ଏନେଇ ମୁମ୍ବାଇ ପୋଲିସ୍‌କୁ ଅବଗତ କରାଇଛନ୍ତି।

Comment