ଓଡ଼ିଶାଲାଇଭ୍‌ ବ୍ୟୁରୋ

“ଭୁବନେଶ୍ୱରରେ ଜମି କିମ୍ବା ଘର ଖଣ୍ଡିଏ ଦେବା ପାଇଁ ରାଜ୍ୟ ସରକାର ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ଘରଖଣ୍ଡିଏ ମିଳିନାହିଁ”, ନିଜ ଫେସବୁକ୍ ଟାଇମ୍‌ଲାଇନରେ ଦୂତି କ୍ଷୋଭର ସହ ଏହା କହିଛନ୍ତି।

ରିଓ ଅଲିମ୍ପିକରେ ଭାଗ ନେଇ ସାରା ଓଡିଶାକୁ ଗର୍ବିତ କରିଥିବା ଆଥଲେଟ୍‌ ଦୂତି ଚାନ୍ଦ ନିଜ କ୍ଷୋଭକୁ ସୋସିଆଲ ମିଡିଆରେ ସେୟାର କରିଛନ୍ତି।

“ରାଜ୍ୟ ସରକାର କଥା ଦେଇ କଥା ରଖୁନାହାନ୍ତି। ଅଲିମ୍ପିଆନମାନଙ୍କୁ ଭୁବନେଶ୍ୱରରେ ଜମି କିମ୍ବା ଘର ଖଣ୍ଡିଏ ଦେବା ପାଇଁ ରାଜ୍ୟ ସରକାର ତାଙ୍କୁ ପ୍ରତିଶ୍ରୁତି ଦେଇଥିଲେ  କିନ୍ତୁ ଏହା ଭିତରେ ଦୁଇବର୍ଷ ବିତି ଯାଇଥିଲେ ବି ଘରଖଣ୍ଡିଏ ମିଳିନାହିଁ”, ଏମିତି କ୍ଷୋଭର ସହ କହିଛନ୍ତି ଦୂତି।

ରାଜ୍ୟର ୫ ଜଣ ଆଥଲେଟଙ୍କୁ ଘର ଏବଂ ଜାଗା ଦିଆଯିବା ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ସାଧାରଣ ପ୍ରଶାସନ ବିଭାଗକୁ ଦିଆଯାଇଥିବା ଚିଠି ସହ ନିଜ ଫେସବୁକ୍ ଟାଇମ୍‌ଲାଇନରେ ଅପଲୋଡ଼ କରି ଏପରି କହିଛନ୍ତି ଦୂତି ଚାନ୍ଦ।

ଆନ୍ତର୍ଜାତିକ ସ୍ତରରେ ଭଲ ପ୍ରଦର୍ଶନ କରିଥିବା ୫ଜଣ ଆଥଲେଟ୍ ପୂର୍ଣ୍ଣିମା ହେମ୍ବ୍ରମ୍‌, ଦୂତୀ ଚାନ୍ଦ, ଜଉନା ମୁର୍ମୁ, ଅମୀୟ କୁମାର ମଲ୍ଲିକ ଓ ଶ୍ରାବଣୀ ନନ୍ଦଙ୍କୁ  ଭୁବନେଶ୍ୱରରେ ଜମି କିମ୍ବା ଘର ଯୋଗାଇଦେବାକୁ ପାଇଁ ରାଜ୍ୟ ସରକାର ପ୍ରତିଶୃତି ଦେଇଥିଲେ। କିନ୍ତୁ ଏହାବତ୍‌ ପ୍ରତିଶୃତି ରଖିବାରେ ବିଫଳ ହୋଇଛନ୍ତି ବୋଲି କହିଛନ୍ତି ଦୂତି।

Comment