ଓଡ଼ିଶାଲାଇଭ୍‌ ବ୍ୟୁରୋ

“୧୦ବର୍ଷ ଧରି ମନମୋହନ ସିଂହ ପ୍ରଧାନମନ୍ତ୍ରୀ ଥିଲେ କିନ୍ତୁ ତାଙ୍କର ରିମୋଟ କଣ୍ଟ୍ରୋଲ ଥିଲା ୧୦ଜନପଥରେ ରହୁଥିବା ମ୍ୟାଡାମ୍‌ଙ୍କ ପାଖରେ। କିନ୍ତୁ ମୋ ରିମୋଟ କଣ୍ଟ୍ରୋଲ ୧୨୩କୋଟି ଜନତାଙ୍କ ପାଖରେ ରହିଛି”, କଂଗ୍ରେସକୁ ଆକ୍ଷେପ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହା କହିଛନ୍ତି।

କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ରାଜନୀତି ସରଗରମ। ୨୦୧୯ନିର୍ବାଚନ ପୂର୍ବରୁ କର୍ଣ୍ଣାଟକ ବାଜି ଜିତିବା ପାଇଁ ଜୋରସୋରରେ ଅଣ୍ଟା ଭିଡ଼ିଛନ୍ତି ଦୁଇ ଦଳ ବିଜେପି ଓ କଂଗ୍ରେସ। ଏଥିପାଇଁ ଚାଲିଛି ଘନଘନ ପ୍ରଚାର। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଂଗ୍ରେସ ଓ ବିଜେପିର ଷ୍ଟାର୍‌ କ୍ୟାମ୍ପେନର ଭାବେ ବିଭିନ୍ନ ସଭାକୁ ସମ୍ବୋଧିତ କରୁଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାରଦିନ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ କୋଲାରରେ ପ୍ରଚାର କରିଛନ୍ତି। ଏହି ସଭାରେ ମୋଦି କଂଗ୍ରେସ ଉପରେ ବର୍ଷିଛନ୍ତି।

ନିର୍ବାଚନ ସଭାରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, “୧୦ବର୍ଷ ଧରି ମନମୋହନ ସିଂହ ପ୍ରଧାନମନ୍ତ୍ରୀ ଥିଲେ କିନ୍ତୁ ତାଙ୍କର ରିମୋଟ କଣ୍ଟ୍ରୋଲ ଥିଲା ୧୦ଜନପଥରେ ରହୁଥିବା ମ୍ୟାଡାମ୍‌ଙ୍କ ପାଖରେ। ଆପଣମାନେ ମୋତେ ସରକାରକୁ ଆଣିଛନ୍ତି। ମୋର ବି ରିମୋଟ କଣ୍ଟ୍ରୋଲ ଅଛି। ମୋ ରିମୋର୍ଟ କଣ୍ଟ୍ରୋଲ ୧୨୩କୋଟି ଜନତାଙ୍କ ପାଖରେ ରହିଛି। ସେମାନେ ହିଁ ମୋ ହାଇକମାଣ୍ଡ୍। ଯଦି ହାଇକମାଣ୍ଡ୍ କହିବ ବସ୍ ମୁଁ ବସିବି, ଉଠ୍‌ କହିଲେ ମୁଁ ଉଠିବି। ବାମକୁ ଯିବାକୁ କହିଲେ ବାମକୁ ଯିବି, ଡାହାଣକୁ କହିଲେ ଡାହାଣକୁ ଯିବି”।

ନିର୍ବାଚନ ରାଲିକୁ ସମ୍ବୋଧିତ କରି ମୋଦି କଂଗ୍ରେସ ଉପରକୁ  ଜମେଇକି ବର୍ଷିଛନ୍ତି। “କଂଗ୍ରେସ ନିଜ ହାରିବା ସ୍ଵୀକାର କରୁନାହିଁ। ସଂସଦ ଚାଲିବାକୁ ଦେଉନାହଁ। ଲୋକତନ୍ତ୍ରକୁ ଧ୍ଵସଂ କରିବାରେ ଲାଗିପଡ଼ିଛି କଂଗ୍ରେସ”, କହିଛନ୍ତି ମୋଦି।

Comment