ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଉରକେଲାରେ ଘଟିଛି ଏକ ଲୋମହର୍ଷକାରୀ ଘଟଣା। ଘରେ ଶୋଇଥିବାବେଳେ ଜଣେ ମହିଳାଙ୍କୁ ୪ଜଣ ଯୁବକ ଘରେ ପଶି ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏହି ୪ଜଣଙ୍କ ମଧ୍ୟରେ ଜଣେ ନାବାଳକ ମଧ୍ୟ ସାମିଲ ଅଛି

ଦୁଷ୍କର୍ମକାରୀଙ୍କ ପାଇଁ ଆଇନ ଯେତେ କଡ଼ାକଡ଼ି ହେଲେ ମଧ୍ୟ ଦୁଷ୍କର୍ମ ଥମିବାର ନାଁ ନେଉନାହିଁ। ରାଜ୍ୟରେ ପ୍ରତିଦିନ ଦୁଷ୍କର୍ମ ଭଳି ମାମଲା ପ୍ରତିଦିନ ଶୁଣିବାକୁ ମିଳୁଛି। କେଉଁଠି ନାବାଳିକା ସହ ଗଣଦୁଷ୍କର୍ମ ତ କେଉଁଠି ଶିଶୁଙ୍କ ସହ ଦୁଷ୍କର୍ମ ହେବାର ଖବର ଆସୁଛି। ଏମିତି ଏକ ଲୋମଟାଙ୍କୁରା ଖବର ଆସିଛି ରାଉରକେଲାରୁ। ଏଠାରେ ଜଣେ ବିବାହିତ ମହିଳାଙ୍କ ସହ ଗଣଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି।

ରବିବାର ରାତିରେ ନିଜ ଦୁଇ ଶିଶୁଙ୍କ ସହ ଘରେ ଶୋଇଥିଲାବେଳେ ୪ଜଣ ଯୁବକ ଘରେ ପଶି ମହିଳାଙ୍କ ସହ  ଜୋର ଜବରଦସ୍ତ ଦୁଷ୍କର୍ମ କରିଥିଲେ। ଏହି ୪ଜଣ ପିସାଚଙ୍କ ମଧ୍ୟରେ ସାମିଲ୍‌ ଥଲା ଜଣେ ନାବାଳକ।

ମହିଳାଙ୍କୁ ଭୟଭୀତ କରି ତାଙ୍କ ସହ ଦୁଷ୍କର୍ମ କରିଥିଲେ। ପାଖରେ ଥିବା ଦୁଇ ଶିଶୁ ମା’ଙ୍କ ସହ ଏପରି ହେଉଥିବା ଦେଖି ପଡୋଶୀଙ୍କୁ ଡାକିଥିଲେ। ମହିଳା ଜଣକ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ରାଉରକେଲା ସେକ୍ଟର ୭ ଅଞ୍ଚଳର ମୁଣ୍ଡାରି ବସ୍ତିରେ ଜଣେ ୩୦ ବର୍ଷୀୟ ମହିଳା ନିଜର ଦୁଇ ପିଲାଙ୍କୁ ଧରି ରହୁଥିଲେ। ତାଙ୍କ ସ୍ୱାମୀ କିଛି ଦିନ ହେବ ବାହାରେ ରହୁଛନ୍ତି। ଗତକାଲି ସନ୍ଧ୍ୟାରେ ମହିଳା ଜଣକ ନିଜ ଘର ଭିତରେ ଥିବା ବେଳେ ସନ୍ଧ୍ୟା ପ୍ରାୟ ୮ଟା ବେଳେ ୪ ଜଣ ତାଙ୍କ ଘର ଭତରକୁ ପଶିଥିଲେ। ୪ ଜଣଙ୍କ ମଧ୍ୟରେ ଜଣେ ନାବାଳକ ମଧ୍ୟ ଥିଲେ। ଏହି ୪ ଜଣ ସମସ୍ତେ ସେହି ମୁଣ୍ଡାରି ବସ୍ତିର ବୋଲି ଜଣାପଡ଼ିଛି।

ଅଭିଯୁକ୍ତମାନେ ମହିଳାଙ୍କୁ ଭୟଭିତ କରି ଜଣକ ପରେ ଜଣେ ଗଣଦୁଷ୍କର୍ମ କରିଥିଲେ। ପଡୋଶୀମାନେ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଉଦ୍ଧାର କରି ଡାକ୍ତରାଖାନାରେ ଭର୍ତ୍ତି କରିବା ସହିତ ପୋଲିସକୁ ଖବର ଦେଇଥିଲେ। ପୋଲିସ ସଙ୍ଗେ ସଙ୍ଗେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।

ଏହି ଘଟଣାରେ ପୋଲିସ ଜଣେ ନାବାଳକଙ୍କ ସହିତ ଦୁଇ ଜଣଙ୍କୁ ଗିରଫ କରିଛି। ଅନ୍ୟ ଦୁଇଜଣ ଫେରାର ଅଛନ୍ତି।

Comment