ଓଡ଼ିଶାଲାଇଭ୍‌ ବ୍ୟୁରୋ

ମୋବାଇଲ କମ୍ପାନି ଓପୋ ପକ୍ଷରୁ ଏ-୮୩ ୨୦୧୮ସ୍ମାର୍ଟଫୋନ୍‌ର ଅପଗ୍ରେଡେଡ୍‌ ମଡେଲ ଭାରତରେ ଲଞ୍ଚ ହୋଇଛି। ମୁଖ୍ୟତଃ ସାମସଙ୍ଗ ଅନ୍-୭ ପ୍ରାଇମ୍‌, ରେଡମି ନୋଟ୍‌-୫ ଓ ଭିଭୋ ଭି୭ ସହ ଓପୋ ଏ-୮୩ର ପ୍ରତିଯୋଗିତା ହେବ ବୋଲି ଜଣାପଡ଼ିଛି।

ଯୁବବର୍ଗର ଗ୍ରାହକଙ୍କୁ ଦୃଷ୍ଟିରେ ରଖି ଏହି ୪ ଜିବି ରାମ୍‌ ୬୪ ଜିବି ରମ୍‌ ବିଶିଷ୍ଟ ଓପୋ ଏ-୮୩ ୨୦୧୮ଅପଗ୍ରେଡେଡ୍‌ ମଡେଲ ଭାରତ ବଜାରରେ ପ୍ରବେଶ କରିଛି। ଏହା ନୂଆ ବ୍ଲୁ ଏବଂ ଗୋଲ୍ଡ ରଙ୍ଗରେ ଉପଲବ୍ଧ ହେଉଛି। ଏଥିରେ ଫୁଲ୍‌ ସ୍କ୍ରିନ ଡିସ୍‌ପ୍ଲେ, ଏଆଇ ବିୟୁଟି ରିକୋଗନାଇଜେସନ୍‌ ଜ୍ଞାନକୌଶଳ, ୩୧୮୦ ଏମ୍‌ଏଏଚ୍‌ ବ୍ୟାଟେରୀ ରହିଛି। ଏହାର ମୂଲ୍ୟ ୧୫,୯୯୦ଟଙ୍କା ରହିଛି। ଓପୋ ଏ-୮୩ ୨୦୧୮ରେ ୪ଜିବି ରାମ୍‌, ୩ଟି କାର୍ଡ ସ୍ଲଟ୍‌ ମଧ୍ୟରେ ଡୁଆଲ୍‌ ନାନୋ ସିମ୍‌ କାର୍ଡ ଏବଂ ଗୋଟିଏ ଟିଏଫ୍‌ ସ୍ଲଟ୍‌ ରହିଛି। ଏହା ଏକ୍ସଟରନାଲ ୧୨୮ ଜିବି ମେମୋରୀରେ ଉପଲବ୍ଧ ହେଉଛି। ଏହା ଓଏସ୍‌ ୩.୨ ଅପରେଟିଂ ସିଷ୍ଟମରେ ଉପଲବ୍ଧ ହେଉଛି।

ଏଥିରେ ଓ-ଶେୟାର ସୁବିଧା ରହିଛି। ଯାହାଦ୍ୱାରା ଫାଇଲ୍‌ ସହଜରେ ଶେୟାର ହୋଇପାରିଥାଏ। ଏହାକୁ ଛୋଟ ପିଲାଙ୍କଠାରୁ ଆରମ୍ଭ କରି ବୟସ୍କ ଲୋକମାନେ ସହଜରେ ବ୍ୟବହାର କରିପାରିବେ। ୟୁଏଫ୍‌ଓ କର୍ଭଡ୍‌ ଡିଜାଇନିଂ ଏହାକୁ ଏକ ନୂତନ ଆକର୍ଷଣୀୟ ଲୁକ୍‌ ପ୍ରଦାନ କରୁଛି। ଯାହାକି ଯୁବବର୍ଗଙ୍କ ପାଇଁ ଏକ ପ୍ରିମିୟମ୍‌ ସ୍ୱାର୍ଟଫୋନ୍‌ ଭାବେ ବ୍ୟବହାର କରାଯାଇପାରିବ।

ଏଥିରେ ଏଲଇଡି ଫ୍ଲାସ୍‌ ସାଙ୍ଗକୁ ୮ଏମ୍‌ପି ଫ୍ରଣ୍ଟ୍ କ୍ୟାମେରା, ୧୩ ଏମ୍‌ପି ପଛ କ୍ୟାମେରା,ଏଆଇ ବିୟୁଟ ଫିଚର ଆଦି ବୈଶିଷ୍ଟ୍ୟ ରହିଛି ଯାହାକି ଗ୍ରାହକଙ୍କ ଆବଶ୍ୟକତାକୁ ପୂରଣ କରିବାକୁ ସକ୍ଷମ ହେବ।

ଏହା ଅନ୍‌ଲାଇନ୍‌ରେ ଆମାଜନ, ଫ୍ଲିପ୍‌କାର୍ଟ ସହିତ ଦେଶବ୍ୟାପି ଅଫ୍‌ଲାଇନ୍‌ ଷ୍ଟୋରରେ ଉପଲବ୍ଧ ହେଉଛି।

Comment